ଓଡ଼ିଆ ରେ ଲେଖା ଲେଖି: କବିତା ଓ କୋଟେସନ

ଲେଖା -ଲେଖି ଉପରେ ମୁଁ କାହିଁକି ଲେଖୁଛି ? ଲେଖା- ଲେଖି ଲୋକେ ବେଶୀ କରନ୍ତୁ -ଏହା ମୁଁ ଚାହୁଁଛି .ପଢା ପଢି ଲୋକେ ବେଶୀ କରନ୍ତୁ -ଏହା ମଧ୍ୟ ମୁଁ ଚାହୁଁଛି . ଲେଖା ଲେଖି ଟା କଅଣ ଓ କେମିତି ଲେଖିଲେ ଭଲ ,ଏଇୟା ଲୋକେ ବୁଝି ପାରନ୍ତୁ .ମୁଁ କିନ୍ତୁ ନିଜେ ଶିଖୁଛି .ମୁଁ ଜ୍ଞାନ ବାଣ୍ଟି ପାରିବି ନାହିଁ ସତ , କିନ୍ତୁ କିଛି ତ କଥା କହିଯିବି ମୋର କବିତା ମାଧ୍ୟମ ରେ ଓ କିଛି ବଛା ବଛା କୋଟେସନ ଦ୍ୱାରା.

ସତ କଥା :-

ଲେଖା ଲେଖି କରିବା ଵାଲା ଙ୍କ ସଂଖ୍ୟା ଅତି କମ .ପଢିବା  ବାଲାଙ୍କ ସଂଖ୍ୟା ତାଠୁ ବି କମ .ଏଇ ପରି ପରିସ୍ଥିତିରେ -କହନ୍ତୁ ତ କିଏ କେମିତି ଳେଖିବ?

କିନ୍ତୁ ମନେ ରଖନ୍ତୁ ଆଜିକାଲି ଲେଖା ସବୁ ସୋସିଆଲ ମେଡିଆ (SOCIAL MEDIA ) ରେ share ହୋଇ ଯାଉଛି . ଭଲ ଲେଖକ ବା ଲେଖିକାଙ୍କ କାମର Recognition ମିଳୁଛି .ଏଇଟା ଏକ ବଡ଼ ଉତ୍ସାହଜନକ କଥା .ଇତିହାସ ଦେଖିଲେ ଜାଣି ପାରିବେ କିଛି କିଛି ସମୟରେ କଳା ,ସଂସ୍କୃତି  ଓ ସୃଜନତାକୁ ବହୁତ ଉତ୍ସାହିତ କରା ଯାଇଛି . ଆଉ କିଛି ସମୟ ରେ ଏଇ ସବୁକୁ ବାଧା ଦିଆ ହୋଇଛି .ଲୋକଙ୍କୁ ନିଜର ମନର କଥା ବା ସମାଜ ପାଇଁ ଦରକାରୀ କଥା ଜଣାଇବା ଥିଲା କାଠିକର ପାଠ .  ଯୁଗେ ଯୁଗେ କଷ୍ଟ ଅଛି ,କଷ୍ଟ ରହିବ . କଷ୍ଟ ସବୁ ନୂଆ ନୂଆ ଧରଣର ରୂପ ନେଇ ଆମ ସମ୍ମୁଖ ରେ ଆସୁଛି . ଭଲ ଓ ଦରକାରୀ ଲେଖାକୁ ଆଜି ପର୍ଯ୍ୟନ୍ତ କେହି ଦବେଇ ରଖି ପରି ନାହାନ୍ତି .ଦବେଇ ରଖି ପାରିବେ ନାହିଁ ମଧ୍ୟ . ଖାଲି ସାହସର ସହିତ ଲେଖି ଯିବା ଦରକାର .

ମୋ କଥା :-

ଆପଣ ମାନେ ଜାଣନ୍ତି ଆଜିକାଲି ଲୋକ Self Publishing କରି ବହି ବାହାର କରୁଛନ୍ତି . ମୁଁ ବି ଆଜି ପର୍ଯ୍ୟନ୍ତ ଦୁଇଟା ବହି Self Publishing କରି ବାହାର କରିଛି .ମୋର ପ୍ରଥମ ବହିର ନାମ ହେଲା MISSION IMPOSSIBLE MADE POSSIBLE (Publisher- www.educreation.in).  ଏହା ଏକ ଅନୁଭୂତି ସମ୍ପନ୍ନ ଉପାଦେୟ ପୁସ୍ତକ .ଏଥିରେ ମୁଁ ମୋର CIGARETTE ଛାଡିବାର ବ୍ୟଥା ଓ ସାହସ  କୁ ଅତି ସ୍ପଷ୍ଠ ଭାବରେ ଉଲ୍ଲେଖ କରିଛି ଏବଂ ପରିଶେଷ ରେ ସଫଳ ହୋଇ ପାରିଛି. ମୁଁ ଭାବେ ଏଇଟା ଏକ ବହୁତ ଉପଯୋଗୀ ବହି . ଖାଲି ସିଗାରେଟ ନୁହଁ ଅନ୍ୟ ନିଶା କୁ ମଧ୍ୟ  ଛାଡି ବାର ସତ ସାହସ  ଏହି ବହିରୁ ପାଇ ପାରିବେ . ଏଇ ବହି ଯଦି ନିଜେ ନ ପଢ଼ନ୍ତି ତାହେଲେ ନିଶା ଦ୍ରବ୍ୟ ବ୍ୟବହାର କରୁଥିବା ସାଥି ଅଥବା ବନ୍ଧୁ ବାନ୍ଧବ ଙ୍କୁ ଉପହାର ଦେଇ ଏଇ ପୁସ୍ତକ ପଢିବାକୁ ପ୍ରେରିତ କରି ପାରନ୍ତି.

ମୋର ଦ୍ଵିତୀୟ ବହିଟା ହେଲା -MY SHORT POEMS .ଏଇଟା ଏକ ପ୍ରେରଣାଦାୟକ ଇଂଗ୍ରେଜୀରେ ଲଘୁ କବିତା . ଏଥିରେ ୨୫୧ ଟି ଲଘୁ କବିତା ଅଛି . ମୁଁ ଭାବେ ମୋର କବିତା ଆପଣ ଙ୍କୁ ନିଶ୍ଚୟ ପ୍ରେରଣା ଦେଇ ପ୍ରଭାବିତ କରିବ.

ନୂଆ କଅଣ ?

ଏବେ ମୁଁ ଏପ୍ରିଲ ୨୦୧୮ ସୁଦ୍ଧା ମୋର ତୃତୀୟ ବହି ବାହାର କରିବାର ଯୋଜନା କରୁଛି .ଏଇ ବହିଟି ହେବ ଓଡ଼ିଆ ରେ ଲଘୁ କବିତା , ହିନ୍ଦୀର ଶେରୋ ଶାୟାରୀ (SHER -O -SHAYARI ) ପରି .ଦେଖିବା ଆପଣ ମାନେ ପସନ୍ଦ କରିବେ କି ନାହିଁ ? କିନ୍ତୁ ମୋର ଭରସା ଆପଣ ମାନେ ମୋତେ ନିଶ୍ଚୟ ଉତ୍ସାହିତ କରିବେ .

ଲେଖା ଲେଖି ମୋର ଚାଲିଛି ଚାଲିବ . ମୋର ଚତୁର୍ଥ ବହି ହେବ ହିନ୍ଦୀରେ ଲଘୁ କବିତା ଶେରୋ ଶାୟାରୀ (SHER -O -SHAYARI )  ଢଙ୍ଗରେ . ଏଥିରେ ୨୫୧ ଟି ହିନ୍ଦୀ ଲଘୁ କବିତା ଆପଣ ମାନେ ପାଇ ପାରିବେ .ଏଥିରେ ଆପଣ ପ୍ରେମ ,ଦୁଃଖ ,କଷ୍ଟ , ରାଗ ଦ୍ୱେଷ ଇତ୍ୟାଦି ଅନେକ ବିଷୟ ବସ୍ତୁ ଉପରେ ଛୋଟ ଛୋଟ କବିତାର ଆନନ୍ଦ ନେଇ ପାରିବେ .

ହଁ, ମୁଁ ତିନୋଟି ଭାଷାରେ ଲେଖୁଛି . ନିଜକୁ TRI -LINGUAL BLOGGER /WRITER ବୋଲି କହୁଛି .ତିନୋଟି ଭାଷାରେ ଳେଖିବା ବହୁତ କଷ୍ଟ .କିନ୍ତୁ କଷ୍ଟରୁ ଅଧିକ ମଜା ଓ ଆତ୍ମତୃପ୍ତି ପାଉଛି .ଚାଲନ୍ତୁ ଲେଖା ଲେଖି ଉପରେ କିଛି କବିତା ଓ କୋଟେସନ ପଢିବା.

 

କବିତା-୧-(ଲେଖି ତ ଚାଲିଛି ଧୀରେ ଧୀରେ …)

ଲେଖା ଲେଖି ଭଲ ଲାଗୁ ଅଛି ମୋତେ

ଲେଖିତ ଚାଲିଛି ଧୀରେ ଧୀରେ

ପଢ଼ିବାର ଲୋକ କମିତ ଗଲେଣି

ତଥାପି ଡରୁନି ମୁଁ କେବେ ହେଲେ

-0-0-

QUOTATIONS

1.ENGLISH –Writing is easy. All you have to do is cross out the wrong words. MARK TWAIN

୧. ODIA – ଲେଖିବାଟା ସହଜ.ଆପଣ ମାନଙ୍କୁ କେବଳ ଭୁଲ ଥିବା ଶବ୍ଦ ସବୁକୁ କାଟି ବାକୁ ପଡିବ. MARK TWAIN

2.ENGLISH- I only achieve simplicity with enormous effort.

୨.ODIA –    ମୁଁ କେବଳ ସୁବୋଧତା ପ୍ରାପ୍ତି କରେ ଅଥକ ଉଦ୍ୟମ ଦ୍ୱାରା . CLARICE LISPECTOR

3. ENGLISH-Always be a poet , even in prose. CHARLES BAUDELAIRE

୩.ODIA – ସବୁବେଳେ ଏକ  କବି ହୋଇ ରୁହ ଗଦ୍ୟରେ ମଧ୍ୟ. CHARLES   BAUDELAIRE

4. ENGLISH-The first draft of anything is shit. ERNEST HEMINGWAY

୪.ODIA -ଯେ କୌଣସି ଜିନିଷର ପ୍ରଥମ ରଚନା ମୂଲ୍ୟହୀନ ପରି ଅପରିଷ୍କାର . ERNEST HEMINGWAY

5. ENGLISH- If you do not breathe through writing, if you do not cry out in writing ,or sing in writing, then don’t write, because our  culture has no use for it. ANAIS NIN

୫. ODIA -ଯଦି ତୁମେ ଲେଖା ଦ୍ୱାରା ଶ୍ଵାସ ନ ନିଅ , ଯଦି ଲେଖାରେ ନ କାନ୍ଦ ,କିମ୍ବା ଗୀତ ନ ଗାଅ ଲେଖାରେ  ତା ହେଲେ ଲେଖ ନାହିଁ ,କାରଣ ଆମର ସଂସ୍କୃତି ରେ ଏହାର ଉପଯୋଗୀତା ନାହିଁ . ANAIS NIN

-0-0-

କବିତା- ୨-(ଲେଖା -ଲେଖିରେ ଲାଗି ରହିବି ..)

ମୁଁ ଲେଖା- ଲେଖିରେ ଲାଗି ରହିବି

ନିଜ ମନ ଓ ଚିନ୍ତା ଶକ୍ତି କୁ କାମ ରେ ଲଗେଇବି

ନୂଆ କିଛି ମୋ ଦ୍ୱାରା ହେଉ କି ନ ହେଉ

ଖରାପ କାମ ଓ ଖରାପ ଚିନ୍ତା ମୋ ଠାରୁ ଦୁରେଇ ରହୁ .

-0-0-

QUOTATIONS

6. ENGLISH-True has nothing to say. What counts is the way he says it. ALAIN ROBBE -GRILLET

୬.ODIA -ସ୍ୱାଭାବିକ ଲେଖକର କିହିଁବା ପାଇଁ କିଛି ନ ଥାଏ .ମହତ୍ୱ ପୁର୍ଣ ହେଲା ସେ କୋଉ ଢଙ୍ଗ ରେ କଥାଟା କହୁଛି .   ALAIN ROBBE -GRILLET

7. ENGLISH-Reading is more important than writing. ROBERTO BOLANO

୭. ODIA -ପଢିବା ଟା ବେଶୀ ମହତ୍ଵପୁର୍ଣ ଲେଖିବା ଠାରୁ .ROBERTO BOLANO

8. ENGLISH-Write on your heart that everyday is the best day in the year. RALPH WALDO EMERSON

୮. ODIA -ତୁମ ହୃଦୟ ରେ ଲେଖି ଦିଅ ଯେ ପ୍ରତ୍ୟେକ ଦିନ ହିଁ ବର୍ଷର ଉତ୍ତମ ଦିନ . RALPH WALDO EMERSON

9. ENGLISH-Either write something worth reading or do something worth writing. BENJAMIN FRANKLIN

୯. ODIA – ଲେଖନ୍ତୁ କିଛି ପଢିବା ଯୋଗ୍ୟ ଅଥବା କରନ୍ତୁ କିଛି ଲେଖିବା ଯୋଗ୍ୟ.  BENJAMIN FRANKLIN

10 ENGLISH-If there’s a book that you want to read , but it hasn’t been written yet , then you must write it. TONI MORRISON

୧୦.ODIA -ଯଦି ଏମିତି ଗୋଟେ ବହି ତୁମେ ପଢିବାକୁ ଚାହଁ ,କିନ୍ତୁ ତାହା ଏବେ ପର୍ଯ୍ୟନ୍ତ ଲେଖା ହୋଇ ନାହିଁ , ତାହେଲେ ତୁମେ ନିଶ୍ଚୟ ସେଇଟାକୁ  ଲେଖି ପକାଅ. TONI MORRISON .

-0-0-

କବିତା- ୩- (କଳାକାର ଓ ଶିଲ୍ପକାର )

ଲେଖା -ଲେଖି କରି ବଡ଼ ହୂଏ ବା ନ ହୂଏ

ଚିନ୍ତା କରୁ ନାହିଁ ସେଥି ପାଇଁ କେବେ

ମନୋରଞ୍ଜନ ଓ ଉତ୍ସାହିତ କରୁ ମୋ କବିତା ଓ ଲେଖା ସମସ୍ତଙ୍କୁ

କଳାକାର ଓ ଶିଲ୍ପକାର ର ଦର୍ଜା ଦେବି ମୁଁ ନିଜକୁ .

-0-0-

QUOTATIONS

11. ENGLISH-No tears in the writer ,no tears in the reader. No surprise in the writer , no surprise in the reader. ROBERT FROST

୧୧.ODIA -ଚକ୍ଷୁ ରେ ନାହିଁ ଲୁହ ଲେଖକର, ଲୁହ ନାହିଁ ପାଠକର, ନାହିଁ ବିସ୍ମୟ  ଲେଖକର, ନାହିଁ ବିସ୍ମୟ ପାଠକର .ROBERT FROST

12. ENGLISH-Words can be like X-rays if you use them properly-they’ll go through anything.You read and you are pierced. ALDOUS HUXLEY ,Brave New World

୧୨. ODIA -ଶବ୍ଦ ସବୁ ଏକ୍ସ- ରେ ପରି ହୋଇ ଯିବେ ଯଦି ତୁମେ ଭଲ ପ୍ରକାରେ ବ୍ୟବହାର କର -ସେମାନେ ଯେ କୌଣସି ଜିନିଷ କୁ ଭେଦି ପାରିବେ . ତୁମେ ପଢ଼ ଏବଂ ତୁମେ ବଧିତ ହୋଇଯିବ .ALDOUS HUXLEY ,Brave New World

13. ENGLISH-How vain it is to sit down to write when you have not stood up to live . HENRY DAVID THOREAU

୧୩. ODIA -କେତେ ନିରର୍ଥକ ଏଇଟା ବସି ପଡି ଲେଖିବାକୁ ଯେତେବେଳେ ତୁମେ ସମର୍ଥନ କରି ନାହଁ ଜିଇ ବାକୁ .HENRY DAVID THOREAU

14. ENGLISH-A word after a word after a word is power. MARGARET ATWOOD

୧୪. ODIA -ଏକ ଶବ୍ଦ ପରେ ଏକ ଶବ୍ଦ ତାପରେ ଏକ ଶବ୍ଦ ହିଁ ଶକ୍ତି. MARGARET ATWOOD

15. ENGLISH-You can make any thing by writing. C . S . LEWIS

୧୫. ODIA -ତୁମେ ଗଢି ପାରିବ ଯେ କୌଣସି ଜିନିଷ ଲେଖା ଦ୍ୱାରା . C . S . LEWIS

-0-0-

କବିତା- ୪-(ସମୟ ଚାଲିଯାଏ …)

ମୁଁ ଜାଣେ – ଆପଣ ମାନେ ମଧ୍ୟ ଜାଣନ୍ତି

ଲୋକମାନେ ସମୟ କେମିତି କଟାନ୍ତି

ଗୁଲିଗପ ରେ ବେପରଵାହ ଜୀବନ କଟିଯାଏ

ସମୟକୁ ତେବେ ବୁଝି ପାଉ ଯେବେ ସମୟ ନ ଥାଏ .

-0-0-

QUOTATIONS

16. ENGLISH- I kept always two books in my pocket, one to read ,one to write in. R L STEVENSON

୧୬. ODIA – ମୁଁ ରଖେ ସବୁବେଳେ ଦୁଇଟା ବହି ମୋର ପକେଟ ରେ , ଗୋଟିଏ ପଢିବା ପାଇଁ, ଗୋଟିଏ ଲେଖିବା ପାଇଁ .R L STEVENSON

17. ENGLISH-Tears are words that needto be written. PAULO COELHO

୧୭. ODIA – ଅଶ୍ରୁ ମାନେ ହେଲେ ଶବ୍ଦ ସବୁ ତାଙ୍କୁ ଦରକାର ଅଛି ଲେଖିବା. PAULO COELHO

18. ENGLISH-Writing is sex. First do it for love ,then you do it for friends, and then you do it for money. VIRGINIA WOOLF

୧୮. ODIA -ଲେଖିବା ଟା ସମ୍ଭୋଗ ପରି .ପ୍ରଥମେ ଲେଖ ନିଜର ପସନ୍ଦ ର  ପାଇଁ,  ତାପରେ ତୁମେ ଲେଖ ବନ୍ଧୁଙ୍କ ପାଇଁ ଏବଂ ତାପରେ ତୁମେ ଲେଖ ପଇସାର ପାଇଁ. VIRGINIA WOOLF

19. ENGLISH – Writing is an exploration. You start from nothing and learn as you go . E  L DOCTOROW.

୧୯. ODIA –   ଲେଖା ଲେଖି ଏକ ଅନ୍ୱେଷଣ .ଆପଣ ଆରମ୍ଭ କରନ୍ତୁ ଶୁନ୍ୟ ରୁ ଏବଂ ଜ୍ଞାନ ପ୍ରାପ୍ତ କରନ୍ତୁ ଧୀରେ ଧୀରେ .E  L DOCTOROW.

20. ENGLISH- Reading maketh a full man, conference a ready man; and writing an exact man. FRANCIS BACON.

୨୦. ODIA – ପଢା ପଢି ବନାଏ ଏକ ସମ୍ପୂର୍ଣ ଲୋକ, କଥାବାର୍ତା ସଜାଗ ଲୋକ ; ଏବଂ ଲେଖା ଲେଖି ଏକ ଅତି ଶୁଦ୍ଧ ଲୋକ . FRANCIS BACON .

-0-0-

ଏତେ କଥା କହିବା ପରେ ଆଉ ବେଶୀ କହିବା  ଉଚିତ ହେବକି ? ନିଜକୁ ଟିକେ ପରୀକ୍ଷI କରନ୍ତୁ . ଲେଖା-ଲେଖି ଉପରେ ଆପଣ ଙ୍କ ରୁଚି ଅଛି କି ? ପ୍ରତ୍ୟେକ ଦିନ କିଛି ଘଣ୍ଟା ଲେଖା ଲେଖି ପାଇଁ ଦେଇ ପାରିବେକି ? ଯଦି ଆପଣ ଙ୍କ ଉତ୍ତର ହଁ , ତା ହେଲେ ମାଡି ଯାଆନ୍ତୁ . କିନ୍ତୁ ପ୍ରତ୍ୟେକ ଦିନ ଲେଖିବାର ଅଭ୍ୟାସ କରନ୍ତୁ ଓ ପଢନ୍ତୁ ମଧ୍ୟ.

ଭଗବାନ ଙ୍କ ରIଣ. ମଜା ଲାଗିବ ….

ରହିଲି .

 

ରତିକାନ୍ତ ସିଂହ                                 

RATIKANTA SINGH