CHARI BANDHU O SHIKARI

ଓଡ଼ିଆରେ ପଞ୍ଚତନ୍ତ୍ରର କାହାଣୀ :  ଚାରି ବନ୍ଧୁ ଓ ଶିକାରୀ

କୌଣସି  ଏକ ଜଙ୍ଗଲରେ ଗୋଟିଏ  ହରିଣ , ଗୋଟେ କୁଆ , ଗୋଟିଏ  କଇଁଛ ଆଉ ଗୋଟିଏ ମୁଷାର ଗଭୀର ମିତ୍ରତା ଥିଲା. ସେମାନେ ନିଜର ମିତ୍ରତା କୁ ପ୍ରାଣ ଠୁ ବି ବେଶୀ ଭଲ ପାଉ ଥିଲେ . ଥରେ  ସେଇ ଜଙ୍ଗଲକୁ ଏକ ଶିକାରୀ ଆସିଲା ଏବଂ ହରିଣଙ୍କୁ ତାର ଜାଲରେ ଫସେଇ ନେଲା . ବିଚରା ହରିଣ ଅସହାୟ ହୋଇ ଜାଲରେ  ଫସି ରହି ଥିଲା . ତାକୁ ଲାଗିଲା ଆଜି ତାର ମୃତ୍ୟୁ ସୁନିଶ୍ଚିତ . ଏଇ ଚିନ୍ତା ଓ ଭୟରେ ସେ ବହୁତ ବହୁତ ଡରିଗଲା. ହରିଣର ଏ ଅବସ୍ଥା ତାର ମିତ୍ର କୁଆ ଦୂରରୁ ଦେଖି ପାରିଲା . ସେ ତୁରନ୍ତ ତାର ମିତ୍ର କଇଁଛ ଓ ମୁଷାକୁ ଏ ଖବର ଦେଇ ତାଙ୍କୁ ଡାକିଲା .

ଏବେ  କୁଆ ଉଡି ଯାଇ ଜାଲ ରେ ଫସି ଥିବା ହରିଣ ପାଖରେ ପହଁଚିଲା . ସେ ଜୋର ସୋର ରେ ହରିଣ କୁ ଥୁଣ୍ଟ ମାରିବା ଆରମ୍ଭ କରିଦେଲା ଯେମିତି କୁଆ ମୃତ ଜନ୍ତୁ ର ଶରୀରକୁ ଓଟାରି ଓଟାରି ଖାଏ .ହରିଣ କୁ ନିଶ୍ଚଳ ହୋଇ ପଡି ରହିବାକୁ କୁଆ ତା କାନ ରେ କହି ଦେଲା.ଏବଂ ହରିଣ ମଧ୍ୟ ମୃତ ପ୍ରାୟ ପଡି ରହିଲା .  ଏ ଦୃଶ୍ୟ ଦେଖି ଶିକାରୀକୁ ଲାଗିଲା ହରିଣଟା ପ୍ରାୟ ମରିଯାଇଛି . 

ଠିକ ଏଇ ସମୟରେ ଶିକାରୀର ନଜର ପଡିଲା କଇଁଛ ଉପରେ . କଇଁଛ କିଛି ଦୂରରେ ଧୀରେ ଧୀରେ ଚାଲି ଯାଉ ଥିଲା . ଶିକାରୀ ଭାବିଲା ହରିଣ ମରି ସେଠାରେ ଜାଲ  ଭିତରେ ପଡି ରହିଛି. ସେ ଆଉ ଜାଲ ରୁ ବାହାରି ଯାଇ ପାରିବ ନାହିଁ .ଏଇ ମୌକାରେ କଇଁଛଟା କୁ  ବି ଧରି ନେବି. ଏହା ଭାବି କଇଁଛ ପଛେ ପଛେ ଶିକାରୀ ଚାଲିଲା . ତାର ସମ୍ପୂର୍ଣ ଧ୍ୟାନ କଇଁଛ ଉପରେ ରହିଲା. କିନ୍ତୁ ମୂଷା ଏହାର ସୁଯୋଗ ନେଇ ଶିକାରୀର ଜାଲ କୁ କାଟି ହରିଣ କୁ ଜାଲରୁ ମୁକ୍ତ କରିଦେଲା. ଏଇ ସମୟରେ କୁଆ ହଠାତ  ଉଡି ଉଡି ଆସି ଥଣ୍ଟରେ କଇଁଛ କୁ  ଧରି ଉଡି ପଳାଇ ଗଲା ଓ ତାର ପ୍ରାଣ ମଧ୍ୟ ରକ୍ଷା କଲା. ଏହିପରି ଭାବରେ ଚାରି ବନ୍ଧୁ ପରସ୍ପରକୁ ଶିକାରୀ କବଳରୁ ରକ୍ଷା କଲେ . 

ଏହା ଏକ କ୍ଷୁଦ୍ର ଗଳ୍ପ ହୋଇପାରେ କିନ୍ତୁ ଏହାର ପଛରେ  ଲୁଚି ରହିଥିବା ମହନୀୟତା ଗୁଡିକ ଅନୁଧ୍ୟାନ କଲେ ଆମେ ଅନେକ ନୀତି ଶିକ୍ଷା ପାଇ ଥାଉ .  ବନ୍ଧୁତ୍ୱ ଓ ଏକତା ର ପ୍ରମାଣ ଦେଇଥିବା ଚାରି ବନ୍ଧୁ ଆମ ମାନଙ୍କ ପାଇଁ ଉଜ୍ଜଳ ଉଦାହରଣ .

ନୀତି ଶିକ୍ଷା-ଏଇ କାହାଣୀର ମୂଳଶିକ୍ଷା ହେଇଛି ମିଳିମିଶି କାମ କଲେ କଠିନ କାମ ମଧ୍ୟ ସରଳ ହୋଇ ଯାଏ .

-0-0-0-

ବନ୍ଧୁ ବର୍ଗ ,

 ଏକତା କୁ ଲକ୍ଷ୍ୟ ରଖି ଆଜି ମୁଁ ଆପଣଙ୍କ ସମ୍ମୁଖରେ  କିଛି ଛୋଟ ଛୋଟ ସ୍ୱରଚିତ  କବିତା ଉପସ୍ଥାପନା କରୁଛି.

 

ମିଳିମିଶି -କବିତା-1

ମିଳିମିଶି ଯେବେ କାମ କରିବା

କଠିନ କାମକୁ ଡରେଇ ଦେବା

ବଡ଼ କାମ ମଧ୍ୟ ଛୋଟ ଲାଗିବ

କାମ କରିବାକୁ ମଜା ଆସିବ . ରତିକାନ୍ତ ସିଂହ

ହୃଦୟ -କବିତା-2

ହୃଦୟକୁ ମିଳାଇ ପାରିଲେ

ଶତ୍ରୁତା ଆପେ ଆପେ  ଦୁରେଇ ଯିବ

ଏକଥା କାହିଁକି ପାରୁନେ ବୁଝି

ସଭି ଙ୍କର ଏଥିରେ ଉନ୍ନତି ହେବ !-ରତିକାନ୍ତ ସିଂହ

କେମିତି ହୁଅନ୍ତା କୁହନ୍ତୁ ତ – କବିତା-3

ହିଂସା ଓ ଦ୍ୱେଷ କରିବା ଭୁଲିଗଲେ

କେମିତି ହୁଅନ୍ତା କୁହନ୍ତୁ ତ?

ପ୍ରେମ , ଆଦର ଓ ସମ୍ମାନ କରିବା

ଅଭ୍ୟାସରେ ପରିଣତ ହୋଇ ଗଲେ

କେମିତି ହୁଅନ୍ତା କୁହନ୍ତୁ ତ??-ରତିକାନ୍ତ ସିଂହ

ଏକତା : କବିତା-4

ଏକତାକୁ ଜାଣିବାବାଲା ବହୁତ ଅଛନ୍ତି

କିନ୍ତୁ- ଏକତା ଜଣେଇ ପାରନ୍ତି ନାହିଁ

ଏକତାକୁ ବୁଝିବାବାଲା ବହୁତ ଅଛନ୍ତି

କିନ୍ତୁ- ଏକତା ଦେଖେଇ ପାରନ୍ତି ନାହିଁ . –ରତିକାନ୍ତ ସିଂହ

ପରାଜୟ : କବିତା -5

ଏକତା ନ ଥିଲେ ଆମେ ଜାଣୁ ହୁଏ ପରାଜୟ

ଏକତା ନ ଥିଲେ ମନରେ ହୁଏ ଭୟ

ଏକତା ପାଇଁ  ପଡେ ହେବାକୁ ଏକତ୍ରିତ

ଏକି ବିଚିତ୍ର କଥା ! ଖାଲି ଭାଷଣ ମାରିଲେ

ତୁମେ ଭାବୁଛ  ସମସ୍ତେ ହେବେ ଏକତ୍ରିତ !- ରତିକାନ୍ତ ସିଂହ

ଏକତାର  ଅର୍ଥ : କବିତା-6

ଏକତାକୁ ବୁଝି ପାରିଲେ ହୁଏ ନାହିଁ ଏକତା

ଏକତା କୁ ଦେଖାଇ ପାରିଲେ ହୋଇ ଥାଏ ଏକତା .ରତିକାନ୍ତ ସିଂହ

 

ମୁଁ ଭାବେ ଉପରୋକ୍ତ କାହାଣୀ ଓ କବିତା ଆପଣଙ୍କୁ ନିଶ୍ଚୟ କିଛି ଭାବିବାକୁ ବାଧ୍ୟ କରିଥିବ . ସତରେ ମୋତେ ବି ବାଧ୍ୟ କରିଛି ଏହାର  ଅର୍ଥ ବୁଝିବାକୁ . କାରଣ ସମାଜରେ ଏକତାର ଦରକାର ବଢି ବଢି ଯାଉଛି . ଏକତା କୁ ମଧ୍ୟ  ବଜାୟ ରଖିବା ଜରୁରୀ ହୋଇ ପଡିଛି . ମଣିଷ ସମାଜ ବର୍ତ୍ତମାନ ଆତ୍ମକେନ୍ଦ୍ରିକ . ଏଠି ପରସ୍ପରକୁ ନିଜର କରିବା ଅଥବା ଭଲ ପାଇବା ବହୁତ ଚିନ୍ତାର ବିଷୟ ହୋଇ ପଡିଛି. ଏଣୁ   ସମାଜ ପାଇଁ ମୋର ଏ କବିତା ମାଧ୍ୟମରେ ଦିଆ ଯାଇ ଥିବା ସନ୍ଦେଶ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ. କେମିତି ଲାଗିଲା ନିଶ୍ଚୟ ଜଣାଇବେ .

ରହିଲି .

 

ରତିକାନ୍ତ ସିଂହ 

ratikanta  singh