ଓଡ଼ିଆ ଅନୁବାଦ: କବି ROBERT FROST ଙ୍କର ପ୍ରସିଦ୍ଧ କବିତା

“STOPPING BY THE WOODS ON A SNOWY EVENING”

କବି ପରିଚୟ

ନାମ –                       ରବର୍ଟ ଲି ଫ୍ରଷ୍ଟ

ଜନ୍ମ –                        ୨୬.୦୩.୧୮୭୪

                                           ଜନ୍ମ ସ୍ଥାନ –                  ସାନଫ୍ରାନସିସ୍କୋ ,କାଲିଫୋର୍ଣ୍ଣିଆ ଯୁକ୍ତରାଷ୍ଟ୍ର ଆମେରିକା

ପେଶା-                       କବି ଏବଂ ନାଟ୍ୟକାର

                         ବିଶିଷ୍ଟ ଲେଖା –            A Boy’s will, North of Boston

              ପୁରସ୍କାର –                  କବିତା ପାଇଁ ଚାରିଥର Pulitzer

       ପୁରସ୍କାର ପ୍ରାପ୍ତି-           Congressional Medal

           ମୃତ୍ୟୁ –                       ୨୯.୦୧.୧୯୬୩ (୮୮ ବର୍ଷ )

-0-0-

ପ୍ରିୟ ବନ୍ଧୁ ,

ଆଜି ଆପଣାମାନଙ୍କପାଇଁ ପ୍ରକୃତି କବି ରବର୍ଟ ଫ୍ରଷ୍ଟ ଙ୍କ ଦ୍ୱାରା ଲିଖିତ ପ୍ରସିଦ୍ଧ କବିତା “STOPPING BY WOODS ON A SNOWY EVENING” ର ଓଡ଼ିଆ ଅନୁବାଦର ଆନନ୍ଦ ନେବା ପାଇଁ ମୁଁ ଏହାକୁ STANZA WISE ଅନୁବାଦ , ସମ୍ପୂର୍ଣ ଇଂରାଜୀ କବିତା ଏବଂ ପରେ ପରେ ସମ୍ପୂର୍ଣ ଅନୁବାଦିତ ଓଡ଼ିଆ ରେ  କବିତା ଟିକୁ ଆପଣଙ୍କ ପାଖରେ ଉପସ୍ଥାପିତ କରୁଛି ..

POEM- କବିତା

Whose woods these are I think I know.
His house is in the village though;
He will not see me stopping here
To watch his woods fill up with snow.

ଏଇ ଜଙ୍ଗଲ ଜମି କାହାର ମୁଁ ଭାବୁଛି ମୁଁ ଜାଣେ.
ଅବଶ୍ୟ ତାର ଘର ଅଛି ଏଇ ଗ୍ରାମରେ ;
ସେ ଦେଖି ପାରିବ ନାହିଁ ମୋତେ ଠିଆ ହୋଇଛି ତାର ଜମିରେ
ଦେଖିବା ପାଇଁ ତାର ଜଙ୍ଗଲ ଜମି ଭରି ଯାଇଛି ବରଫରେ.

My little horse must think it queer
To stop without a farmhouse near
Between the woods and frozen lake
The darkest evening of the year.

ମୋର ଛୋଟ ଘୋଡା ନିଶ୍ଚୟ ଭାବି ପIରେ ଏକି ଆଶ୍ଚର୍ଯ୍ୟ କଥା
ରହିଯିବାଟା ସେଇଠି ନାହିଁ ଏକ ଫାର୍ମ ହାଉସ ଯେଉଁଠି
ଜଙ୍ଗଲ ଜମି ଆଉ ବରଫ ଭରା ହ୍ରଦର ମଝିରେ
ଅନ୍ଧକାରତମ  ସନ୍ଧ୍ୟା ଏଇ ବର୍ଷର ଭିତରେ .

He gives his harness bells a shake
To ask if there is some mistake.
The only other sound’s the sweep
Of easy wind and downy flakes.

ଘୋଡା ନିଜର ଲଗାମର ଘଣ୍ଟା ସବୁକୁ  ହଲେଇଲା
ଯେମିତି ପଚାରୁଛି ମୋର କଅଣ କିଛି ଭୁଲ ହେଲା.
କେବଳ ଅନ୍ୟ ଶବ୍ଦ ବେଗ ମାନ ପବନର
ଆଉ ସହଜରେ ବହୁ ଥିବା ପବନ ଏବଂ ନରମ ଟୁକୁଡା ବରଫର .

The woods are lovely, dark and deep,
But I have promises to keep,
And miles to go before I sleep,
And miles to go before I sleep.

ଏଇ ଜଙ୍ଗଲ ଜମି ଅତି ସୁନ୍ଦର , କଳା ଓ ରହସ୍ୟମୟ,
କିନ୍ତୁ ମୋତେ ପ୍ରତିଜ୍ଞା ସବୁକୁ ରଖିବାକୁ ପଡିବ,
ଶୋଇବା ପୂର୍ବରୁ କୋଶ ଦୂର ଯିବାକୁ ପଡିବ,
ଶୋଇବା ପୂର୍ବରୁ କୋଶ ଦୂର ଯିବାକୁ ପଡିବ.

-0-0-

“STOPPING BY THE WOODS ON A SNOWY EVENING”

Whose woods these are I think I know.
His house is in the village though;
He will not see me stopping here
To watch his woods fill up with snow.

My little horse must think it queer
To stop without a farmhouse near
Between the woods and frozen lake
The darkest evening of the year.

He gives his harness bells a shake
To ask if there is some mistake.
The only other sound’s the sweep
Of easy wind and downy flakes.

The woods are lovely, dark and deep,
But I have promises to keep,
And miles to go before I sleep,
And miles to go before I sleep.

-0-0-

ଓଡ଼ିଆ ଅନୁବାଦ: କବି ROBERT FROST ଙ୍କର ପ୍ରସିଦ୍ଧ କବିତା

“STOPPING BY THE WOODS ON A SNOWY EVENING”

ଏଇ ଜଙ୍ଗଲ ଜମି କାହାର ମୁଁ ଭାବୁଛି ମୁଁ ଜାଣେ.
ଅବଶ୍ୟ ତାର ଘର ଅଛି ଏଇ ଗ୍ରାମରେ;
ସେ ଦେଖି ପାରିବ ନାହିଁ ମୋତେ ଠିଆ ହୋଇଛି ତାର ଜମିରେ
ଦେଖିବା ପାଇଁ ତାର ଜଙ୍ଗଲ ଜମି ଭରି ଯାଇଛି ବରଫରେ.

ମୋର ଛୋଟ ଘୋଡା ନିଶ୍ଚୟ ଭାବି ପIରେ ଏକି ଆଶ୍ଚର୍ଯ୍ୟ କଥା
ରହିଯିବାଟା ସେଇଠି ନାହିଁ ଏକ ଫାର୍ମ ହାଉସ ଯେଉଁଠି
ଜଙ୍ଗଲ ଜମି ଆଉ ବରଫ ଭରା ହ୍ରଦର ମଝିରେ
ଅନ୍ଧକାରତମ  ସନ୍ଧ୍ୟା ଏଇ ବର୍ଷର ଭିତରେ.

ଘୋଡା ନିଜର ଲଗାମର ଘଣ୍ଟା ସବୁକୁ  ହଲେଇଲା
ଯେମିତି ପଚାରୁଛି ମୋର କଅଣ କିଛି ଭୁଲ ହେଲା.
କେବଳ ଅନ୍ୟ ଶବ୍ଦ ବେଗ ମାନ ପବନର
ଆଉ ସହଜରେ ବହୁ ଥିବା ପବନ ଏବଂ ନରମ ଟୁକୁଡା ବରଫର .

ଏଇ ଜଙ୍ଗଲ ଜମି ଅତି ସୁନ୍ଦର , କଳା ଓ ରହସ୍ୟମୟ,
କିନ୍ତୁ ମୋତେ ପ୍ରତିଜ୍ଞା ସବୁକୁ ରଖିବାକୁ ପଡିବ,
ଶୋଇବା ପୂର୍ବରୁ କୋଶ ଦୂର ଯିବାକୁ ପଡିବ,
ଶୋଇବା ପୂର୍ବରୁ କୋଶ ଦୂର ଯିବାକୁ ପଡିବ.

-0-0-

ଆଉ କିଛି କଥା ………

ରବର୍ଟ ଫ୍ରଷ୍ଟ  ଆମେରିକାର ଏକ ପ୍ରସିଦ୍ଧ କବି. ସେ ଗ୍ରାମ୍ୟ ଜୀବନର ବର୍ଣନା ଯଥାର୍ଥବାଦୀ  ଶୈଳୀରେ ଉପସ୍ଥାପିତ କରନ୍ତି . ଆମେରିକାର ଲୋକଭାଷା ଉପରେ ତାଙ୍କର ଯଥେଷ୍ଟ ଦକ୍ଷତା ଥିଲା . ସେ ବହୁତ ଭଲ ଭଲ କବିତା ଲେଖି ଛନ୍ତି . ତାଙ୍କୁ କବିତା ପାଇଁ ଚାରି ଥର Pulitzer ପୁରଷ୍କାର ଦିଅI ଯାଇ ଥିଲା. ଏଇ କବିତା ଟି  ତାଙ୍କର ଏକ ଅତି ସୁନ୍ଦର କବିତା .

ପଣ୍ଡିତ ଜବାହାରଲାଲ ନେହେରୁ ଏଇ କବିତାକୁ ବହୁତ ପସନ୍ଦ କରୁଥିଲେ .ଏଇ କବିତାର ଶେଷ ଚାରି ଧାଡି ର ଏକ ଲେଖା କାଗଜ ଟୁକୁଡା ମୃତ୍ୟୁ ସମୟରେ ତାଙ୍କ ପକେଟରୁ ମିଳିଥିଲା.

ଏଇ ଚାରି ଧାଡି ହେଲା ……

The woods are lovely, dark and deep,
But I have promises to keep,
And miles to go before I sleep,
And miles to go before I sleep.

କହିବାକୁ ଗଲେ ଏଇ ଚାରି ଧାଡି ଆମ ମାନଙ୍କ ଜୀବନର ସାର ମର୍ମ . ଆମ ଜୀବନରେ  ଆମେ ବହୁତ ସୁନ୍ଦର ଜିନିଷ ପାଉ .ଉପଭୋଗ ମଧ୍ୟ କରୁ . କିନ୍ତୁ ଆମକୁ ଆମର ପ୍ରତିଜ୍ଞା ଗୁଡିକୁ ରକ୍ଷା  କରିବାକୁ ପଡିବ .ଆଗେଇ ଯିବାକୁ ପଡିବ .ବିଶ୍ରାମ ନେବା ପୂର୍ବରୁ ସମସ୍ତ କର୍ତ୍ତବ୍ୟ ପୁରା କରିବାକୁ ପଡିବ.

ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ .ତେଣୁ ମୃତ୍ୟୁ ପୂର୍ବରୁ  ଆମ ଜୀବନର ଇଛା , ଆକାଂକ୍ଷା ଓ ଲକ୍ଷ୍ୟ  ଗୁଡିକୁ ପୁର୍ଣ କରିବାକୁ ପଡିବ . ତେଣୁ କର୍ତ୍ତବ୍ୟରେ ହେଳା ନ କରି ଅନ୍ୟ ଜିନିଷ ପ୍ରତି ଆକର୍ଷିତ ନ ହୋଇ ଚିର ନିଦ୍ରାରେ ଶୋଇବା ପୂର୍ବରୁ ସମସ୍ତ ବାକିଥିବା କର୍ମ ସମ୍ପାଦନ ପାଇଁ ଆମକୁ କୋଶ ଦୂର ଆଗେଇ ଯିବାକୁ ପଡିବ .ଆପଣମାନେ ନିଶ୍ଚୟ ମIନିବେ ଯେ ଏଇ ହେଉଛି ଜୀବନ ……..

ଅନୁବାଦ କରିବାରେ ଯଦି କିଛି ତୃଟି ଥାଏ ତାହେଲେ ସଂଶୋଧନ କରି ପଢିବେ ଏବଂ ମୋତେ ଜଣାଇବେ.

ରହିଲି

 

ରତିକାନ୍ତ ସିଂହ  

RATIKANTA SINGH