“KOSHISH KARNEWALON KI HAAR NAHIN HOTI”-  

Written By Sohan Lal Dwivedi

__________________________________________

ସୋହନ ଲାଲ ଦ୍ବିବେଦୀ ଙ୍କର ବିଖ୍ୟାତ ହିନ୍ଦୀ କବିତା

    “କୋଶିଶ କରନେଵାଲୋଂ କି ହାର ନହିଁ ହୋତି” ର ଓଡ଼ିଆ ଅନୁବାଦ

______________________________________________

 

କବିଙ୍କ ନାମ                   : ସୋହନ ଲାଲ ଦ୍ବିବେଦୀ

ଜନ୍ମ                             :୦୪.୦୩.୧୯୦୬

ଜନ୍ମ ସ୍ଥାନ                       : ଗ୍ରାମ ବିଙ୍ଗଦକି , ଫତେହପୁର ଜିଲ୍ଲା , ଉତ୍ତର ପ୍ରଦେଶ , ଭାରତ

ମୃତ୍ୟୁ                           : ୨୯.୦୨.୧୯୮୮

ସାହିତ୍ୟିକ ଅବଦାନ         : ଭୈରବୀ, ବାସବଦତ୍ତା , ପୂଜାଗୀତ, ବିଷପାନ, ଜୟ ଗାନ୍ଧୀ

ଆଉ କିଛି କଥା –

 ସୋହନ ଲାଲ ଦ୍ବିବେଦୀ ଥିଲେ ଜଣେ  ଗାନ୍ଧୀବାଦୀ ବିଚାର ଧାରାର ପ୍ରତିନିଧି କବି. ସେ ହିନ୍ଦୀରେ ଏମ. ଏ . କରି ଥିଲେ ଏବଂ  ସଂସ୍କୃତରେ ମଧ୍ୟ ଅଧୟନ କରି ଥିଲେ . ଆଜୀବନ ନିଷ୍କାମ ଭାବରେ ସାହିତ୍ୟ ର ସେ ସର୍ଜନା କରିଥିଲେ . ପଦ୍ମଶ୍ରୀ ଉପାଧିରେ ସେ ସମ୍ମାନିତ ହୋଇ ଛନ୍ତି .

ଆମେ ତାଙ୍କ ଉପରୋକ୍ତ ହିନ୍ଦୀ କବିତାର ମୋ ଦ୍ୱାରା କରାଯାଇ ଥିବା  ଓଡ଼ିଆ ଅନୁବାଦ ର ଆନନ୍ଦ ନେବା.

କବିତା ଓ ତାର ଅନୁବାଦ

लहरों से डर कर नौका पार नहीं होती
कोशिश करने वालों की हार नहीं होती 

ଲହଡ଼ିକୁ ଡରିଲେ ନୌକା ପାର ହୁଏ ନାହିଁ

ଚେଷ୍ଟା କରିବାବାଲାଙ୍କ ପରାଜୟ ହୁଏ ନାହିଁ

नन्हीं चींटी जब दाना लेकर चलती है
चढ़ती दीवारों पर, सौ बार फिसलती है
मन का विश्वास रगों में साहस भरता है
चढ़कर गिरना, गिरकर चढ़ना न अखरता है
आख़िर उसकी मेहनत बेकार नहीं होती
कोशिश करने वालों की हार नहीं होती

ଛୋଟ ପିମ୍ପୁଡି ଯେତେବେଳେ ଦାନା ନେଇକି ଚାଲେ

କାନ୍ଥ ଉପରେ ଚଢିବା  ବେଳେ ଶହେ ଥର ଖସି ପଡେ

ମନର ବିଶ୍ୱାସ ଶିରା ପ୍ରଶିରା ରେ ସାହସ ଭରି ଦିଏ

ଚଢିକି ପଡିଯିବା, ପଡିକି ଚଢିବାକୁ  ଭୃକ୍ଷେପ  କରେ ନାହିଁ ସିଏ

ଶେଷରେ ତାର ପରିଶ୍ରମ କେବେବି ବୃଥା ଯାଏ ନାହିଁ

ଚେଷ୍ଟା କରିବାବାଲାଙ୍କ ପରାଜୟ ହୁଏ ନାହିଁ


डुबकियां सिंधु में गोताखोर लगाता है
जा जा कर खाली हाथ लौटकर आता है
मिलते नहीं सहज ही मोती गहरे पानी में
बढ़ता दुगना उत्साह इसी हैरानी में
मुट्ठी उसकी खाली हर बार नहीं होती
कोशिश करने वालों की हार नहीं होती

ବୁଡାଳି ସିନ୍ଧୁରେ ବାରବାର ବୁଡିବାରେ ଲାଗିଥାଏ

ଯାଇ ଯାଇ ଖାଲି ହାତରେ ଲେଉଟି ଆସି ଥାଏ

ମିଳେ ନାହିଁ ସହଜରେ ମୋତି ଗଭୀର ପାଣିରେ

ବଢି ଯାଏ ଦୁଇ ଗୁଣ ଉତ୍ସାହ ଏଇ ହଇରାଣରେ

ମୁଠି ତାର ଖାଲି ପ୍ରତ୍ୟେକ ବାର ହୁଏ ନାହିଁ

ଚେଷ୍ଟା କରିବାବାଲାଙ୍କ ପରାଜୟ ହୁଏ ନାହିଁ

असफलता एक चुनौती है, स्वीकार करो
क्या कमी रह गई, देखो और सुधार करो
जब तक न सफल हो, नींद चैन को त्यागो तुम
संघर्ष का मैदान छोड़ मत भागो तुम
कुछ किये बिना ही जय जय कार नहीं होती
कोशिश करने वालों की हार नहीं होती

ଅସଫଳତା ଏକ ସଂଘର୍ଷ , ସ୍ୱୀକାର କର

କଅଣ କମ ରହିଗଲା , ଦେଖ ଆଉ ସୁଧାରି ନିଅ

ଯେ ପର୍ଯ୍ୟନ୍ତ ସଫଳତା ହୋଇ ନାହିଁ , ନିଦ ଶାନ୍ତିକୁ ତ୍ୟାଗ କର ତୁମେ

ସଂଘର୍ଷର ମୈଦାନକୁ ଛାଡି ପଳାୟନ କର ନାହିଁ ତୁମେ

କିଛି ନ କରି କେବେ ବି ଜୟ ଜୟକାର ହୁଏ ନାହିଁ

ଚେଷ୍ଟା କରିବାବାଲାଙ୍କ ପରାଜୟ ହୁଏ ନାହିଁ  I

-0-0-0-

ଏଇ କବିତାକୁ ପ୍ରାୟ ସବୁ ଶ୍ରେଣୀର ଓ ବୟସର କବିତା ପ୍ରେମୀ ପାଠକ ପାଠିକା ପଢିବାକୁ ଭଲ ପାଆନ୍ତି. ଏହା ଯଥେଷ୍ଟ ଉତ୍ସାହ ପ୍ରଦାନ କରେ.  ଏହି କବିତାର ମୂଲ୍ୟ କେବେ ହ୍ରାସ ହେବ ନହିଁ .ଚିତ୍ର ତାରକା ମହାନାୟକ ଅମିତାଭ ବଚ୍ଚନ ଙ୍କର ଏହା ଏକ ପ୍ରିୟ କବିତା .ଏଇ କବିତାକୁ ସେ ଅନେକ ଭାଷଣ ତଥା ମନୋରଞ୍ଜନ ପ୍ରୋଗ୍ରାମ ରେ ଉପସ୍ଥାପିତ କରି ଦର୍ଶକଙ୍କୁ ମନ୍ତ୍ର ମୁଗଧ କରି ଦିଅନ୍ତି .

ସତରେ ଏଇ କବିତାକୁ ବାରମ୍ବାର  ପଢି ବାକୁ ଇଛା ହୁଏ .ମୁଁ ଭାବିଲି ଏହାକୁ ଓଡ଼ିଆରେ ଅନୁବାଦ କରି ମୋର ବନ୍ଧୁ ମାନଙ୍କୁ ଆମ ଓଡ଼ିଆ ଭାଷାର ସ୍ଵାଦରେ ଉତ୍ସାହିତ କରିବି . ଏହା ସହିତ ମୁଁ ଆପଣଙ୍କ ପାଇଁ କିଛି ବିଜୟ (Victory ) ଉପରେ ଆଧାରିତ କୋଟେସନସ ମଧ୍ୟ ରଖୁଛି .

1.ENGLISH – Accept the challenges so that you can feel the exhilaration of victory. -GEORGE S. PATTON

୧.ODIA – ସ୍ୱୀକାର କର ଆହ୍ୱାନ କୁ ତା ହେଲେ  ତୁମେ ଅନୁଭବ କରି ପାରିବ ଆନନ୍ଦ ଉଲ୍ଲାସ ବିଜୟର . -GEORGE S. PATTON

2. ENGLISH –Victory is always possible for the person who refuses to stop fighting. -NEPOLEON HILL

୨.ODIA – ବିଜୟ ସବୁ ବେଳେ ସମ୍ଭବ ସେ ଲୋକ ପାଇଁ ଯିଏ ନିରନ୍ତର ଯୁଦ୍ଧ କରିଯାଏ . -NEPOLEON HILL

3. ENGLISH – Satisfaction lies in the effort not in the attainment , full effort is full victory.  –MAHATMA GANDHI

୩. ODIA –ସନ୍ତୁଷ୍ଟି ନିର୍ଭର କରେ ଉଦ୍ୟମ ଉପରେ , ଫଳ ପ୍ରାପ୍ତି ଉପରେ ନୁହେଁ , ସମ୍ପୂର୍ଣ ଉଦ୍ୟମ ହିଁ ସମ୍ପୂର୍ଣ ବିଜୟ .–MAHATMA GANDHI

4. ENGLISH –Your victory is right around the corner. Never give up.- NICKI MINAJ

୪.ODIA –ଆପଣଙ୍କର ବିଜୟ ଅଖ ପାଖରେ ହିଁ ଅଛି . କେବେବି  ପରିଶ୍ରମ ପରିତ୍ୟାଗ କର ନାହିଁ .- NICKI MINAJ

5. ENGLISH –Where there is unity there is always victory.- PUBLILIUS SYRUS

୫.ODIA –ଯେଉଁଠି  ଅଛି ଏକତା ସେଇଠି ସବୁବେଳେ ଅଛି ବିଜୟ– PUBLILIUS SYRUS

6. ENGLISH –To be prepared is half the victory-MIGUEL De CERVANTES

୬.ODIA –ପ୍ରସ୍ତୁତ ରହିବା ଟା ହେଉଛି ଅଧା ବିଜୟ . -MIGUEL De CERVANTES

7. ENGLISH –Victory belongs to the most persevering– NAPOLEON BONAPARTE

୭.ODIA –ବିଜୟ ତାର ହୁଏ  ଯିଏ ଅତ୍ୟାଧିକ ଦୃଢ଼. – NAPOLEON BONAPARTE

8. ENGLISH –Victory has a thousand fathers, but defeat is an orphan.-JOHN F. KENNEDY

୮.ODIA – ବିଜୟର ଜନକ ଏକ ହଜାର , କିନ୍ତୁ ପରାଜୟ ଏକ ଅନାଥ .  -JOHN F. KENNEDY

ଉପରୋକ୍ତ କବିତାର ଓଡ଼ିଆ ଅନୁବାଦ ସହିତ କୋଟେସନର ଓଡ଼ିଆ ସ୍ୱାଦ ମିଶି ଆପଣଙ୍କ ମନକୁ ଛୁଇଁବାର ମୋର ଏ ଚେଷ୍ଟା କେତେ  ଆପଣଙ୍କୁ  ପ୍ରଭାବିତ କରିଛି ଜଣାଇଲେ ଖୁସି ହେବି .

ରହିଲି .

ରତିକାନ୍ତ ସିଂହ                           

RATIKANTA SINGH