By- Harivansh Rai Bachchan

ହରିବଂଶ ରାଇ ବଚ୍ଚନ ଙ୍କର କବିତା ଅଗ୍ନିପଥର ଓଡ଼ିଆ ଅନୁବାଦ

ପ୍ରିୟ ବନ୍ଧୁ !

ଆଜି ମୁଁ ଆପଣ ମାନଙ୍କପାଇଁ ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନ ଙ୍କର କବିତା ଅଗ୍ନିପଥ କୁ ଓଡ଼ିଆ ରେ ଅନୁବାଦ କରି ଉପସ୍ଥାପିତ କରୁଛି . ପ୍ରଥମେ ମୁଁ କବିତା ଟିକୁ ମୂଳ ଭାଷା ହିନ୍ଦୀରେ ଏବଂ ପରେ ପରେ ଏହାର ଅନୁବାଦ ତଥା ସାରାଂଶ କୁ ଆପଣ ମାନଙ୍କ ପାଖରେ ରଖୁଛି . ମୋର ଆଶା ଆପଣ ମାନେ ଏଇ କବିତାକୁ ଭଲ ପାଇବେ


पूरा नाम
  – हरिवंश राय श्रीवास्तव उर्फ़ बच्चन

जन्म       – 27 नवम्बर 1907
जन्मस्थान – बाबुपत्ति गाव ( प्रतापगढ़ जि. )
पिता       – प्रताप नारायण श्रीवास्तव
माता       – सरस्वती देवी
विवाह     – श्यामा बच्चन, उनके मृत्यु के बाद तेजी बच्चन से विवाह
सन्तान    – अमिताभ और अजिताभ

अग्निपथ
वृक्ष हों भले खड़े,
हों बड़े, हों घने,
एक पत्र छाँह भी
मांग मत! मांग मत! मांग मत!
अग्निपथ! अग्निपथ! अग्निपथ!
तू न थकेगा कभी,
तू न थमेगा कभी,
तू न मुड़ेगा कभी,
कर शपथ! कर शपथ! कर शपथ!
अग्निपथ! अग्निपथ! अग्निपथ!
यह महान दृश्य है,
देख रहा मनुष्य है,
अश्रु, स्वेद, रक्त से
लथ-पथ, लथ-पथ, लथ-पथ,
अग्निपथ! अग्निपथ! अग्निपथ !

हरिवंशराय बच्चन – Harivansh Rai Bachchan

ହରିବଂଶ ରାଇ ବଚ୍ଚନ ଙ୍କର କବିତା ଅଗ୍ନିପଥର ଓଡ଼ିଆ ଅନୁବାଦ

ନାମ- ହରିବଂଶ ରାଇ ଶ୍ରୀବାସ୍ତବ / ହରିବଂଶ ରାଇ ବଚ୍ଚନ

ଜନ୍ମ – ୨୭-୧୧.୧୯୦୭ ,          ଗ୍ରାମ- ବାବୁପତ୍ତି , ଜିଲ୍ଲା-ପ୍ରତାପଗଡ

ମାତା- ସରସ୍ବତୀ ଦେବୀ              ଧର୍ମପତ୍ନୀ – ଶ୍ୟାମା ବଚ୍ଚନ,

ଦ୍ୱତୀୟ ପତ୍ନୀ – ତେଜି ବଚ୍ଚନ (ଶ୍ୟାମା ଙ୍କ ମୃତ୍ୟୁ ପରେ )

ସନ୍ତାନ- ଅମିତାଭ ଏବଂ ଆଜିତାଭ

ଅନୁବାଦିତ କବିତା- ଅଗ୍ନିପଥ

ବୃକ୍ଷ  ହୋଇ ପାରେ ଠିଆ

ହୋଇ ପାରେ ବଡ଼ , ହୋଇ ପାରେ ଘନ

ଏକ ପତ୍ରର ଛାଇ ମଧ୍ୟ

ମାଗ ନାହିଁ ! ମାଗ ନାହିଁ ! ମାଗ ନାହିଁ !

ଅଗ୍ନିପଥ ! ଅଗ୍ନିପଥ ! ଅଗ୍ନିପଥ !

ତୁ କେବେବି ଥକିବୁ ନାହିଁ ,

ତୁ କେବେବି ରହିବୁ ନାହିଁ

ତୁ କେବେବି ଝୁଂକିବୁ ନାହିଁ ,

କର ଶପଥ ! କର ଶପଥ ! କର ଶପଥ !

ଅଗ୍ନିପଥ ! ଅଗ୍ନିପଥ ! ଅଗ୍ନିପଥ !

ଏହା ଏକ ମହାନ ଦୃଶ୍ୟ ,

ଦେଖୁ ଅଛି ମନୁଷ୍ୟ ,

ଅଶ୍ରୁ , ଝାଳ , ରକ୍ତ ରେ

ଲଥ- ପଥ, ଲଥ- ପଥ, ଲଥ- ପଥ,

ଅଗ୍ନିପଥ ! ଅଗ୍ନିପଥ ! ଅଗ୍ନିପଥ !

              -0-0-

କବିତାର ସାରାଂଶ

ଏଇ କବିତାରେ କବି ଶ୍ରୀ ହରିବଂଶ ରାୟ ବଚ୍ଚନ ସଂଘର୍ଷ ମୟ ଜୀବନକୁ ଅଗ୍ନିପଥ କହିଛନ୍ତି . ଏହାଦ୍ୱାରା ସେ ସନ୍ଦେଶ ଦେଉଛନ୍ତି ଯେ ସୁଖରୂପୀ ଛାଇ ର ଇଛା କର ନାହିଁ . ନିଜର ଲକ୍ଷ୍ୟକୁ ପୁର୍ଣ କରିବା ପାଇଁ  କର୍ମଠତା ପୂର୍ବକ ଏବଂ ଥକା ଓ କଷ୍ଟକୁ ଅନୁଭବ ନ କରି ଆଗେଇ ଯିବା ଉଚିତ.

ଆମ ଜୀବନଟା ସଂଘର୍ଷ ପୁର୍ଣ . ଏଇ ଜୀବନର ରାସ୍ତା ଅନେକ କଠିନ ଓ ବାଧା ବିଘ୍ନରେ ଭରା .କିନ୍ତୁ ଆମକୁ ନିଜେହିଁ ଏଇ ରାସ୍ତାରେ ଚାଲି ଆମର ଲକ୍ଷ୍ୟରେ ପହଂଚି ବାକୁ ପଡିବ. ଯେ କୌଣସି ପରିସ୍ଥିତି ରେ ଅନ୍ୟର ସାହାଯ୍ୟ ନ ନେଇ ଆଗେଇ ଯିବା ଉଚିତ .ଆମର ଜୀବନଟା ପରୀକ୍ଷାରେ ଭରା . ଆମକୁ କେବେବି ପଛକୁ ଚାହିଁ ଦେଖିବା ଉଚିତ ନୁହେଁ . କଷ୍ଟ ହେଲେ ରହି ଯିବା ବି ଉଚିତ ନୁହେଁ ,ପରିଶେଷରେ ସବୁ ପରିସ୍ତିତିକୁ ଜୟ କରି ନିଜର ଲକ୍ଷକୁ ପାପ୍ତ କରିବା ଉଚିତ .

                                  -0-0-

ଅନୁବାଦ କରିବାରେ ଯଦି କିଛି ତୃଟି ଥାଏ ତାହେଲେ ସଂଶୋଧନ କରି ପଢିବେ ଏବଂ ମୋତେ ଜଣାଇବେ. ରହିଲି ଅନୁବାଦକ- ରତିକାନ୍ତ ସିଂହ 

Translator- RATIKANTA   SINGH