Welcome to Happy Diwali Wishes in Odia. There are 12 Happy Diwali Wishes in Odia written by me. These wishes can be shared with friends and relatives. Before we read the poems, let us know something about DIWALI or DEEPABALI/ DEEPAVALI….( means queue of / array of earthen lamps )

Diwali is celebrated in the honor of Lord Rama Chandra. It is believed that on this day Lord Rama returned to Ayodhya as a victor after 14 years of exile. He defeated demon king Ravana, who was the ruler of Lanka. On his return, people of Ayodhya lit diyas to welcome him and celebrate his victory. Since then, Diwali is celebrated to declare the victory of good over evil.

Diwali is a festival commemorated to mark joy, victory and harmony. It is celebrated after 20 days of Dussehra festival. Diwali falls during the month of October or November.

Diwali is a New Year celebration for the Hindus, Jains, Sikhs, Buddhists and some Muslims too.

This festival is also celebrated or observed to honor the Goddess of wealth and prosperity Maa Mahalakshmi and to symbolize the triumph of light over darkness.

Now, let us read and enjoy Happy Diwali Wishes in Odia….

 

( 1 )

ଦୀପର ଆଲୋକରେ ସୁନ୍ଦର ଦିଶୁ ତୁମର ଘର

ବନ୍ଧୁ – ବାନ୍ଧବଙ୍କ ସହ ଆନନ୍ଦ କର

ତୁମ ଘରେ ମାଁ ମହା ଲକ୍ଷ୍ମୀଙ୍କ ଆଗମନ ହେଉ

ତୁମ ଘର ଧନ – ଧାନ୍ୟ ରେ ଭରି ଜାଉ

ଗ୍ରହଣ କର ଦୀପାବଳୀ ର ଶୁଭ କାମନା

ଖୁଶୀରେ ରୁହ – ମାଁ ମହା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଅ।

ଆମେ କହିବୁ …..

HAPPY DIWALI TO YOU

( 2 )

ଆମେ କାମନା କରୁ

ଏଇ ଦୀପାବଳୀ ରେ ….

ମାଁ ମହାଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡୁ ତୁମ ଉପରେ

ମିଳୁ ସଫଳତା – ଜୀବନ ତୁମ ଚମକି ଜାଉ

ଖୁଶୀ କରେଇ ଦିଅ ସମସ୍ତଙ୍କୁ ।

ମାଁ ମହାଲକ୍ଷ୍ମୀଙ୍କ ଆଶୀର୍ବାଦରେ ହେଉ ଧନର ବର୍ଷା

ଲୋକ ମାନେ କରି ପାରନ୍ତି ଈର୍ଷା

କିନ୍ତୁ – ତୁମେତ ହେଲ

ସଚ୍ଚୋଟ, ସରଳ ତଥା ବିରଳ ଲୋକ

ସମସ୍ତଙ୍କ ମଙ୍ଗଳ କାମନା କରି ଚାଲ …

ଆମେ କହିବୁ …

HAPPY – DIWALI TO YOU.

( 3 )

ହେ ମାଁ ମହାଲକ୍ଷ୍ମୀ …..

ସମସ୍ତଙ୍କ ଘରେ ଦୀପାବଳୀର ହେଉ ପାଳନ

ତୁମ ଆଶୀର୍ବାଦରୁ ଏ ଦୁନିଆ ହେଉ ଦୟାବାନ ଓ ଧନବାନ

ସ୍ନେହ – ଶ୍ରଦ୍ଧା, ବନ୍ଧୁତ୍ଵ ର କମ କେବେ ନ ହେଉ

କେହି ନ ଶୁଅନ୍ତୁ ଭୋକ ଆଉ ଶୋଷରେ

ଦିନ ବିତି ଜାଉ କର୍ମ – ଧର୍ମ ତଥା ଆନନ୍ଦରେ ।

ଏଇ ମାନବ ତାର ମାନବତା କୁ ବଢେଇ ଚାଲୁ

ସର୍ବ ମଙ୍ଗଳ ଚିନ୍ତାରେ ମଗ୍ନ ରହୁ

ମାଁ ମହାଲକ୍ଷ୍ମୀ ତୁମ ଆଶୀର୍ବାଦ ପାଇ କହିବୁ ସମସ୍ତଙ୍କୁ

HAPPY DIWALI TO YOU

HAPPY DEEPABALI TO YOU.

( 4 )

ଏଇ ଦୀପାବଳୀରେ…

ଶୁଭେଚ୍ଛାର ସହ କହିବା ଓ ଦେଖିବା ….

ଦୀପମାଳାର ଉଜ୍ଜ୍ଵଳତା

ମିଠେଇର ମାଦକତା

ବାଣ ସବୁର ଆବାଜ

ଖୁଶି କରେଇ ଦେଉ

ସମସ୍ତଙ୍କ ମିଜାଜ ।

ଚାଲ ….ସମସ୍ତେ ମିଳି ମିଶି ଡାକିବା

ମାଁ ମହା ଲକ୍ଷ୍ମୀଙ୍କୁ

ମାଁ ମହା ଲକ୍ଷ୍ମୀଙ୍କୁ

କରନ୍ତୁ ସେ ଧନ – ଧାନ୍ୟର ବର୍ଷା

ଏଇ ପୃଥିବୀ ରେ ଆମର

ନ ରହୁ ଦୁଖ – ଗାରିବତା ଓ ଈର୍ଷା ।

( 5 )

ହେ ମାଁ ମହାଲକ୍ଷ୍ମୀ !

ସାରା ପୃଥିବୀଟାକୁ ଉଜ୍ଜଳମୟ କରି ଦିଅ

ଦୀପକର ଆଲୋକରେ ।

ଦୁଖ – କଷ୍ଟ ଓ ଅନ୍ଧକାର ଦୂର ହେଉ

ମାଁ – ତୁମର ଆଶୀର୍ବାଦରେ ।

ଆମ ଭକ୍ତିରେ ଭୁଲ କେବେ ନ ହେଉ

ତୁମ ଦୟା ଦ୍ରୁଷ୍ଟି ସବୁ ବେଳେ ରହୁ ।

ଦୀପାବଳି ହେଉ ଆନନ୍ଦମୟ

ପୂର୍ଣ ହେଉ ଆମ ସମସ୍ତଙ୍କ ସବୁ ଇଚ୍ଛା

ଆମେ ଦେବୁ ……

ଦୀପାବଳିର ଶୁଭେଚ୍ଛା

ସମସ୍ତଙ୍କୁ ଶୁଭେଚ୍ଛା ।

( 6 )

ଶୁଭେଚ୍ଛା ଦେଉଛି

HAPPY DIWALI କହୁଛି

ଦୀପର ଏଇ ଉତସବ କୁ ମନାଅ

ନିଜ ମନର ଅନ୍ଧକାର କୁ ମଧ୍ୟ ହଟାଅ ।

ମିଠେଇ ଖାଅ, ବାଣ ଫୁଟାଅ

ଧ୍ୟାନ ଦେଇ କୁହ ମାଁ ମହାଲକ୍ଷ୍ମୀଙ୍କୁ

ସୁଖ – ଶାନ୍ତି ଓ ସମୃଦ୍ଧି ସେ ଦିଅନ୍ତୁ ତୁମଙ୍କୁ ।

( 7 )

ତୁମେ ସହଜ ସରଳ ଭକ୍ତ ଭଗବାନଙ୍କ

ଖାସ ଭକ୍ତ ମାଁ ମହାଲକ୍ଷ୍ମୀଙ୍କ

ସଠିକ କାମ କର, ସବୁ ନିୟମ ପାଳନ କର

ସବୁବେଳେ ଚିନ୍ତା କର ମଙ୍ଗଳ ସମସ୍ତଙ୍କର

ମଙ୍ଗଳ ହେଉ ତୁମ ପରି ଏକ ମଣିଷର।

ମିଳୁ ସମସ୍ତଙ୍କ ଆଶିଷ, ଦୁଖ – କଷ୍ଟ ର ହେଉ ନାଶ

ଦେଉଛି ….

ଶୁଭେଚ୍ଛା ଦୀପାବଳିର ବନ୍ଧୁ

HAPPY DIWALI TO YOU.

( 8 )

ଦୀପାବଳି ….

ଆଲୋକର ପର୍ବ – ତୁମେ ଦୀପ ଜାଳାଅ

ମସ୍ତି ରେ ନାଚ ଗାଅ

ଭକ୍ତି ର ଗୀତ ଗୁନ ଗୁନାଅ ।

ମାଁ ମହାଲକ୍ଷ୍ମୀଙ୍କୁ ଭକ୍ତି କରି ତାଙ୍କ ଆଶୀର୍ବାଦ ପାଅ

ଦୁଖ – କଷ୍ଟ କୁ ଦୂର କରାଅ।

ଏଇ ଦୀପାବଳିର ଭର – ପୁର ଆନନ୍ଦ ନିଅ

ଦୀପାବଳିର ଶୁଭେଚ୍ଛା ଗ୍ରହଣ କର ।

HAPPY DIWALI TO YOU

( 9 )

ବନ୍ଧୁ ….

ତୁମ ଜୀବନରେ ଖୁଶିର ନ ହେଉ କମ

ସବୁବେଳେ ଲାଗି ରହୁ ଜାକ ଜମକ

ତୁମ ଖୁଶି ଓ ସମୃଦ୍ଧିର ଭଣ୍ଡାର ନ ହେଉ ଖାଲି

ଗ୍ରହଣ କର ଆମ ସମସ୍ତଙ୍କ ତରଫରୁ

HAPPY – DIWALI

( 10 )

ଶୁଭ ଦୀପାବଳି ….

ସୁଖ – ସମୃଦ୍ଧି ମିଳୁ ଅନେକ ଏଇ ଦୀପାବଳିରେ

ଦୁଖ – ଦୁର୍ଦଶା ରୁ ମୁକ୍ତି ମିଳୁ ଏଇ ଦୀପାବଳିରେ ।

ମାଁ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳୁ ତୁମକୁ

ବଡଙ୍କ ଆଶିଷ ଓ ଛୋଟଙ୍କ ସ୍ନେହ ମିଳୁ ତୁମ କୁ

ଅନେକ ଅନେକ ଖୁଶିର ମାଲିକ ବନେଇ ଦିଅନ୍ତୁ ମାଁ ତୁମକୁ

ଯଥେଷ୍ଟ ଶୁଭେଚ୍ଛା ….

ଶୁଭ ଦୀପାବଳିର ତୁମକୁ ।

( 11 )

ବନ୍ଧୁ ….ଏଇ ଦୀପାବଳିରେ

ତୁମ ଜୀବନ ହେଉ ସଫଳ

ତୁମ ଦୀପ ସବୁ ଜଳି ଉଠୁ ହୋଇ ଉଜ୍ଜଳ

ଦୁନିଆର ସବୁ ଖୁଶି ହେଉ ତୁମର

ମାଁ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳୁ ତୁମକୁ

ଜୀବନର ଅଙ୍କା ବଙ୍କା ରାସ୍ତା ସିଧା ହେଇ ଜାଉ

ସୁଖ ସମୃଦ୍ଧିର ସିଡି ମିଳି ଜାଉ

HAPPY DIWALI TO YOU

( 12 )

ଦୀପାବଳି ହେଉଛି ଜ୍ୟତି ପର୍ବ

ଦୀପ ଜାଳାଅ …..

ମନର ଅନ୍ଧକାର ଥିଲେ ଦୂର କର

ଦୀପ ଜଳୁ ଘରେ ଘରେ ସମସ୍ତଙ୍କର

ମନ ଖୁଶିରେ ପୂଜା କର ମାଁ ମହାଲକ୍ଷ୍ମୀଙ୍କର

ଘରକୁ ସଫା ସୁତରା କରି ଚମକେଇ ଦିଅ

ମାଁ ମହାଲକ୍ଷ୍ମୀଙ୍କ ମନ ଜିତି ନିଅ

ମାଁ ବସ – ବାସ କରନ୍ତୁ ତୁମ ଘରେ

ଧାନ – ଧନ୍ୟ ର ସୁଅ ବହୁ ତୁମ ଘରେ

ଆମେ କହିବୁ ….

HAPPY DIWALI TO YOU

 

CONCLUSION:-

Hope, you liked wishes. This festival gives an opportunity to strengthen our bond. Diwali is an occasion to thoroughly the houses and shops. Many people discard old household items and purchase new ones.

It is also believed that Goddess Lakshmi visits people’s houses on Diwali night to bless them. Therefore, the devotees clean and decorate their houses with fairy lights, flowers, rangoli, candles, diyas, garlands etc. Diwali is a festival enjoyed by everyone.

ALSO PLEASE READ:-

Ratikanta Singh