ODIA STORY ON TWO BIRDS
ଓଡ଼ିଆରେ କାହାଣୀ :କାହାଣୀ ଦୁଇ ପକ୍ଷୀର
ଏକ ସମୟରେ ଏକ ରାଜା ଥିଲେ. ସେ ଦୁଇଟି ଅତି ସୁନ୍ଦର ବାଜ ପକ୍ଷୀ ଉପହାରରେ ପାଇଲେ. ଏଇ ଦୁଇଟି ବିଦେଶୀ ବାଜ ପକ୍ଷୀ ଥିଲେ. ରାଜା ଏହା ପୂର୍ବରୁ ଏତେ ସୁନ୍ଦର ପକ୍ଷୀ ଦେଖି ନ ଥିଲେ . ତେଣୁ ସେ ଏଇ ଦୁଇଟି ମୂଲ୍ୟବାନ ବାଜ ପକ୍ଷୀ ଙ୍କୁ ପ୍ରଧାନ ବାଜ ପାଳକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦେଇ ଦେଲେ.
କିଛି ମାସ ବିତି ଗଲା . ଦିନେ ପ୍ରଧାନ ବାଜ ପାଳକ ରାଜାଙ୍କୁ ଖବର ଦେଲେ ଯେ ଗୋଟିଏ ବାଜ ପକ୍ଷୀ ଅତି ସୁନ୍ଦର ଭାବେ ଉଡୁଛି. ତାର ଉଚ୍ଚ ଆକାଶରେ ଉଡିବାର ଦୃଶ୍ୟ ଅତି ମନୋରମ ଲାଗୁଛି. କିନ୍ତୁ ଦ୍ଵିତୀୟ ବାଜ ପକ୍ଷୀ ପ୍ରଥମ ଦିନରୁ ହିଁ ଗଛର ଡାଳରେ ବସି ରହିଛି. ଆଜି ପର୍ଯ୍ୟନ୍ତ ସେ ସେଇ ଡାଳରୁ ଏପଟ ସେପଟ ବି ହୋଇନାହିଁ .
ଏହା ଶୁଣି ରାଜା ଚିନ୍ତିତ ହୋଇଗଲେ. ସେ ଦ୍ଵିତୀୟ ପକ୍ଷୀକୁ ସ୍ୱତଃ ଉଡିବା ପାଇଁ ଅନେକ ପକ୍ଷୀ ଚିକିତ୍ସକ (HEALER ) ତଥା ଓଝା ଏବଂ ଯାଦୁ ମନ୍ତ୍ର କରିବାବାଲା(SORCERERS ) ଙ୍କୁ ଦେଶ ଓ ବିଦେଶରୁ ଡକାଇଲେ. ତାଙ୍କର ଇଛା ଥିଲା ଯେ କେହି ଜଣେ ବାଜ ପକ୍ଷୀକୁ ଉପଯୁକ୍ତ ଭାବେ ଯତ୍ନ କରୁ ଓ ତାକୁ ଉଡେଇବାରେ ସାହାଯ୍ୟ କରୁ. କିନ୍ତୁ ତାଙ୍କର ସମସ୍ତ ପ୍ରଚେଷ୍ଟା ବିଫଳ ହେଲା . ପକ୍ଷୀକୁ ଉଡେଇବାରେ କେହି ସକ୍ଷମ ହୋଇ ପାରିଲେ ନାହିଁ.
ଏଥର ରାଜା ଏଇ କାମ କରିବା ପାଇଁ ତାଙ୍କର ଦରବାରୀ ଙ୍କୁ ଦେଲେ. କିନ୍ତୁ ଦୁଃଖର କଥା ଯେ ଦରବାରୀ ପକ୍ଷୀକୁ ଉଡାଇ ପାରିଲେ ନାହିଁ . ରାଜା ତାଙ୍କ ରାଜମହଲର ଝରକା ରୁ ପକ୍ଷୀଟିକୁ ସେଇ ଡାଳ ରେ ହିଁ ବସି ଥିବାର ଦେଖିଲେ.
ସବୁ କିଛି ଚେଷ୍ଟା କରିବାପରେ ରାଜା ନିଜେହିଁ ଭାବିଲେ , ” ପ୍ରାୟ ମୋତେ ଏମିତି ଏକ ବ୍ୟକ୍ତିର ଦରକାର ଅଛି ଯାହାର ଅନେକ ଜ୍ଞାନ ଗ୍ରାମୀଣ କ୍ଷେତ୍ର ଉପରେ ଅଛି ଯିଏ କି ଏଇ ସମସ୍ୟାର ପ୍ରକୃତିକୁ ବୁଝି ପାରିବ.” ତେଣୁ ସେ ନିଜର ଦରବାରୀ ଙ୍କୁ ଆହ୍ୱାନ ଦେଲେ , ” ଯାଅ ଏବଂ ଏକ କୃଷକ କୁ ଧରି ନେଇ ଆସ “.
ତାପର ଦିନ ସକାଳେ ରାଜା ବାଜ ପକ୍ଷୀକୁ ରାଜମହଲ ଉପରେ ଉଡୁ ଥିବାର ଦେଖି ବହୁତ ଆନନ୍ଦିତ ହୋଇଗଲେ . ସେ ଦରବାରୀକୁ ଆଦେଶ ଦେଲେ ,”ଏଇ ଚମତ୍କାର କରିବା ଵାଲା ବ୍ୟକ୍ତିଙ୍କୁ ମୋ ସମ୍ମୁଖରେ ହାଜିର କର.”
ଦରବାରୀ କୃଷକ କୁ ଖୋଜି ବାହାର କଲେ. କୃଷକ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୋଇ ସମ୍ମାନ ଜଣାଇଲେ. ରାଜା ତାଙ୍କୁ ପଚାରିଲେ , ‘ତୁମେ କିପରି ବାଜ ପକ୍ଷୀକୁ ଉଡେଇ ପାରିଲ?”. କୃଷକ ବିନମ୍ର ଭାବରେ ରାଜାଙ୍କୁ ଜଣାଇଲେ ,” ରାଜନ ଏହା ଅତି ସହଜ ଥିଲା, ମୁଁ ମାତ୍ର ସେଇ ଡାଳକୁ କାଟିଦେଲି ଯେଉଁ ଡାଳରେ ବାଜ ପକ୍ଷୀ ବସି ଥିଲା “
ପ୍ରିୟ ବନ୍ଧୁ ,
ଆମ ସମସ୍ତଙ୍କୁ ଉଡିବା ପାଇଁ ତିଆରି କରାହୁଏ – ଅନୁଭବ କରିବା ପାଇଁ ଆମର ଅସାଧାରଣ ଅନ୍ତର୍ନିହିତ ଶକ୍ତିକୁ ମାନବ ରୂପରେ. କିନ୍ତୁ ବେଳେବେଳେ ଆମେ ଆମର ଶାଖାରେ ହିଁ ବସି ରହୁ ଏବଂ ଅଠା ପରି ଲାଗି ରହୁ ତାହା ସହିତ ଯାହା ଆମକୁ ଜଣା ଶୁଣା . ଏହାର ବାହାରେ ବି ସମ୍ଭାବନା ବହୁତ ଅଛି, ତଥାପି ଆମ ସମସ୍ତଙ୍କ ପାଇଁ ସେଇସବୁ ଅଜ୍ଞାତ ରେ ହିଁ ରହିଯାନ୍ତି. ଆମେ ସହଜରେ ସ୍ୱୀକାର କରି ନେଉ ଜଣା ଶୁଣା , ଆରାମ ଦାୟକ ଓ ନିରସ କାମକୁ. ସେଇଥି ପାଇଁ ଅଧିକାଂଶ ସମୟ ଆମର ଜୀବନ ସବୁ ରୋମାଞ୍ଚକାରୀ, ଉତ୍ତେଜକ ବା ସନ୍ତୋଷଜନକ ନ ହୋଇ ମାମୁଲି ବା ସାମାନ୍ୟ ହୋଇଯାଏ. ଚାଲନ୍ତୁ ଶିଖିବା, କାଟି ନଷ୍ଟ କରି ଦେବାପାଇଁ ସେଇ ଡରର ଶାଖା ଯାହା ଉପରେ ଆମେ ଅଠା ପରି ଲାଗି ରହୁ ଏବଂ ନିଜକୁ ମୁକ୍ତ କରିବା ସେଇ ବନ୍ଧନରୁ ଗର୍ବର ସହିତ ଉଡିବା ପାଇଁ ଉନ୍ମୁକ୍ତ ଆକାଶରେ .
ଅନୁବାଦରେ ଯଦି କିଛି ତ୍ରୁଟି ପାଆନ୍ତି ସୁଧାରି ପଢିବେ ଏବଂ ନିଶ୍ଚୟ ମୋ ନଜର କୁ ଆଣିବେ .କାହାଣୀଟି କିପରି ଲାଗିଲା ଜଣାଇବେ.
ରହିଲି .