Welcome to Odia Short Poems On Life written by me. There are more than 60 plus poems which tells about life and various situation the life faces during the journey from birth to death. Every Odia Short Poem On Life has a title. We can also call them as Odia Shayari On Life.

At the outset there are 60 plus poems , but the number will increase every month and you will get 100 plus Odia Short Poems On Life or Odia Shayari On Life.

Let us not forget, if we take care of our life, life will take care of us.

Through my poems let us understand the various aspects of life . We may get many life lessons from these Odia Short Poems On Life.

Let us read the poems….

ଓଡିଆ ଲଘୁ କବିତା ଜୀବନ ବିଷୟରେ

(ଆଦର୍ଶ ଜୀବନ ) ( 1 )

ଆଦର୍ଶ ଜୀବନ ହେଲା

ତୁମେ ଜିଅ ଏମିତି

ଲୋକେ ଦୋଷାରୋପ କଲେବି

କେହି ବିଶ୍ଵାସ ନ କରନ୍ତି ଯେମିତି ।

( ବିବେକ ) ( 2 )

ଜୀବନ ରେ ଧନୀ ହୁଅ

ମନା ନାହିଁ

ବିବେକ ବିନା ଧନୀ ହେଲେ

ମଜା ଲାଗିବ ନାହିଁ ।

( ଶତ୍ରୁ ) ( 3 )

ଅହଂକାର ଆଉ ରାଗ କୁ

ଜୀବନ ରେ ଆଣ ନାହିଁ

ଏଇ ଦୁଇ ଗୁଣ ଜୀବନରେ ଥିଲେ

ଶତ୍ରୁ ର ଦରକାର ହେବ ନାହିଁ ।

( ଅନୁଭବ ) ( 4 )

ଜୀବନ ଯାହାକୁ ଦିଏ ନାହିଁ ଖୁଶି

ଦେଇ ଯାଏ ଅନେକ ଅନୁଭବ

ଅନୁଭବ କୁ ସଠିକ ଉପଯୋଗ କଲେ

ଜୀବନରେ କରି ହେବ ବହୁତ କିଛି ।

( ଖରାପ ସମୟ ) ( 5 )

ଖରାପ ସମୟ ସମସ୍ତଙ୍କ ଆସେ

ଏଥି ପାଇଁ କିଛି ଲୋକ ସୁଧରି ଜାଆନ୍ତି

କିଛି ଲୋକ ହତାଶ ହୁଅନ୍ତି

ଆଉ କିଛି ବହୁତ କଥା ଶିଖନ୍ତି ।

( ଅସାଧ୍ୟ କୁ ସାଧ୍ୟ ) ( 6 )

ଜୀବନକୁ ସ୍ଥିରତା ଓ ମଜବୁତ ଭାବେ ଜିଅ

ଜୀବନର ପରଦା ପଡି ଗଲେବି

ଲୋକେ ତାଳି ମାରିବାକୁ ହେବେ ବାଧ୍ୟ

ଜୀବନରେ କରି ଜାଅ ଅସାଧ୍ୟ କୁ ସାଧ୍ୟ ।

( ଗୁରୁତ୍ଵ ) ( 7 )

ଆପଣଙ୍କ ଗୁରୁତ୍ଵ ଯେଉଁଠି ନାହିଁ

ସେଠାକୁ ଯିବେ କଅଣ ପାଇଁ

ବଢାନ୍ତୁ ନିଜ ଗୁରୁତ୍ଵ ପ୍ରତ୍ଯେକ ଦିନ

ସେମାନେ ବାଧ୍ୟ ହେବେ ଦେବାକୁ ସମ୍ମାନ ।

( ହୃଦୟ ) ( 8 )

ଯାହାଙ୍କ ହୃଦୟ

ତାଙ୍କ ଚେହେରା ଠୁ ବି ସୁନ୍ଦର

ସେମିତି ଲୋକଙ୍କୁ

କର ଆପଣାର ।

( ନିଜର ମଙ୍ଗଳ ) ( 9 )

ନିଜର ମଙ୍ଗଳ କାମନା

ନିଜେ ହିଁ କର

ମଦ , ବିଡି , ସିଗ୍ରେଟ , ଗୁଟକା

ସେବନ ନ କର ।

( ତୁଫାନ ) ( 10 )

ତୁମ ଜୀବନରେ ତୁଫାନ କୁ

ଆସିବାକୁ ଦିଅ

ତୁଫାନ ଜଣେଇ ଦେବ

କିଏ ହାତ ଛାଡି ଦେଇଛି

କିଏ ହାତ ଧରି ରଖିଛି

ହେଇ ନୀଡର ।

( କଷ୍ଟ କଲେ କୃଷ୍ଣ ମିଳେ ) ( 11 )

ଦୁର୍ଲ୍ଲଭ ଜିନିଷକୁ ପାଇବା ପାଇଁ

ଆମ ମନ ସବୁବେଳେ ଚାହେଁ

କଷ୍ଟ କଲେ କୃଷ୍ଣ ମିଳେ

ଏ କଥା ମିଛ ନୁହେଁ ।

( ସମ୍ବନ୍ଧ ) ( 12 )

ଜୀବନରେ ସମ୍ବନ୍ଧ ଖରାପ ହୁଏ

ଯେବେ ମଣିଷ ଝୁକିବାକୁ ନ ଚାହେଁ

ଜୀବନରେ ସମ୍ବନ୍ଧ ବଢେ, ଦିଆ – ନିଆରୁ

ରାଗ – ଦ୍ଵେଷ କୁ ଛାଡି

ନିଜ ଲୋକଙ୍କୁ ସ୍ନେହ ରେ ଧର ଜାବୁଡି ।

( ହେୟ ଜ୍ଞାନ ) ( 13 )

ହେୟ ଜ୍ଞାନ କର ନାହିଁ

ସାଧାରଣ ମଣିଷକୁ

ଭାବୁଛ –

ନାହିଁ ତାର କ୍ଷମତା , ଯୋଗ୍ୟତା , ଓ ସାମର୍ଥ

ମନେରଖ –

ଏଇ ସାଧାରଣ ମଣିଷ ହିଁ

ଦେଖେଇ ଦିଅନ୍ତି ଜୀବନର ଅର୍ଥ ।

( କାହିଁକି ସେଇଠି ରହିବ ) (14 )

ଯେବେ ଲୋକେ

ଦେଉ ନାହାନ୍ତି ତୁମକୁ ମହତ୍ଵ

କାହିଁକି ସେଇଠି ରହିବ

ଦୟାକରି କୁହତ?

( ଅଭିଯୋଗ ) ( 15 )

ନିଜେ ନିଜ ଜୀବନ ପାଖରେ

ଅଭିଯୋଗ ପ୍ରାୟ ସମସ୍ତେ କରନ୍ତି

ଅଭିଯୋଗ କରି ଦୁଖୀ ହୁଅନ୍ତି

ଆଉ –

ମଉଜରେ ସେମାନେ ରହନ୍ତି

ଯେଉଁ ମାନେ ଅଭିଯୋଗ ନ କରନ୍ତି

ହସ ଖୁଶି ରେ ନିଜ କର୍ମ କରନ୍ତି ।

( ନିଜ ଲୋକ ) ( 16 )

ଲୋକେ ନିଜର ଭୁଲକୁ

ଭୁଲ ମାନନ୍ତି ନାହିଁ

ବହୁତ ବେଳେ ନିଜ ଲୋକଙ୍କୁ

ନିଜର ମାନନ୍ତି ନାହିଁ ।

( ବଦଭ୍ୟାସ ) ( 17 )

ବଦଭ୍ୟାସ କୁ

ଅତି ଶୀଘ୍ର ନ ଛାଡିଲେ

ବଦଭ୍ୟାସ ହିଁ

ଆପଣଙ୍କ ସମୟ

ଆପଣଙ୍କ ଜୀବନ

ବଦଳେଇ ଦେବ ଆଞା ।

( ମିଶିଗଲେ ) ( 18 )

ପ୍ରେମ , ସ୍ନେହ , ଦୟା , ଇଜ୍ଜତ

ଅନୁଶାସନ ଆଉ ପରିଶ୍ରମ

ଏଇ ସବୁ ଛୋଟ ଛୋଟ ଶବ୍ଦ ହେଇ ପାରେ

ଏମାନେ ସମସ୍ତେ ମିଶିଲେରେ ଭାଇ

ଆମ ଜୀବନ ବଦଳି ଜାଇ ପାରେ ।

( ଦାୟିତ୍ଵ ) ( 19 )

ଜୀବନ ଲାମ୍ବା ହେଉ ବା ନ ହେଉ

ଜୀବନ ମହାନ ହେବା ଦରକାର

ଏହାର ଦାଇତ୍ଵ ଆପଣଙ୍କର

ଏହାକୁ ଭଲ ଭାବେ ବୁଝିବା ଦରକାର ।

( କଥା ଶିଖିବାକୁ ) ( 20 )

ମଣିଷ ଛୁଆ କୁ ଦୁଇ ବର୍ଷ ଲାଗେ

କଥା ଶିଖିବାକୁ

କିନ୍ତୁ –

କଣ କଥା କହିବା ଉଚିତ ?

ମଣିଷର ସାରା ଜୀବନ ଲାଗି ଯାଏ

ଏହା ଶିଖିବାକୁ ।

( ଏହା ଅତି ସତ ) ( 21 )

ଏଇ ଜୀବନରେ ଆମେ

ଭାବୁ ବହୁତ

କିନ୍ତୁ – ଅନୁଭବ (experience)କମ କରୁ

ଏହା ଅତି ସତ !

( ବଡ ଶିକ୍ଷକ ) ( 22 )

ବଞ୍ଚି ଥିବା ପର୍ଯ୍ୟନ୍ତ

ଆମେ ଶିଖି ଶିଖି ଯିବା

ଅନୁଭବ ହିଁ ଜୀବନର ବଡ ଶିକ୍ଷକ

ଏହା କୁ ଜାଣି ରଖିବା ।

( ଭଲ ଜୀବନ ) ( 23 )

ଭଲ ଜୀବନ ତାକୁ ହିଁ କୁହ

ଯାହା ପସନ୍ଦ , ତାକୁ ହିଁ ହାସିଲ କର

ପସନ୍ଦର କାମ କରି କରି ଯାଅ

ଅଥବା –

ବନ୍ଧୁ ତୁମେ ଯାହା ପାଇଛ

ତାକୁ ହିଁ ପସନ୍ଦ କର ।

( ଆଗେଇ ଯିବା ) ( 24 )

ଖାଇବା , ପିଇବା , ଆରାମ କରିବା

ଏହା କୁ କଣ ଠିକ ଜୀବନ କହି ପାରିବା ?

ବନ୍ଧୁ – ଜୀବନରେ ଉଦ୍ଯୋଗୀ ଓ ଉତ୍ସାହୀ ହେଇ

ଚାଲ …..

ଦୃଢତାର ସହିତ ଆଗେଇ ଯିବା ….

( ଆଗେଇ ଚାଲ ) ( 25 )

ଜୀବନକୁ ବୁଝିବାକୁ ହେଲେ

ନିଜ ଜୀବନର ପଛ ଘଟଣା ରୁ ଶିଖ

ଜୀବନରେ ଭଲଭାବେ ଜିଇଁବାକୁ ହେଲେ

ଆଗକୁ ଦେଖି ଆଗେଇ ଆଗେଇ ଚାଲ ……

( ନିଷ୍ଠାବାନ ବା ବିଶ୍ଵସନୀୟ ) ( 26 )

ଜୀବନ – ତୁମେ ଆମକୁ ଶିଖେଇଛ

ସମସ୍ତଙ୍କ ପ୍ରତି ନିଷ୍ଠାବାନ ବା ବିଶ୍ଵସନୀୟ ହୁଅ

କିନ୍ତୁ – ତାଙ୍କଠୁ ଏଇ ସବୁ ଯେ ପାଇବ

ଏହାର ଆଶା କେବେ ନ ରଖ

ଏହା ମଧ୍ୟ ଶିଖେଇଛ ।

( ସଜେଇରଖ ) ( 27 )

ଜୀବନର ପ୍ରତ୍ଯେକ ସ୍ତର ରେ

ସ୍ଵରନିମ ଓ ଅବିସ୍ମରନୀୟ ଘଟଣା ସବୁକୁ

ସଜେଇରଖ , ସଜେଇରଖ

ସବୁବେଳେ ମିଠା ମିଠା କଥା କୁହ

ନିଜେ ଦୁଖୀ କେବେ ହୁଅନା

ଅନ୍ୟଙ୍କୁ ଦୁଖୀ କରନା ।

( ଗୁଣବାନ ବ୍ୟକ୍ତି ) ( 28 )

ଜୀବନରେ ଗୁଣବାନ ବ୍ୟକ୍ତିଙ୍କୁ ପାଇବା

ଆମର ସୌଭାଗ୍ୟ ଅଟେ

ଗୁଣି ବ୍ୟକ୍ତିଙ୍କ ସହିତ ସମ୍ମାନର ସମ୍ବନ୍ଧ ରଖିବା

ଏହା ଏକ କଳା କୌଶଳ ଅଟେ ।

( ଜୀବିତ ରୁହ ବନ୍ଧୁ ) ( 29 )

ଜୀବନରେ ଜୀବିତ ରହିବାକୁ ହେଲେ

ହସି ହସି ଜୀବିତ ରୁହ ବନ୍ଧୁ

ଦୁଖରେ ହୃଦୟ ଜଳେଇଲେ ମଧ୍ୟ

ହୃଦୟରୁ ଆଲୋକ ମିଳେ ନାହିଁ ବନ୍ଧୁ ।

( ସଂଘର୍ଷ ) ( 30 )

ଜୀବନଟା ଏକ ସଂଘର୍ଷ

ସଂଘର୍ଷ କରିବାକୁ ପଡିବ

କାନ୍ଦି – କାଟି ଉଦାସ ହେଲେ

କିଛି ହେବ ନାହିଁ

ସଂଘର୍ଷ ହସି – ହସି କଲେ

ନିଶ୍ଚୟ ଭଲ ଫଳ ମିଳିବ ।

( ଜୀବନର ମୂଳ ମନ୍ତ୍ର ) ( 31 )

ଯିଏ ତୁମକୁ ହୃଦୟର ସହିତ ମାନନ୍ତି

ସମୟ ନିଶ୍ଚୟ ତାକୁ ଦିଅନ୍ତୁ

ପରସ୍ପର ପ୍ରତି ସ୍ନେହ , ଶ୍ରଦ୍ଧା , ଓ ସମ୍ମାନ କରିବାକୁ ହିଁ

ଜୀବନର ମୂଳ ମନ୍ତ୍ର ମାନି ନିଅନ୍ତୁ ।

( ଈଶ୍ଵରଙ୍କ ଘର ) ( 32 )

ଲୋକେ କହନ୍ତି –

ଆମ ଜୀବନର ଶେଷ ଠିକଣା

ଈଶ୍ଵରଙ୍କ ଘର ଅଟେ

ଆମେ ସମସ୍ତେ ହେଲୁ ବାଟୋଇ

କିଛି ଭଲ ଭଲ କାମ କରି କରି ଯିବା

ଖାଲି ହାତ ଈଶ୍ଵରଙ୍କ ଘରକୁ ଯିବା

ଉଚିତ ନୁହେଁ ଆଜ୍ଞା ।

( ସବୁ କିଛି ଦେବ ) ( 33 )

ଜୀବନଟା ବଡ ବିଚିତ୍ର ଅଟେ

କେବେ ସଫଳତା ତ କେବେ ଅସଫଳତା ଦିଏ

ଇଛାରଖ – ଜୀବନକୁ ସମ୍ପୂର୍ଣ ଭାବେ ବୁଝିବାକୁ

ହଁ – ଖାଲି ଇଚ୍ଛା ରଖିଲେ ହେବ ନାହିଁ ଆଜ୍ଞା

ଲକ୍ଷ୍ୟ ରଖ , ଅନୁଶାସିତ ହୁଅ

ତା ସହିତ – କର୍ମ କରି ଜାଅ ବୀର ପରି

ଦେଖିବ – ଜୀବନ ତୁମକୁ

ସବୁକିଛି ଦେବ ବାଧ୍ୟ ହୋଇ ।

( କେଲେଣ୍ଡର ) ( 34 )

କେଲେଣ୍ଡର ର ପ୍ରତ୍ଯେକ ଦିନ

ଉତ୍ସାହୀ ଆଉ ଉଦ୍ୟମୀ ହୋଇ ଜିଇଁବା ଆମେ

ସଫଳତା ପାଇ ହସିବା ଆମେ

ଏହା ଦେଖି କେଲେଣ୍ଡର କରୁ ଗର୍ବ

ଆମ ସଫଳତା ଓ ସାହସ ଦେଖି

ସମସ୍ତେ କରନ୍ତୁ ଗର୍ବ ।

( ବଇଁଶି ) ( 35 )

ଜୀବନ ଆମର ବଇଁଶି ପରି

ଯେତେ ବି ବାଧାରୂପୀ କଣା ଥିଲେ ବି

ବଇଁଶି ବଜେଇବା

ଉତ୍କର୍ଷ ସ୍ଵର ଆଣିବା

ଜୀବନର ବଇଁଶି କୁ ଖୁଶି ମନେ ବଜେଇବା

ସମସ୍ତଙ୍କୁ ବଇଁଶିର ସ୍ଵରରେ ମୋହିତ କରିବା

ହଁ – ସମସ୍ତଙ୍କୁ ସୁମଧୁର ସ୍ଵର ରେ ହଜେଇ ଦେବା ।

( ଚରିତ୍ର ) ( 36 )

ଯାହାର ଚରିତ୍ର ସୁଦୃଢ ଓ ସବଳ ନୁହେଁ

ସିଏ ବି ଚରିତ୍ର ପ୍ରମାଣ ପତ୍ର ଦିଏ ରେ ଭାଇ

ଏଇ ଅଟେ ଆମ ଦୁନିଆ

ଏଇଠି ସମ୍ଭାଳି କି ଚାଲିବା ।

( ପେନସନ ) ( 37 )

ଯାହାର ଅଛି pension

ତାହାର ନାହିଁ tension

ନିଜର ପଇସା ବଞ୍ଚେଇ ରଖ

ନହେଲେ – ତୁମେ ପାଇବ ଦୁଖ

ମନେରଖ –

ହାତରେ pension ପଇସା ନଥିଲେ

ମୁଣ୍ଡ ରେ ହେବ tension

ସ୍ୱାସ୍ଥ୍ୟ ର ହେବ erosion….

( ଭଲ – ଖରାପ ) ( 38 )

ଭଲ ଲୋକ ଆପଣଙ୍କୁ ସାହାଜ୍ଯ କରିବେ

ଖରାପ ଲୋକ ଆପଣଙ୍କ ଆଲୋଚନା କରିବେ

ସେମାନେ –

ଆଲୋଚନା ଦ୍ଵାରା ହିଁ ଶିକ୍ଷା ଦେବେ

ତେଣୁ – ଆଜ୍ଞା ଦୟାକରି

ଏଇ ଦୁଇ ଧରଣର ଲୋକଙ୍କୁ

ନିଶ୍ଚୟ ଗୁରୁତ୍ଵ ଦେବେ ।

( ନୀର୍ଣୟ ) ( 39 )

କିଛି ମିନିଟ ଭିତରେ ଜୀବନ ବଦଳେ ନାହିଁ

କିନ୍ତୁ – ଏକ ମିନିଟ ଭିତରେ

ଭାବି ଚିନ୍ତି ନିଆ ଯାଇ ଥିବା ନୀର୍ଣୟ

ଆପଣଙ୍କ ଜୀବନକୁ ବଦଳେଇପାରେ

ତେଣୁ – ମହତ୍ଵ ଦିଅନ୍ତୁ ନିଜର

ସଠିକ ନୀର୍ଣୟ ଉପରେ

ସବୁବେଳେ ଭାବି ଚିନ୍ତି

ନୀର୍ଣୟ ନିଅନ୍ତୁ ଏଇ ଜୀବନରେ ।

( ନିଶ୍ଚୟ ମନେ ରଖିବେ ) ( 40 )

ଗୋଟିଏ କଥା ଜୀବନ ସାରା

ନିଶ୍ଚୟ ମନେ ରଖିବେ

ଆପଣଙ୍କ ଖୁଶି ରହିବାଟା

ଆପଣଙ୍କ ଶତ୍ରୁ ମାନଙ୍କର ଏକ ବଡ ସଜା ।

( ଥଇଥାନ ) ( 41 )

ଜୀବନ ଟା କଣ – ଜାଣିବାରେ

ଅଧା ଜୀବନ ଶେଷ ହେଇ ଯାଏ

ପିଲା ଛୁଆ ଙ୍କୁ ଥଇଥାନ କରିବାରେ

ବାକି ଜୀବନ ଶେଷ ହେଇ ଯାଏ ।

( ଜାଣି ରଖ ) ( 42 )

ଜାଣି ରଖ ….

ଜୀବନର ଅସଲି ଯାତ୍ରା ଏବେ ଅଛି ବାକି

ଜୀବନ ର ପରୀକ୍ଷା ଅଛି ବାକି

ମୁଠାଏ ମାଟି ମୁଁ ମାପି ପାରିଛି

ପୁରା ଆକାଶ ମାପିବା ଅଛି ବାକି ।

( ମୁଁ ବଡ ହେଇ ଗଲିଣି )

ମୋ ଜୀବନର ମୁସ୍କିଲ ସବୁ

ମୋ ଚଗଲାମି କମେଇ ଦେଇଛି

କିନ୍ତୁ – ଲୋକେ ଭାବୁଛନ୍ତି

ମୁଁ ବଡ ହେଇ ଗଲିଣି ।

( ଜୀବନ ଟି ଖାସ ତାହାର ) ( 43 )

ଜନମିଛି ଯିଏ

ସେ ମୃତ୍ୟୁ ବରଣ ନିଶ୍ଚୟ କରେ

ଜୀବନଟା ଖାସ ତାହାର

ଯାହାର ମୃତ୍ୟୁ ରେ ଜମାନା ଅଫସସ କରେ ।

( ପଛ ଘୁଞ୍ଚା ) ( 44 )

ଜୀବନରେ କେବେ

ପଛ ଘୁଞ୍ଚା କରିବାକୁ ପଡିପାରେ

ଏହା ଏକ ବଡ କଥା ନୁହେଁ ଆଜ୍ଞା

କାରଣ –

ଝୁକନ୍ତି ବା ପଛ ଘୁଞ୍ଚା କରନ୍ତି ସେମାନେ

ଯାହାର ପ୍ରାଣ ବା ଜୀବନ ଅଛି

ମୁର୍ଦାର ମାନେ ତ

ଟାଣ ହେଇ ଝୁକି ନ ପାରନ୍ତି ।

( ସମୟ ଓ ଜୀବନ ) ( 45 )

ସମୟ ସମସ୍ତଙ୍କୁ ମିଳେ

ନିଜର ଜୀବନ ବଦଳେଇବା ପାଇଁ

କିନ୍ତୁ –

ଜୀବନ ଦୁଇ ଥର ମିଳେ ନାହିଁ

ସମୟ କୁ ବଦଳେଇବା ପାଇଁ ….

( ମଣିଷ ଜୀବନ ) ( 46 )

ମଣିଷ ଜୀବନ ଆମେ

ପାଇଛୁ ଥରେ

ଭଲ ଭାବେ ଆମେ ଜୀବନ ଜିଇଲେ

ଏଇ ଜୀବନ ହିଁ ମହାନ ହେଇ ପାରେ ….

( ଖୁଶି ) ( 47 )

ଜୀବନରେ ଆପଣ କେତେ ଖୁଶିରେ ଅଛନ୍ତି

ଏହା ଏତେ ମହତ୍ବପୂର୍ଣ ନୁହେଁ

କିନ୍ତୁ – ଆପଣଙ୍କ ଦ୍ଵାରା

କେତେ ଲୋକ ଖୁଶି ପାଇ ପାରିଛନ୍ତି

ଏହା ବେଶୀ ମହତ୍ବପୂର୍ଣ ଅଟେ ……

( ସନ୍ତୁଳିତ ବ୍ୟକ୍ତିତ୍ବ ) ( 48 )

ଦରକାର ରୁ ଅଧିକ ଭଲ ହେଲେ

ଲୋକେ ଲେମ୍ବୁ ଭାବି ଚିପୁଡି ଦେବେ

ଆଜ୍ଞା – ହୋଶିୟାର ହେଇ ନିଜର ଧ୍ୟାନ ରଖନ୍ତୁ

ସନ୍ତୁଳିତ ବ୍ୟକ୍ତିତ୍ବ ଗଢି ତୋଳନ୍ତୁ …..

( ଜଟିଳ ଜୀବନ ) ( 49 )

ଜୀବନ ବହୁତ ବିଚିତ୍ର ଓ ଜଟିଳ

ହେଇ ଯାଇଛି

ତୁମେ – ସତରେ ଖୁଶି ହୁଅ ବା ନ ହୁଅ

ଦେଖାଅ ତୁମେ ଖୁଶିରେ ଅଛ …..

( ଅନ୍ୟ କୁ ଦେଖି ନିର୍ଣ୍ଣୟ ) ( 50 )

ଜୀବନରେ ଖୁଶି ପାଇ ବାକୁ ହେଲେ

ନିଜର ପରିସ୍ଥିତି କୁ ଦେଖି ନିର୍ଣ୍ଣୟ ନିଅ

ଯିଏ ଦୁନିଆ କୁ ଦେଖି ବା ଅନ୍ୟ କୁ ଦେଖି ନିଅନ୍ତି ନିର୍ଣ୍ଣୟ

ସେମାନେ ପ୍ରାୟ ଦୁଖରେ ରହନ୍ତି ନିଶ୍ଚୟ …..

( ତାଳ ମିଳେଇ ଚାଲ ) ( 51 )

ଅପେକ୍ଷା କର ନାହିଁ

ନିଜର କରତବ୍ୟ କର, ଜଲଦି କର

ସମୟ ଦ୍ରୁତଗତିରେ ଦଉଡୁଛି

ତା ସହିତ ତାଳ ମିଳେଇ ଚାଲ

ନିଜକୁ ମଧ୍ୟ ସଫଳ କର ….

( ପରୀକ୍ଷା ) ( 52 )

ଜୀବନ ପରୀକ୍ଷା ପରେ ପରୀକ୍ଷା ନେବ

ପରୀକ୍ଷା ନେଇ ନେଇ ତାକତ ବଢେଇବ

ସବୁ ପରୀକ୍ଷା ରେ ପାସ ହେବା ଶିଖ ତୁମେ

ଜୀବନ ରେ ବିଜୟୀ ହେବା ମନ୍ତ୍ର ଶିଖ ତୁମେ …..

( ମୂହୁର୍ତ୍ତ ) ( 53 )

ଜଉ ମୂହୁର୍ତ୍ତ ତୁମ ହାତରେ ଅଛି

ସେଇ ମୂହୁର୍ତ୍ତ କୁ ସମ୍ପୂର୍ଣ ରୂପେ ଜିଅ

ଏଇ ଜୀବନକୁ ଭରସା କରି ହେବ ନାହିଁ

କେବେ କଣ ହେବ ଜଣା ନାହିଁ

ଆଜି ଏଇ ମୂହୁର୍ତ୍ତର ସଠିକ ଉପଯୋଗ କରି ଆନନ୍ଦରେ ଜିଅ …….

( ମଉକା ) ( 54 )

ଜୀବନରେ ପ୍ରତ୍ଯେକ ମଉକାର

ଫାଇଦା ଉଠାଅ

କିନ୍ତୁ – ବିଶ୍ଵାସର ଫାଇଦା

କେବେ ନ ଉଠାଅ

ବିଶ୍ଵାସଘାତ – କେବେ ନ କର ……

( ସମ୍ବନ୍ଧ ) ( 55 )

ଏଇ ଦୁନିଆରେ ବିନା ମୂଲ୍ଯରେ

କେବଳ ମାଁ ବାପାଙ୍କ ସ୍ନେହ ମିଳେ

ଅନ୍ୟ ସବୁ ସମ୍ବନ୍ଧରେ

କିଛି ନା କିଛି ଦେବାକୁ ପଡେ ……

( ଦିତୀୟ ମଉକା ) ( 56 )

ଜୀବନ ସବୁବେଳେ

ଦିତୀୟ ମଉକା ଜରୁର ଦିଏ

ଏଇ ଦିତୀୟ ମଉକାକୁ

ଆସନ୍ତାକାଲି କୁହା ଯାଏ ……

( ଜବାବ ) ( 57 )

ବେଇଜ୍ଜତିର ଜବାବ

ବହୁତ ଇଜ୍ଜତର ସହିତ ଦିଅ

ବେଇଜ୍ଜତ କରିବା ବାଲା କୁ

ଲଜ୍ଜିତ ହେବାକୁ ବାଧ୍ୟ କର ……

( ସତ୍ୟ ) ( 58 )

ଯଦି ତୁମେ ସତ୍ୟର ସହିତ ଅଛ

କିଛି ପ୍ରମାଣ ଦେବାର ଦରକାର ନାହିଁ

କେବଳ ସତ୍ୟର ସହିତ ହିଁ ରୁହ

ସମୟ ହିଁ ନିଜେ ସାକ୍ଷୀ ଦେବ ……

( ଅନୁମାନ ) ( 59 )

ମୁଁ କଣ ?

କେବଳ ମୁଁ ହିଁ ଜାଣେ

ଅନ୍ୟମାନେ କେବଳ

ଅନୁମାନ ହିଁ କରିବେ ……

(ବଞ୍ଚିବାର ଶୈଳୀ ) ( 60 )

ଆପଣଙ୍କ ଜୀବନରେ କିଏ ଆସି ଗଲା

ଆପଣଙ୍କ ଜୀବନରୁ କିଏ ଚାଲିଗଲା

ଏହା ଦ୍ଵାରା ଜୀବନ ଅଟକେ ନାହିଁ

ଏହା ଦ୍ଵାରାତ କେବଳ ବଞ୍ଚିବାର

ଶୈଳୀ ବଦଳି ପାରେ ……

( ଗୁରୁତ୍ଵ ଦିଅନ୍ତୁ ) ( 61 )

ଆଜ୍ଞା – ଜୀବନରେ ସମସ୍ତଙ୍କୁ

ଗୁରୁତ୍ଵ ଦିଅନ୍ତୁ

କାରଣଟା ହେଲା ….

ଭଲ ଲୋକ ଆପଣଙ୍କୁ ସାହାଜ୍ଯ କରିବେ

ଖରାପ ଲୋକ ଆପଣଙ୍କୁ ଶିକ୍ଷା ଦେବେ ……

( More poems will be added in due course…. )

********########********