ଓଡ଼ିଆ ଅନୁବାଦ : କବି ହରିବଂଶ ରାଇ ବଚ୍ଚନ  ଙ୍କର ଏକ ସୁନ୍ଦର କବିତା

……………………………………………………………………………………..

कविता

यहाँ सब कुछ बिकता है , दोस्तों रहना ज़रा संभालके !!!

बेचनेवाले हवा भी बेच देते हैं , गुब्बारे में डाल के !!!!

सच बिकता है, झूठ बिकता है , बिकती है हर कहानी !!!

तीन लोक में फैला है , फिर भी बिकता है बोतल में पानी !!!

कभी फूलों की तरह मत जीना ,

जिस दिन खिलोगे ……टूट कर बिखर जाओगे ।

जीना है तो पथर की तरह जियो ;

जिस दिन तराशे गए …..”खुदा “ बन जाओगे ।।

-0-0- 

କବିତାର ଓଡ଼ିଆ  ଅନୁବାଦ :-

ଏଇଠି ସବୁକିଛି ବିକ୍ରି ହୁଏ , ବନ୍ଧୁମାନେ ରୁହ ଟିକେ ସମ୍ଭIଳିକି !!!

ବିକ୍ରି କଲା ଵାଲା   ପବନ ମଧ୍ୟ ବିକ୍ରି କରିଦିଏ , ବେଲୁନରେ ଭରିକି !!!

ସତ ବିକ୍ରି ହୁଏ , ମିଛ ବିକ୍ରି ହୁଏ , ବିକ୍ରି ହୁଏ ସବୁ  କାହାଣୀ !!!

ତିନି ଲୋକରେ ବ୍ୟାପ୍ତ , ତଥାପି ବିକ୍ରି ହୁଏ ବୋତଲରେ ପାଣି !!!

କେବେବି ଫୁଲ ପରି ଜିଅ ନାହିଁ ,

ଯେଉଁ ଦିନ ଫୁଟିବ….ତଳେ ପଡି ଛିନ ଛତର ହୋଇ ଯିବ .

ବଞ୍ଚିବ ଯଦି ପଥର ପରି ବଞ୍ଚ.

ଯେଉଁ ଦିନ ନିହାଣରେ  ଖୋଦିବେ ତମକୁ ..”ଭଗବାନ ” ତୁମେ ହୋଇ ଯିବ .

-0-0-

ବନ୍ଧୁମାନେ ,

ଏ କବିତାକୁ ଅନୁବାଦ କରିବାର ମୂଳ ଉଦେଶ୍ୟ ହେଉଛି କବିତାରେ  କବିଙ୍କ ଦ୍ୱାରା ଦିଆଯାଇ ଥିବା ମହତ୍ବପୂର୍ଣ ସଂକେତ ବର୍ତମାନର ଘଟଣା ବହୁଳ ସମାଜରେ ଘଟୁଥିବା ଘଟଣା ଉପରେ ଆଧାରିତ. ସମାଜ ବଦଳୁଛି . ତା ସଂଗେ ତାଳ ଦେଇ ଆମକୁ ଆଗକୁ ବଢିବାକୁ ପଡିବ.

ଫୁଲ ଦେଇ ପାରେ ସୁଗନ୍ଧ , କିନ୍ତୁ ସେ ଫୁଟିବା ପରେ ପରେ ଝଡି ଯାଏ . ପଥର ଦୃଢତାର ସହିତ ପଡି ରହିଥାଏ .କେବେ ଯଦି ଶିଳ୍ପୀ ନିହାଣରେ ଖୋଳି ମୂର୍ତ୍ତି ତିଆରି କରେ ତା ହେଲେ ଏଇ ପଥର ବି ହୋଇ ପରେ ଭଗବାନ. ଏହାର ଅର୍ଥ ପ୍ରାୟ ଅଧିକ  ବୁଝାଇବା ଦରକାର ନାହିଁ.

“ ଆପଣ ମାନେ ନିଶ୍ଚୟ ରାଜି ହେବେ ଯେ ଏ କବିତା ସହଜ, ସରଳ ଓ ମନ ଛୁଆଁ .ସବୁଠୁ ବଡ଼ କଥା ହେଲା ପଥର ବି ଭଗବାନ ହୋଇ ପରେ. ଆମେ ସମସ୍ତେ ଚେଷ୍ଟା କଲେ ଦିନେ ନିଶ୍ଚୟ ବହୁତ କିଛି ହେଇ ପାରିବା.ଦୁନିଆରେ ଅନେକ  କିଛି ଘଟୁଛି ଏବଂ ଘଟିବ .କିନ୍ତୁ ଆମେ ନିଜକୁ ଧୈର୍ଯ୍ୟର ସହିତ ଆଗକୁ ନେଇ ଯିବାକୁ ପଡିବ.”

ବନ୍ଧୁମାନେ ମୋ ମନରେ ସୃଷ୍ଟି ହେଉ ଥିବା କିଛି  ପ୍ରଶ୍ନ ଆପଣଙ୍କ ପାଖରେ ରଖୁଛି .

୧  ସମାଜ ବଦଳୁଛି ,ବଦଳିବ ମଧ୍ୟ . କିନ୍ତୁ ଆମେ ମାନେ ବଦଳୁଛୁ  କି ?

୨.  ଆଜି କାଲି ସାହିତ୍ୟର  ମୂଲ୍ୟ କମି ଯାଇଛି କି ?

୩ . କହନ୍ତୁ ତ, ଆଜି କାଲି କେଉଁ ଧରଣର ସାହିତ୍ୟର ସୃଷ୍ଟି ଚାଲିଛି ?

୪.  ତାକୁ ଆମେ କଅଣ କହିବା ? ନୂଆ ନାମ କଅଣ ଦେବା ?

୫. ଆମେ ମାନେ Face Book ,Whats App , You Tube , Twitter କୁ ଛାଡି ଆଉ କିଛି ମାଧ୍ୟମରେ ସମୟ ବିତାଇ ପାରିବା କି ? ଭାବନ୍ତୁ ତ ଟିକେ ……

୬. ନୂଆ ସାହିତ୍ୟର ସୃଷ୍ଟି ଓ ତାର ସମୃଦ୍ଧି ପାଇଁ ଆମ ମାନଙ୍କର କିଛି ଦାୟିତ୍ୱ ଅଛି କି ?

ମୋର ଉଦେଶ୍ୟ:

ଏଇ ସବୁ ପ୍ରଶ୍ନ ପଚାରିବାର ଉଦେଶ୍ୟ ଆପଣଙ୍କ ଜ୍ଞାନର ପରୀକ୍ଷା ପାଇଁ ନୁହେଁ .ଏହା ମୋ ମନରେ ସୃଷ୍ଟି ହେଉ ଥିବା ଦ୍ୱନ୍ଦ୍ୱ (Confusion ) ଗୁଡିକୁ ଦୂର କରିବା ପାଇଁ . ଆପଣ ମାନେ ନିଶ୍ଚୟ ରାଜି ହେବେ ଯେ ରଚନା ମୂଳକ କାମକୁ ସକାରାତ୍ମକ ଶୈଳୀରେ ଯଦି କରି ପାରିବା ନିଜର ତଥା ସମାଜର ଉର୍ନତିରେ  ଏହା ସହାୟକ ହେବ .

ଆମେ ବହୁତ ସମୟ ପ୍ରାୟଃ ଅଦରକାରୀ  କାମ ତଥା ଚିନ୍ତାରେ କଟାଉଛୁ . ଭୁଲ ବୁଝିବେ ନାହିଁ . କାରଣ ମୋର ଉଦେଶ୍ୟ ନୁହେଁ ଆପଣଙ୍କୁ ଜ୍ଞାନ ଦେବା . କିନ୍ତୁ ପ୍ରଶ୍ନ ସବୁ ପଚାରିଲେ ଆପଣ ମାନଙ୍କ ମନରୁ  ନୂଆ ନୂଆ ଧରଣର ଉତ୍ତର ବାହାରି ପIରେ .

ବେଳେ ବେଳେ ମୁଁ ଭାବେ ଆମର ନୀତି ଦିନିଆ କାମକୁ ଆମେ ପ୍ରଶ୍ନ ନ କରି ଅନ୍ୟ ମାନେ ଯାହା କରି ଯାଉ ଛନ୍ତି ତାହା କରୁଛେ.ଗଭୀର ଭାବେ ଚିନ୍ତା କଲେ ଆମେ ଜାଣି ପାରିବା କି ଯଥେଷ୍ଟ ସମୟ ଆମର ଅଯଥା ରେ ଚାଲି ଯାଉଛି ଯାହାକୁ ଆମେ ସୃଜନଶୀଳତାର ପରିଣତ କରି ପାରିବା. ତେଣୁ ଆମମାନଙ୍କୁ ସମୟର ସଦୁପଯୋଗରେ କିଛି ନୂଆ ନୂଆ ରାସ୍ତା ବାହାର କରି ବାକୁ ପଡିବ. ଏଇ ରାସ୍ତା ସବୁ ମୋତେ ବି ଜଣା ନାହିଁ . ଯଦି ଆପଣମାନେ କିଛି ନୂଆ ରାସ୍ତା ବାହାର କରି ପାରନ୍ତି ତା ହେଲେ ଆମ ସମସ୍ତ ଙ୍କର ମଙ୍ଗଳ ହେବ . ଯଦି ଆଉ କିଛି ପ୍ରଶ୍ନ ଆପଣ ମାନଙ୍କ ମନରେ ଉତ୍ପତ୍ତି ହୁଏ ତାର ମଧ୍ୟ ଉତ୍ତର ଦେଲେ ଅତି ଉତ୍ତମ ହେବ .

ମୁଁ ଏକ ବଡ଼ ସୃଜନଶୀଳ ବ୍ୟକ୍ତି ନୁହେଁ .କିନ୍ତୁ ମୁଁ ଚାହେଁ ଆମ ସମାଜରେ ସୃଜୁଶୀଳତା ବଢ଼ୁ ଓ ଆପଣ ମାନଙ୍କର ଅବଦାନ ଏଥିରେ ରହୁ .ଏଇ ସବୁ ପ୍ରଶ୍ନ ସିଧା ସଳଖ ଭାବେ ଉପରୋକ୍ତ କବିତା ଉପରେ ଆଧାରିତ  ନୁହେଁ . କିନ୍ତୁ ଏହାର ଉତ୍ତର ଆମ ଜୀବନ ଯାତ୍ରା କୁ ବଦଳେଇବାରେ ନିଶ୍ଚୟ ସହାୟକ ହେବ ବୋଲି ମୋର ଆଶା.

 

ରହିଲି .
ରତିକାନ୍ତ ସିଂହ  

RATIKANTA SINGH