ସତ କହୁଛି – ମୁଁ ଅନୁବାଦକ ହେବି . ଏଥିପାଇଁ ମୋ ଦ୍ୱାରା ଯେତେ ପରିଶ୍ରମ ଦରକାର ନିଶ୍ଚୟ କରିବି .ଖାଲି କହିଲେ ତ ହେବ ନାହିଁ , କରି ଦେଖେଇ ବାକୁ ପଡିବ . କିଛି ଦିନ ପୂର୍ବେ ମୁଁ ମୋର ଓଡ଼ିଆ ପୋଷ୍ଟରେ ଲେଖି ଥିଲି FAMOUS ଲୋକଙ୍କ QUOTATIONS କୁ ଓଡ଼ିଆ ରେ ଅନୁବାଦ କରିବି .ଅତି ଆନନ୍ଦର କଥା -ଏ କାମ  ଆରମ୍ଭ କରି ଦେଇଛି . ମୁଁ ଆଜି କIଲି ENGLISH QUOTATIONS ସହିତ ମୋ ଦ୍ୱାରା ଅନୁବାଦିତ ଓଡ଼ିଆ କୋଟେସନ କୁ ମୋର ଲେଖା ରେ ପୋଷ୍ଟ କରୁଛି .ଏବେ ଏଇ କାମ ରୀତି ମତ ଚାଲିବ .ଆପଣ ମାନେ ୱେବସାଇଟ ରେ ଅନୁବାଦିତ ସୁଵିଚାର ପାଇ ପାରିବେ .

କଷ୍ଟର କାମ :-

ଅନୁବାଦ କରିବା ସହଜ ନୁହେଁ ରେ ଭାଇ ସହଜ ନୂହେଁ . ଅନୁବାଦିତ ଭଲ କୋଟେସନସ , ଭଲ କବିତା , ଗଳ୍ପ ବା ରଚନା ପଢିଲେ ଭଲ ଲାଗେ.  ଜଣା ପଡେ ନାହିଁ ଏଇଟା କେତେ କଷ୍ଟ ରେ ଲେଖା ହୋଇଛି ଓ କେତେ ସମୟ ଲାଗିଛି .

ମୁଁ ଆମ ଓଡ଼ିଆ ଭାଷା ରେ ଏତେ ଅଭ୍ୟସ୍ତ ନ ଥିବାରୁ ମୋତେ ବାରମ୍ବାର DICTIONARY  ଦେଖି ବାକୁ ପଡେ .ମୁଁ ହିନ୍ଦୀ ରୁ ଇଂଗ୍ରେଜୀ ଅଥବା ଇଂଗ୍ରେଜୀ ରୁ ହିନ୍ଦୀ DICTIONARY / ଶବ୍ଦକୋଷ ଦେଖେ . କାରଣ INTERNET ରେ ODIA DICTIONARY ନାହିଁ .ଯଦି କେହି ଏଇ ବଡ଼ କାମ ଟା କରି ପାରନ୍ତେ ତା ହେଲେ ଓଡ଼ିଆ ଭାଷୀ ଲୋକଙ୍କ ପାଇଁ ଏକ ବିରାଟ ବଡ଼ ସାହାଯ୍ୟ ହୁଅନ୍ତା . ମୁଁ ଭାବୁଛି କେହି ନା କହି ଆଗେଇ ଆସି ଏହି କାମଟା କରିବେ .

ନୂଆ ଜୀବନ :-

ଅନୁବାଦକ ରୂପେ ଏବେ ମୋର ନୂଆ ଜୀବନ ଆରମ୍ଭ ହୋଇଛି . ଅଳ୍ପ କିଛି ଦିନ ହେଲା ମୁଁ ଇଂଗ୍ରେଜୀ ରୁ ଓଡ଼ିଆ  କୁ ଅନୁବାଦ କରିବା ଆରମ୍ଭ କରିଛି .ମୁଁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର କିଛି ଅମୁଲ୍ୟ ବାଣୀ କୁ ଓଡ଼ିଆ ରେ ଅନୁବାଦ କରିଛି . ତା ସଂଗେ ସଂଗେ ସ୍ୱାମୀ  ବିବେକାନନ୍ଦ ଓ  ଚାଣକ୍ୟଙ୍କ ସୁଵିଚାର ସହିତ  HEALTH RELATED ପୋଷ୍ଟ ରେ ମଧ୍ୟ ମୋର ଅନୁବାଦିତ ସୁଵିଚାର ପାଇ ପାରିବେ .

ବର୍ତମାନ ମୁଁ ଅନ୍ୟ ମାନଙ୍କ ଲେଖାକୁ ଅନୁବାଦ କରି ଚାଲିଛି .କିଛି କିଛି ଶବ୍ଦ ର ଓଡ଼ିଆ ଅର୍ଥ ବା ସଠିକ ଅର୍ଥ ଖୋଜି ବାହାର କରିବI କାଠିକର ପାଠ ହୋଇ ଯାଉଛି .ଯଥେଷ୍ଟ କଷ୍ଟ ହେଉଛି .କିନ୍ତୁ – ଏହା ମଧ୍ୟ ଆନନ୍ଦ ଦେଉଛି , ଆଣୁଛି self satisfaction / ଆତ୍ମ ତୃପ୍ତି . ସତରେ କଷ୍ଟ କରି ମଜା ମିଳୁଛି .ଏବେ ଧୀରେ ଧୀରେ ଲାଗୁଛି ଅନ୍ୟ ର ଲେଖାକୁ ମୁଁ ନିଜର କରି ନେଉଛି .ଯେଉଁ ଧରଣରେ ଲେଖାକୁ ଲେଖକ ମନ ପ୍ରାଣ ଦେଇ ଲେଖି ଛନ୍ତି ସେଇ ଧରଣର ଅନୁବାଦ କରିବାକୁ ହିଁ ମୁଁ ତତ୍ପର . ଳେଖକକୁ ଯଥେଷ୍ଟ ସମ୍ମାନ ଦେଇ , ତାର ମୌଳିକ ଚିନ୍ତାଧାରା କୁ ଅକ୍ଷୁର୍ଣ ରଖି ଅନୁବାଦ କରି ବାର ଯତ୍ନ କରୁଛି .ସେଇ ଅର୍ଥ , ସେଇ ଭାବ (FEELINGS) କୁ ଅନୁବାଦ ରେ ଭରି ଦେବାକୁ ଚାହୁଁଛି .

ସତରେ କଷ୍ଟର କାମକୁ କଷ୍ଟ କରି ନୂଆ ଜୀବନ  ଅନ୍ୟ ଏକ ଭାଷାରେ ଦେଇ ପାରିଲେ ମନ ଭିତରେ ଭରି ଯାଏ ଆନନ୍ଦ ହିଁ ଆନନ୍ଦ .ଗୋଟିଏ ସଂସ୍କୃତି କୁ ଅନ୍ୟ ଏକ ସଂସ୍କୃତି ସହିତ ଯୋଡି ବାର ଏହା ଏକ ମହତ କାମ . ଏଇ ସୃଷ୍ଟି ଦେଉଛି ଉତ୍ସାହ ମୋତେ ଏବଂ ଆଗେଇ ନେଉଛି ଆନନ୍ଦର highway ରେ . ଏଇଟା ସତରେ କଣ ନୂଆ ଜୀବନ ନୁହେଁ !?

ମୋତେ ଲାଗୁଛି ଆନନ୍ଦ ସବୁଠି ମିଳେ ମ ! ଚେଷ୍ଟା କରି ଦେଖନ୍ତୁ ତ . କଷ୍ଟ ହେଉଛି , କଷ୍ଟ ହେଉଛି ଭାବିଲେ କଷ୍ଟ ପ୍ରାୟ ବଢି ଯାଏ . ତେଣୁ ମୁଁ  ମୋର ନୂଆ ଜୀବନ କୁ ଏକ ଅନୁବାଦକ ର  ଜୀବନରେ  ରୂପାନ୍ତରିତ କରିବି .ଏଥି ପାଇଁ ଯଥେଷ୍ଟ କଷ୍ଟ ମଧ୍ୟ କରିବି ଏବଂ ସମସ୍ତ କଷ୍ଟକୁ ଆନନ୍ଦରେ ପରିଣତ କରିବି . ମୋର ଏଇ ନୂଆ ଜୀବନ ଅନୁବାଦକର ଜୀବନ ଭାବେ ହୋଇଛି ଆରମ୍ଭ ମାତ୍ର .

ଆରମ୍ଭ ଯଦି ଦିଏ ଖୁସି ,

ଯାତ୍ରା ହେବ ନିଶ୍ଚୟ ସଫଳ

ମୁଁ ମାଡି ଯିବି ହସି ହସି

ମୋର ଉଦେଶ୍ୟ :-

ମୋର ଉଦେଶ୍ୟ ଟା ଆପଣଙ୍କୁ ଜଣା ପଡି ଯାଇ ଥିବ ନିଶ୍ଚୟ . ବିଶ୍ୱାସ କରନ୍ତୁ ମୁଁ କିଛି ଦେଇ ଯିବାକୁ ଚାହେଁ ମୋର ଲେଖା ଲେଖି ମାଧ୍ୟମ ରେ ଓ ଅନୁବାଦ ମାଧ୍ୟମରେ . ଏଥି ସହିତ ମୋର ନିଜର କବିତା ଓ ବହି ଲେଖା ଚାଲିଛି ଓ ଚାଲିବ .ବହୁତ କିଛି ଭଲ ଭଲ ଜିନିଷ ଲେଖିବାକୁ ଚାହେଁ .କିଛି ନିଜେ ସୃଷ୍ଟି କରିବି ଓ କିଛି କିଛି ଅନୁବାଦ କରି ଆପଣଙ୍କ ପାଖକୁ ଆଣିବି . ମୁଁ ସବୁ ବେଳେ ଚାହେଁ , ନିଜକୁ ତଥା ଅନ୍ୟ ମାନଙ୍କୁ ଉତ୍ସାହିତ କରିବି .ତା ସହିତ ଲୋକ ମାନଙ୍କୁ entertain କରିବାକୁ ଭୁଲିବି ନାହିଁ . ମୁଁ ଚାହେଁ ମୋର ଲେଖା ଦ୍ୱାରା ଲୋକେ କିଛିନା କିଛି ଶିଖି ପାରିବେ ଓ ନୂଆ ଧରଣର ଚିନ୍ତାଧାରା ନେଇ ନିଜର ଜୀବନ ଯାପନ କରିବେ .ଦୀପ ଶିଖା ଟିଏ କ୍ଷୀଣ ଆଲୋକ ପ୍ରଦାନ କଲା ଭଳି ମୁଁ ଆପଣଙ୍କ ଜୀବନ ଯାତ୍ରାରେ ସାମିଲ ହୋଇ ଯିବାଟା ମୋର ଲକ୍ଷ୍ୟ .

ମୁଁ ଉତ୍ପେରକ (Catalyst ) ହୋଇ ପାରିବି କି ?

ମୁଁ କଅଣ ଲୋକଙ୍କୁ ବଦଳେଇ ପାରିବି ? ଏ ଦୁଃସାହସ ମୋର ନାହିଁ . ମୁଁ କେବଳ  ଏକ ଉତ୍ପେରକ (catalyst ) ହୋଇ ପରେ .ଲୋକେ ବଦଳିବେ  ସ୍ୱଇଚ୍ଛାରେ . କେହି ଜବରଦସ୍ତି କରି ପାରିବେ ନାହିଁ . କିନ୍ତୁ ମୁଁ ମୋର ଲେଖା ଦ୍ୱାରା କିଛି ବଦଳି ବାର ଉପାୟ ଜଣେଇ ପାରିବି . ମୋର ଲେଖାର  ଉଦେଶ୍ୟ ହେଉଛି ପ୍ରେରଣା ଦାୟକ ,ବାସ୍ତବିକ ଏବଂ ବ୍ୟବହାରିକ .ମୁଁ କେତେ ସଫଳ ହେବି ଜାଣେନି .

ମୁଁ ଭାବେ ଚେଷ୍ଟା କରି ଯିବାଟା ବି ସଫଳତା .

ଆଉ ଏଇ ଚେଷ୍ଟା ଆଣେ ବାସ୍ତବିକ ଏକ ବିରାଟ ସଫଳତା .

 ମୁଁ କଥାଟା ଠିକ କହୁଛି ତ ?

ଆପଣଙ୍କୁ ଭଲ ଲାଗୁଛି ତ ?

ଆପଣଙ୍କ ଉତ୍ତର ଟା ହଁ ହେବା ପରି ଲାଗୁଛି .

ତେଣୁ ଚିନ୍ତା ନାହିଁ ,

ନିଜକୁ ମୁଁ କହିବି …….

“ଲେଖା ଲେଖି କର ବୀର ପରି

ଅନୁବାଦ କର ନ ଡରି “

-0-0-

ବନ୍ଧୁ ଓ ବାନ୍ଧବୀ ମାନେ ,

ଏବେ ସମୟ ହୋଇଛି  ଦୁଇଟା ଚୌକା କୋଟେସନର :-

ବର୍ତମାନ ମୋତେ ସୁଯୋଗ ଦିଆନ୍ତୁ ଅନୁବାଦ ଉପରେ ଆଠଟି (୪ x ୨ ) ଇଂରାଜୀ କୋଟେସନ ଓ ତାର ଓଡ଼ିଆ ଅନୁବାଦ ଆପଣଙ୍କ ପାଖରେ ରଖିବା ପାଇଁ .

ODIA QUOTES ON  “TRANSALATION “

1 .ENGLISH –Writers make national literature, while translators make universal literature. –JOSE SARAMAGO

୧.ODIA –ଲେଖକ ମାନେ ଗଢନ୍ତି ଜାତୀୟ ସାହିତ୍ୟ , ସେତେବେଳେ ଅନୁବାଦକ ମାନେ ଗଢନ୍ତି ବିଶ୍ୱବ୍ୟାପି ସାହିତ୍ୟ .JOSE SARAMAGO

2 ..ENGLISH –Without translation we would be living in provinces bordering in silence.GEORGE STEINER

୨.ODIA -ଅନୁବାଦର ବିନା , ଆମେମାନେ ଜୀବିତ ରହନ୍ତେ ନିଶବ୍ଦତାର ସୀମା ରେଖାର ପ୍ରଦେଶରେ . GEORGE STEINER

3 .ENGLISH –The original is unfaithful to the translation.  JEORGE LUIS BORGES

୩.ODIA –ମୂଳ ରଚନାଟା ଅନୁବାଦ ପ୍ରତି ବିଶ୍ଵାସଘାତୀ. JEORGE LUIS BORGES

4 .ENGLISH –Translation is at best an echo. -GEORGE BORROW

୪. ODIA –ଅନୁବାଦ ଟା ହୋଇପାରେ ଅତି ବେଶିରେ ଏକ ପ୍ରତିଧ୍ୱନି .-GEORGE BORROW

5 .ENGLISH –Translation is not a matter of words only : it is a matter of making intelligible a whole culture.ANTHONY BURGESS

୫.ODIA –ଅନୁବାଦ ଟା ନୁହେଁ ଏକ ବିଷୟ ବସ୍ତୁ କେବଳ ଶବ୍ଦର : ଏଇଟା ହେଉଛି ଏକ ସମ୍ପୂର୍ଣ  ସଂସ୍କୃତି କୁ ବୋଧଗମ୍ୟ କରି ପରିବାର ବିଷୟବସ୍ତୁ . ANTHONY BURGESS

6 .ENGLISH –Words trasvel worlds. Translators do the driving. -ANNA RUSCONI

୬.ODIA – ଶବ୍ଦମାନେ ପରିଭ୍ରମଣ କରନ୍ତି ସାରା ପୃଥିବୀକୁ. ଅନୁବାଦକ ମାନେ ଚାଳକ. -ANNA RUSCONI

7 .ENGLISH –Translator is a reader, an interpreter and a creator all in one. -BIJAY KUMAR DAS

୭.ODIA – ଅନୁବାଦକ ଏକ ପାଠକ , ଏକ ବ୍ୟାଖ୍ୟାକାର ଏବଂ ଏକ ସୃଷ୍ଟିକର୍ତ୍ତା  ସବୁକିଛି ଏକରେ ଅନେକ . -BIJAY KUMAR DAS

8.ENGLISH-Translation is not an original creation-that is what  one must remember. In translation , some loss is inevitable. -JOSEPH   BRODSKY

୮.ODIA – ଅନୁବାଦ ନୁହେଁ ଏକ ମୂଳ ରଚନା -ଏଇ କଥାଟା ଜଣେ ମନେ ରଖିବା  ଉଚିତ. ଅନୁବାଦରେ କିଛି ଗୁଣବତ୍ତାର ହ୍ରାସ ଅନିବାର୍ଯ୍ୟ . -JOSEPH   BRODSKY

ଅନୁବାଦକ ଏକ ଅନ୍ୟ ବର୍ଗର ସାହିତ୍ୟ ସେବକ . ତାର ସୀମା ବହୁତ ବଡ଼ .ଏକ ଭଲ ଅନୁବାଦକ ହେବାପାଇଁ ଦୁଇଟି ଭାଷା ଭଲ ଭାବେ ଜାଣିବାକୁ ପଡିବ .ତା ସହିତ ଦୁଇଟି ଭାଷାର ଓ ଜାଗାର କଳା ଓ ସଂସ୍କୃତି ଜାଣିଲେ ହିଁ ଅନୁବାଦ ଟା ଜୀବନ୍ତ ହୋଇ ଉଠିବ . .ଯେଉଁ ସାହିତ୍ୟିକ ର ଲେଖାକୁ ଯିଏ ଅନୁବାଦ କରିବେ ତାଙ୍କୁ ମୂଳ ସାହିତ୍ୟିକ ଙ୍କର ଲେଖା ଶୈଳୀ ଓ ଚିନ୍ତାଧାରା ଜାଣି ପାରିଲେ ଅନୁବାଦ ଟି ମୂଳ ରଚନା ପରି ହୋଇଥାଏ . ଏଇ ସ୍ତରକୁ ପହଞ୍ଚିବା ସତରେ ବହୁତ କଷ୍ଟ . ଏଇଟା ହେଇଛି Creative Challenge . ଜୀବନରେ Challenge ନ ଥିଲେ ଆନନ୍ଦ ଆଉ Satisfaction ମିଳିବକି ? ଭାବନ୍ତୁ ତ ଟିକେ .

ଅନୁବାଦ ଉପରେ  ଉପରୋକ୍ତ ଆଠଟି ଇଂରାଜୀ କୋଟେସନ ଓ ତାର ଓଡ଼ିଆ ଅନୁବାଦ ନିଶ୍ଚୟ ପଢି ବହୁତ କଥା ବୁଝି ପାରିଥିବେ .. ଏବେ ଚାଲନ୍ତୁ ଅନୁବାଦ ଉପରେ ସ୍ୱରଚିତ କିଛି  ଛୋଟ କବିତା ପଢିବା ଓ ତାର ମଜା ନେବା ..

କବିତା -୧ (ଏକ ନୂଆ ଉତ୍ପତ୍ତି )

ଅନୁବାଦ କରିବା ସହଜ ନୁହେଁ

ଅନୁବାଦ କରିବା ଅସମ୍ଭବ ବି ନୁହେଁ

ଯିଏ କରୁଛି ନେଇ ଆସୁଛି ଏକ ନୂଆ ଉତ୍ପତ୍ତି

ବଢ଼େଇ ଦେଉଛି ଏଇ ଜଗତରେ ସାହିତ୍ୟର ସମ୍ପତ୍ତି .

-0-0-

କବିତା-୨( ତାଳ ମେଳ )

ଅନୁବାଦକ ଇଜ୍ଜତ ଦିଏ ମୂଳ ରଚନାକାର ଙ୍କୁ

ଅନ୍ୟ ଭାଷାରେ ଲେଖେ ଲେଖକର ମନର କଥାକୁ

ତାଳ ମେଳ ଓ ମାନ ମର୍ଯ୍ୟାଦା ବଢି ବଢି ଯାଏ 

ନୂଆ ରଚନା ଦୁଇ ମସ୍ତିଷ୍କ ରୁ ବାହାରି ଏକାକାର ହୋଇ ଯାଏ

-0-0-

କବିତା-୩ (ସାହିତ୍ୟର ସେବା)

ମୋତେ ଅନୁବାଦକ ହେବାକୁ ପଡିବ

ସାହିତ୍ୟର ଅଧିକ ସେବା ପାଇଁ

ମୋତେ ଅନୁବାଦକ ହେବାକୁ ପଡିବ

ମୋର ବନ୍ଧୁ ମାନଙ୍କୁ ଖୁସି କରିବା ପାଇଁ

-0-0-

ହେ ମୋର ବନ୍ଧୁ ଵର୍ଗ,

ଆପଣମାନେ ଖୁସିରେ ରୁହନ୍ତୁ

ମୋର ଏଇ ଲେଖାଟି କେମିତି  ଲାଗିଲା

ନିଶ୍ଚୟ ଜଣାନ୍ତୁ

ଓଡ଼ିଆରେ ଭୁଲ ଥିଲେ ସୁଧାରିବାର ଉପାୟ ଜଣାନ୍ତୁ .

ରହିଲି .

ରତିକାନ୍ତ ସିଂହ                                        

RATIKANTA SINGHA