“THINKING”   OR  “THE MAN WHO THINKS HE CAN”

By-Walter D. Wintle

……………………………………………………………………….

ଓଡ଼ିଆ ଅନୁବାଦ ପ୍ରସିଦ୍ଧ ଇଂରାଜୀ କବିତା-Thinking(ଥିଁଙ୍କିଙ୍ଗ)  

                                      ବା

The man who thinks he can”- ଦି ମ୍ୟାନ ହୁ ଥିଙ୍କସ ହି କ୍ୟାନ

                          By -Walter D . Wintle

……………………………………………………………………….

କବି  Walter D Wintle ( 19th  Century ) ଉନବିଂଶ ଶତାବ୍ଦୀ  ର ଶେଷ ଭାଗ ରୁ (20th century ) ବିଂଶ ଶତାବ୍ଦୀ ର ପ୍ରାରମ୍ଭିକ ଭାଗ ପର୍ଯ୍ୟନ୍ତ ଜୀବିତ ଥିଲେ . ତାଙ୍କ ଜୀବନୀ ବିଷୟରେ ବେଶୀ କିଛି ଉଲ୍ଲେଖ  ନାହିଁ. ଏଇ କବିତା THINKING  ର ଅନ୍ୟ ଏକ ଶିର୍ଷକ “THE MAN WHO THINKS HE CAN “  ଭାବେ ଉଲ୍ଲେଖ ଅଛି .

POEM-“THINKING/ THE MAN WHO THINKS HE CAN”

If you think you are beaten, you are;

If you think you dare not, you don’t;

If you’d like to win, but you think can’t

It is almost  a cinch you won’t..

If you think you’ll  lose, you‘re lost;

For out  in the world we find

Success begins with a fellow’s will,

It’s all in the state of mind.

If you think you’re out classed, you are;

You’ve got to think high to rise.

You’ve got to be sure of yourself before

You can ever win the prize.

Life’s battles don’t always go

To the stronger or faster man;

But sooner or later the man who wins

Is the one who thinks he can!

-0-0-

ଓଡ଼ିଆ ଅନୁବାଦ ପ୍ରସିଦ୍ଧ ଇଂରାଜୀ କବିତା-

    “THINKING”   OR  “THE MAN WHO THINKS HE CAN”

ଯଦି ତୁମେ ଭାବୁଛ ତୁମେ ହାରି ଯାଇଛ ,ତା ହେଲେ ତୁମେ ହାରିଛ

ଯଦି ତୁମେ ଭାବୁଛ ତୁମର ସାହସ ନାହିଁ ତା ହେଲେ ନାହିଁ ;

ଯଦି ତୁମେ ଜିତି ବାକୁ ଚାହଁ , କିନ୍ତୁ ତୁମେ ଭାବ ପାରିବି ନାହିଁ ,

ଏଇଟା ସୁନିଶ୍ଚିତ ଯେ ତୁମେ ପାରିବ ନାହିଁ .

ଯଦି ତୁମେ ଭାବୁଛ ତୁମେ ହାରି ଯିବ , ତା ହେଲେ ତୁମେ ହାରି ଗଲ;

ଏଇ ଜଗତର ଭିତରେ  ମଧ୍ୟ  ଆମେ ଦେଖୁ

ସଫଳତାର ଆରମ୍ଭ ହୁଏ ଏକ ବ୍ୟକ୍ତିର ଇଛାରୁ  ,

 ଏଇ ସବୁ ଅଛି ନିଜ ମନସ୍ଥିତି ରେ ହିଁ

ଯଦି ତୁମେ ଭାବ ତୁମକୁ ପଛରେ ପକେଇ ଦେଇ ଛନ୍ତି, ତାହେଲେ ତୁମେ ପଛେଇ ଯାଇଛ;

ତୁମକୁ ଭାବିବାକୁ ପଡିବ ତୁମେ ଉଚ୍ଚକୁ ଉଠିବ.

ତୁମେ ନିଜ ଉପରେ ଆଗରୁ ହିଁ ଭରସା ରଖ

ତୁମେ ନିଶ୍ଚୟ ଦିନେ ପୁରସ୍କାର ପାଇବ

ଜୀବନର  ଲଢେଇରେ ସବୁବେଳେ ଜୟ

ତାକୁ ହିଁ ମିଳେନି  ଯିଏ ବଳବାନ ବା ତୀବ୍ରତର

କିନ୍ତୁ ଆଜି ନ ହେଲେବି କାଲି ସେଇ ଲୋକ ଜିତିବ

ଯିଏ ଭାବେ ଯେ  ସେ ଜିତି ପାରିବ.

-0-0-

ମୋର ମତI ମତ:-

ଏହା ଏକ ପୃଥିବୀ ପ୍ରସିଦ୍ଧ କବିତା.

 ଲାଗୁଛି  ସରଳ ଓ ସତ୍ୟ .

 ପ୍ରତୀତ ହୁଏ ଆମ ମାନଙ୍କ କଥା ହିଁ ଲେଖା ହୋଇଛି .

ବେଳେ ବେଳେ ଆମେ ଅକାରଣେ ହାରିଯାଉ .

 ହାରିବାର କାରଣ ହେଲା ଆମେ ଭାବୁ ଆମେ ଜିତି ପାରିବା ନାହିଁ.

କାମ ଆରମ୍ଭ ନ କରି , ନ ଜାଣି ହାରି ଯାଉ .

ହାରି ଯିବାଟା ଅତି ସହଜ ହୋଇ ପଡିଛି .

 ସତରେ ଏହା ଏକ ଦୁଃଖର କଥା .

-0-0-

 

ବନ୍ଧୁଗଣ,

ଏଇ କବିତା ଓ ମୋର ମତାମତ  ପଢି ନିଶ୍ଚୟ ବହୁତ କିଛି ବୁଝି ପାରିଥିବେ .ଏହାର ଚର୍ଚା ବେଶୀ କରିବା ନାହିଁ .ଆପଣମାନେ ଜାଣନ୍ତି ଅତି ଲେମ୍ବୁ ଚିପୁଡ଼ିଲେ ପିତା . ତେଣୁ ଆମେ ଅତି ଲେମ୍ବୁ ଚିପୁଡିବା ନାହିଁ . କିନ୍ତୁ ଲେମ୍ବୁ ରସକୁ ଅନ୍ୟ ସହିତ ମିଶାଇ ତାର ସ୍ୱାଦ  ନେବା .ଏହାର ଅର୍ଥ ହେଲା ଏଇ କବିତାରେ କିଛି ଏମିତି ଶବ୍ଦ ଅଛି ଯାହାର ଅର୍ଥକୁ ଭଲ ଭାବେ ବୁଝିବା ଦରକାର .ଏଇ ଶବ୍ଦ ଗୁଡିକର ଅର୍ଥ ବୁଝି ପାରିଲେ କବିତାର ମଜା ଦ୍ବିଗୁଣିତ ହେବ ଓ ଏହାର ନିର୍ଯାସକୁ ଉପଲବ୍ଧି କରିହେବ . ସେଇ ଶବ୍ଦ ଗୁଡିକ ହେଲା Think/ Thinking , Win / Winning , Success, Will / Will power, Battles ଏବଂ Beat / Beaten ଯାହା ବିଭିନ୍ନ ରଙ୍ଗ ଦ୍ୱାରା ସୂଚିତ କରା ଯାଇଛି .

ବନ୍ଧୁମାନେ ଆପଣମାନଙ୍କୁ ଏଇ ଗୁରୁତ୍ୱପୂର୍ଣ ଶବ୍ଦ ଗୁଡିକର ଅର୍ଥକୁ ଭଲ ଭାବେ ବୁଝିବା ପାଇଁ ଏହା ଉପରେ ଲିଖିତ  ଜ୍ଞାନୀ ଲୋକଙ୍କ ସୁଵିଚାର (କୋଟେସନ ) ଗୁଡିକୁ ପଢିବା ଏବଂ ଓଡ଼ିଆରେ ଅନୁବାଦିତ ଅର୍ଥକୁ ବୁଝିବା .

 

ଇଂରାଜୀ ଶବ୍ଦ THINK/ THINKING” ଉପରେ କୋଟେସନ

1.ENGLISH-Your positive action combined with positive thinking results in success. .-SHIV KHERA

୧.ODIA – ତୁମର ସକାରତ୍ମକ ପ୍ରକ୍ରିୟା ର ସହିତ ସଂଯୁକ୍ତ ସକାରାତ୍ମକ ବିଚାରର ପରିଣାମ ହେବ ସଫଳତା  .-SHIV KHERA

2. ENGLISH-Positive thinking will let you do everything better than negative thinking. .-ZIG ZIGLAR

୨.ODIA –ସକାରାତ୍ମକ ବିଚାର ତୁମକୁ ସବୁକିଛି ଅଧିକ ଭଲଭାବେ କରିବାକୁ ଦେବ ନାକାରତ୍ମକ ଚିନ୍ତାର ତୁଳନାରେ .-ZIG ZIGLAR

ଇଂରାଜୀ ଶବ୍ଦ “WIN / WINNING ଉପରେ କୋଟେସନ

3. ENGLISH-Winning is habit. Unfortunately , so is losing. –VINCE LOMBARDI

୩.ODIA –ଜିତିବା ଏକ ଅଭ୍ୟାସ . ଦୁର୍ଭାଗ୍ୟଯେ , ହାରିବା ଟା  ମଧ୍ୟ ଅଭ୍ୟାସ .-VINCE LOMBARDI

4. ENGLISH- A champion needs a motivation above and beyond winning. –PAT RILEY

୪.ODIA –ଏକ ବିଜେତାକୁ ଦରକାର ଏକ ପ୍ରେରଣା ଯାହା ଜିତିବା ଠୁ  ବି ଉପରେ ଏବଂ ଅଧିକ. PAT RILEY

ଇଂରାଜୀ ଶବ୍ଦ “SUCCESS ଉପରେ କୋଟେସନ

5. ENGLISH-Success is not final, failure is not fatal . It is the courage to continue that counts.- .- WINSTON S .CHURCHILL

୫.ODIA –ସଫଳତା ଟା ନୁହେଁ ଅନ୍ତିମ ,ବିଫଳତା ନୁହେଁ ଘାତକ .ସେଇଟା ହରୁଛି ସାହସ ଜାରି ରଖିବା ଯେଉଁଟା ମହତ୍ଵପୁର୍ଣ .- WINSTON S .CHURCHILL

6. ENGLISH-Success seems to be connected with action. Successful people keep moving. They make mistakes but they don’t quit.- CONRAD HILTON

୬.ODIA –ସଫଳତା ପ୍ରତୀତ ହୁଏ ସୂଂଯୁକ୍ତ ପ୍ରକ୍ରିୟାର ସହିତ .ସଫଳ ବ୍ୟକ୍ତି ଆଗକୁ ବଢି ଚାଲନ୍ତି . ସେମାନେ ଭୁଲ କରନ୍ତି କିନ୍ତୁ  ସେମାନେ ପରିତ୍ୟାଗ କରନ୍ତି ନାହିଁ .-CONRAD HILTON

ଇଂରାଜୀ ଶବ୍ଦ “BATTLE ଉପରେ କୋଟେସନ

7. ENGLISH-In preparing for battle I have always foung that plans are useless, but planning is indispensable. – DWIGHT D EISENHOWER

୭.ODIA –ଯୁଦ୍ଧର ପ୍ରସ୍ତୁତି ପାଇଁ,  ମୁଁ ସବୁବେଳେ ଅନୁଭବ କରିଛି ଯେ , କଳ୍ପନା ସବୁ ବେକାର , କିନ୍ତୁ ଯୋଜନା ବନେଇବା  ହେଉଛି  ଅନିବାର୍ଯ୍ୟ . DWIGHT D EISENHOWER

8. ENGLISH-Don’t fight a battle if you don’t gain anything by winning.ERWIN ROMMEL

୮.ODIA –ସେଇ ଯୁଦ୍ଧ କରନାହିଁ ଯଦି ତୁମେ କିଛି ପାଇବ ନାହିଁ ଜିତିବା ପରେ.-ERWIN ROMMEL

ଇଂରାଜୀ ଶବ୍ଦ “WILL / WILL POWER ଉପରେ କୋଟେସନ

9.ENGLISH- Where there is a will there is a way. -English Proverb

୯.ODIA – ଯେଉଁଠି ଅଛି ଇଛା, ସେଇଠି ଅଛି ରାସ୍ତା . -English Proverb

10. ENGLISH-Great souls have wills , feeble ones have only wishes. -Chienese Proverb

୧୦.ODIA  –ମହାନ ବ୍ୟକ୍ତିଙ୍କର ଅଛି ସଂକଳ୍ପ,  ଦୁର୍ବଳ ଯିଏ ତାର ଅଛି କେବଳ ଇଛା . -Chienese Proverb

11.ENGLISH-Will power is essential to the accomplishment of anything worthwhile. –BRIAN TRACY

୧୧.ODIA –ସଂକଳ୍ପ ଶକ୍ତିର ଅତ୍ୟାବଶ୍ୟକ ଅଛି ଯେ କୌଣସି ଉପଯୁକ୍ତ କାର୍ଯ୍ୟର ସମ୍ପାଦନ ପାଇଁ. –BRIAN TRACY

ଇଂରାଜୀ ଶବ୍ଦ “BEAT / BEATENଉପରେ କୋଟେସନ

12. ENGLISH-A creative man is motivated by the desire to achieve, not by the desire to beat others.-AYN  RAND

୧୨ .ODIA –ଏକ ସୃଜନାତ୍ମକ ବ୍ୟକ୍ତି ଉତ୍ସାହିତ ହୁଏ କିଛି ପ୍ରାପ୍ତ କରିବାର ଅଭିଳାଷରେ , ଅନ୍ୟକୁ  ହରେଇବାର  ଆକାଂକ୍ଷା ରେ ନୁହେଁ . AYN  RAND

13. ENGLISH-You just can’t beat the the person who never gives up. – BABE RUTH

୧୩.ODIA –ଆପଣ ବିଲକୁଲ ପରାସ୍ତ କରି ପାରିବେ ନାହିଁ ସେଇ ବ୍ୟକ୍ତିକୁ ଯିଏ କେବେବି ହାର ମାନେନା . –BABE RUTH

ମୋର ବନ୍ଧୁ ଅଟକୁ ସିଂହ,

ଅଚାନକ ମୋର ବନ୍ଧୁ ଅଟକୁ ସିଂହ ମୋ ପାଖରେ ଆସି ପହଁଚିଲା. ମୁହଁରେ ତାର ହସ ଆଉ ସମ୍ବୋଧନ ର  ଭାବ. ମୁଁ ପ୍ରତି ସମ୍ବୋଧନ ଜଣାଇଲି .ଖୁସି ମଧ୍ୟ ହେଲି .କହିଲି ଅଟକୁ ଭାଇ ତୁମେ ନିଶ୍ଚୟ ଅଟକି ଅଟକି ଆସି ଥିବ. ମୋ ପାଖରେ କେତେ ସମୟ ଅଟକିବ. ସେ ଖୁସିରେ ଜବାବ ଦେଲା ଯେତେ ସମୟ ଅଟକାଇ ପାରିବ ସେତେ ସମୟ ଅଟକିବି . କିନ୍ତୁ ଏବେ କଅଣ କରୁଛ ? ଲେଖା ଲେଖିରେ ବ୍ୟସ୍ତ ଅଛ ବୋଧେ .

ମୁଁ ଉତ୍ତର ଦେଲି ବନ୍ଧୁ ଆଜି ଏକ କବିତା କୁ ଅନୁବାଦ କରିବା ସହିତ  କିଛି କୋଟେସନ କୁ ମଧ୍ୟ  ଅନୁବାଦ କରି ଲେଖିଛି. ଟିକେ ପଢି ଦେଖ. ବନ୍ଧୁ ମୋର ଆଗ୍ରହରେ ପଢି ଚାଲିଲେ ଓ ମୁହଁ ଟେକି ଧନ୍ୟବାଦ ଜଣାଇଲେ. କହିଲେ ତୁମର ଏ ପ୍ରୟାସ କୁ ମୁଁ କେମିତି ଭାଷାରେ ରୂପ ଦେବି ଜାଣି ପାରୁନି .କିନ୍ତୁ ତୁମେ  ପ୍ରକୃତରେ ଜଣେ ତ୍ରିଭାଷୀ BLOGGER ଧିରେ ଧିରେ ହୋଇ ଯାଉଛ ଏବଂ ସାରା ପୃଥିବୀରେ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ଚାଲିଛ . ସତରେ ତୁମେ  ଏକ ପ୍ରେରଣାର ସ୍ରୋତ ହୋଇ ଯାଉଛ . ମୋ ଶୁଭେଚ୍ଛା  ସବୁବେଳେ ତୁମ ସହିତ ଅଛି . ତୁମ କବିତା ସହିତ ମୋର ଏଇ ଦୁଇ ଧାଡି ଯୋଡି ଦିଅ . ଦେଖ କେମିତି ଲାଗୁଛି .

ଅଟକୁ ର ଜବାବ

” ଯିଏ ଭାବେ ଜିତିବ ସେ ନିଶ୍ଚୟ ଜିତିବ

ନ ହେଲେ ଖସିବ -ତଳେ ପଡି ଗଡିବ. ”

ଅଟକୁ ର ଏ ଜବାବ ଯେମିତି ନିଷ୍ଠୁର ସେମିତି ସତ୍ୟ .ମୋର ମନର  କଥାଟା ସତରେ ସେ  କହି ଦେଇଛି . ଯଦି ଆମେ ଭାବିବା ଯେ ଆମେ ଜିତି ପାରିବା ନାହିଁ ଆମର ହାରିବା ସୁନିଶ୍ଚିତ . ତେଣୁ ଜିତିବାର ଚିନ୍ତା ସବୁ ସମୟରେ , ସବୁ ପରିସ୍ଥିତିରେ ଏବଂ ସମସ୍ତଙ୍କ ମନରେ ରହିଲେ ଜିତିବା ସୁନିଶ୍ଚିତ . ଏଇ ଆଶା ସମସ୍ତଙ୍କ ପାଖରେ ରଖି ମୁଁ ରହିଲି ………..

 

ରତିକାନ୍ତ ସିଂହ

RATIKANTA SINGH