ଓଡ଼ିଆ ପୋଷ୍ଟ :ବନ୍ଧୁ ଏବଂ ବନ୍ଧୁତ୍ୱ

କିଛି ଦିନ ପୂର୍ବେ ମୋର ଜଣେ ବନ୍ଧୁ କନ୍ଦେଇ ଦେଲେ ,ହସେଇ ଦେଲେ ,କୁଣ୍ଢେଇ ନେଲେ ଓ ବନ୍ଧୁତ୍ୱର ମର୍ଯ୍ୟଦା ବଢ଼େଇ ଦେଲେ .ସେ ହେଲେ ମୋର ପୁରୁଣା ବନ୍ଧୁ ଅଟକୁ ସିଂହ .ସେଇ ଦିନ ଅଟକୁ ସହିତ ଥିଲେ ଆଉ ଚାରି ଜଣ ବନ୍ଧୁ ମୋର . ତାଙ୍କର ନାମ ହେଲା ଲଟକୁ ସିଂହ ,ଭଟକୁ ସିଂହ, ଖଟକୁ ସିଂହ  ଏବଂ ଗୁଗା ସିଂହ ଜି . ଏମାନେ ମୋର ପୁରୁଣା ବନ୍ଧୁ .ବହୁ  ଦିନ ପରେ ଏକାଠି ପାଞ୍ଚ ଜଣଙ୍କ ସହିତ ଦେଖା ସାକ୍ଷ୍ୟାତ ହେଲା . ବହୁତ ପୁରୁଣା କଥା ହସ ଖୁସିର ଭିତରେ ଚାଲିଲା .ସମୟ କେମିତି ଚାଲିଗଲା ଜଣI ପଡିଲାନି .

 ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇ ଥିବେ ମୋର ବନ୍ଧୁ ମାନଙ୍କ ନାମ ଶୁଣି . ଏଇ ନାମ ସବୁ ତାଙ୍କର ଡାକ ନାମ (Pet name )  .କିନ୍ତୁ ସେମାନେ ଫେମସ ଏଇ ଡାକ ନାମ ଦ୍ୱାରା .ଚାଲନ୍ତୁ ତାଙ୍କ ଭଲ ନାମ ଜାଣି ନେବା .

କ୍ରମାଙ୍କ               ଡାକ ନାମ                       ଭଲ ନାମ

 ୧.                ଅଟକୁ ସିଂହ                  ଅଖଣ୍ଡ ପ୍ରତାପ ସିଂ

   ୨.                  ଲଟକୁ ସିଂହ                 ଲକ୍ଷ୍ୟଧାରୀ ସିଂହ

୩.               ଭଟକୁ ସିଂହ                   ଭୁପେନ୍ଦ୍ର ସିଂହ

୪.               ଖଟକୁ ସିଂହ                   ଖଡ଼ଗେଶ୍ଵର ସିଂହ

       ୫.               ଗୁଗା ସିଂହ   ଜି             ଗୁରୁ ଜ୍ଞାନେଶ୍ବର ସିଂହ ଜି

 

ମୋର ବନ୍ଧୁ ମାନଙ୍କର ଭଲ ନାମ ଶୁଣି ନିଶ୍ଚୟ ଝଟକା ଲାଗି ଯାଇ ଥାଇ ପାରେ . ଏଇ ଝଟକାଟା ଧୀରେ ନୁହେଁ ,ଜୋରରେ ନିଶ୍ଚୟ ଲାଗିଥିବ . କାରଣ ମୋତେବି ଜୋର ରେ ଲାଗି ଥିଲା ଝଟକା ଯେବେ ମୁଁ ବନ୍ଧୁତ୍ୱ କରିଥିଲି .ମୁଁ ବେଳେ ବେଳେ ଭାବେ ଆମେ ମାନେ ଭଲ ଭଲ ନାମ କୁ ଡାକ ନାମ ଦ୍ୱାରା ବର୍ବାଦ ବା ଖତରନାକ  କରି ଦେଇ ଥାଉ .ଆପଣ ମାନେ ବହୁତ ଖତରନାକ ଓ ମଜାଳିଆ ନାମ ଶୁଣି ଥିବେ ଗାଁ ଗହଳିରେ . ଏଇ ଡାକ ନାମ ନ ଥିଲେ ମଜା ପ୍ରାୟ ଲାଗନ୍ତା ନାହିଁ .ବେଳେ ବେଳେ ରୋଗୀଣିଆ ପିଲାର ନାମ ବଳିଆ, ଗୋରା ପିଲାର ନାମ କାଳିଆ . ସତରେ ଆମ ଭାରତ ମହାନ ,ଆମେ ସମସ୍ତେ ମହାନ . କଅଣ ଭୁଲ କହି ଦେଲି କି ? ଏଇ ଧରଣ ର ନାମ ଶୁଣିଲେ ମନ ଭିତରେ କିଛି କିଛି ହୁଏ ଆଉ ଲାଗେ କେତେ ସ୍ନେହ ଶ୍ରଦ୍ଧାରେ ଏଇ ନାମ ଟି ତାଙ୍କ ମା ବାପା ଦେଇଛନ୍ତି .ନାମର ଅର୍ଥ ଯାହାବି ହଉ  ପୁଅ ଝିଅ ହଉଛନ୍ତି ଆଖିର ତାରା.

ଚାଲନ୍ତୁ ମୋ ବନ୍ଧୁ ମାନଙ୍କ ବିଷୟ ରେ ଆଉ କିଛି ଜାଣିବା . ଏଇ ବନ୍ଧୁ ମIନେ ହେଲେ ବିଚିତ୍ର ଧରଣର . ହିନ୍ଦୀରେ କହିବାକୁ ଗଲେ, ଏକ ସେ ବଢକର ଏକ”. ଡାକ ନାମ ଯେମିତି କାମରେ ବି ସେମାନେ ସେମିତି . ନୁହନ୍ତି  କିନ୍ତୁ ନେଗେଟିବ , ଅଭଦ୍ର. ନାହିଁ ତାଙ୍କର ବଦଭ୍ୟାସ ,ସାହାଯ୍ୟ ପାଇଁ ସବୁବେଳେ ତତ୍ପର. ଦେଖାଯାଏ ତ ମୋର ବନ୍ଧୁ ମାନେ ହେଲେ ଗୋଟିଏ ଗୋଟିଏ ହୀରାଖଣ୍ଡ .  କିଛି ଲୋକ ତ ତାଙ୍କ ନାଁ ଶୁଣି ଡରି ଯାଆନ୍ତି.

ଏଇ ବନ୍ଧୁ ମାନଙ୍କୁ ମୋ ବ୍ଳଗପୋଷ୍ଟ ରେ ଅନେକଥର ଆପଣମାନେ ଭେଟି ପାରନ୍ତି ଭିନ୍ନ ଭିନ୍ନ ରୂପରେ . ସେମାନେ ମଧ୍ୟ ଲେଖକ ଓ  ବହୁତ ସମୟରେ ଲେଖିବା ପାଇଁ ଖୋରାକ ଯୋଗIନ୍ତି .ତାଙ୍କ ବିଷୟରେ ଧୀରେ ଧରେ ଜାଣିବା .ଏହା ସହିତ କିଛି କବିତା ଓ କୋଟେସନ ବନ୍ଧୁ ଓ ବନ୍ଧୁତ୍ୱ ଇପରେ  ପଢିବା …..

କବିତା-୧ (ବନ୍ଧୁ )

ବନ୍ଧୁ ତୁମକୁ ମୁଁ ଡାକେ ଗର୍ବ ର ସହିତ

ମୋ  ପାଇଁ ତୁମେ ବନ୍ଧୁ ଠୁ ବି ଅଧିକ

ହସି ପାର – କାନ୍ଦି ପାର ମୋ ପାଇଁ ସବୁ ବେଳେ

ମୋର ଉନ୍ନତି ଓ ମଙ୍ଗଳ ପାଇଁ

ଲଢ଼ି ଯାଅ ଅନ୍ୟ ଙ୍କ ସହିତ ସଂଜ ସକାଳେ .

-0-0-

ଏଇ କବିତା ଶୁଣିଲା ପରେ କିଛି କୋଟେସନ ର ଭାବାର୍ଥ ନ ବୁଝିଲେ ମନରେ ବୁଝିବାର ଅର୍ଥ ଅଧା ରହିଯିବ . ତେଣୁ ଚାଲନ୍ତୁ ବନ୍ଧୁ ଓ  ବନ୍ଧୁତ୍ୱ ଉପରେ କିଛି କୋଟେସନ ର ଆନନ୍ଦ ନେବା ଓ ପ୍ରତ୍ୟେକ କବିତା ପରେ ପରେ କୋଟେସନ ଶୁଣିବା…..

QUOTATION IN ODIA ON BANDHU / BANDHUTWA

1.English-A friend to all is a friend to none.- ARISTOTLE

୧. ODIA -ଯିଏ ବନ୍ଧୁ ସମସ୍ତଙ୍କର ସିଏ ବନ୍ଧୁ ନୁହେଁ କାହାର .- ARISTOTLE

2. English-Friend is one who knows you and loves you just the same. –  ELBERT HUBBARD

୨. ODIA -ଏକ ବନ୍ଧୁ ହେଉଛି ସିଏ ଯିଏ ତୁମକୁ ଜାଣେ ଏବଂ ତୁମେ ଯେମିତି ଅଛ ସେଇ ରୂପରେ ହିଁ ତୁମକୁ ଭଲ ପାଏ . ELBERT HUBBARD

3. English-A single rose can be my garden…..A single friend, my world. –LEO BUSCAGLIA

୩. ODIA -ଗୋଟିଏ ଗୋଲାପରେ  ହୋଇ ପାରେ ମୋର ଉଦ୍ୟାନ , ଗୋଟିଏ ବନ୍ଧୁ , ମୋର  ଦୁନିଆ ….. -LEO BUSCAGLIA

କବିତା-୨ (ବନ୍ଧୁତ୍ୱ )

ବନ୍ଧୁଙ୍କୁ ଜାଣି ହୁଏ ମୁସ୍କିଲ ସମୟରେ

ବନ୍ଧୁ -ବନ୍ଧୁ ହୋଇ ରୁହେ ପରୀକ୍ଷା  ସମୟରେ

ଆମର ବନ୍ଧୁତ୍ୱରେ ଫାଙ୍କ କେହି ଆଣି ପାରିବେ ନାହିଁ

ବନ୍ଧୁତ୍ୱର ମୂଳଦୁଆ ମଜଭୁତ ଅଛି

କେହି ତାକୁ ଭାଙ୍ଗି ପାରିବେ ନାହିଁ .

-0-0-

QUOTATION IN ODIA ON BANDHU / BANDHUTWA

4. English-A friendship founded on business is better than a business founded on friendship.-JOHN D. ROCKFELLER

୪. ODIA -ଯେଇଁ ବନ୍ଧୁତ୍ୱ ବ୍ୟବସାୟ ଉପରେ ଆଧାରିତ ତାଠୁ ଭଲ ଏକ ବ୍ୟବସାୟ ଆଧାରିତ ବନ୍ଧୁତ୍ୱ ରେ . -JOHN D. ROCKFELLER

5. English-A true friend never gets in your way unless you happened to be going down.-ARNOLD H. GLASOW

୫. ODIA -ଏକ ସଚୋଟ ବନ୍ଧୁ କେବେବି ଆସେ ନାହିଁ ତୁମ ରାସ୍ତାକୁ ଯେ ପର୍ଯ୍ୟନ୍ତ ଖସି ଯାଉ ନାହଁ ତୁମେ ତଳକୁ . -ARNOLD H. GLASOW

6. English-An insincere and evil friend is more to be feared than a wild beast; a wild beast may wound your body, but an evil friend will wound your mind .-LORD BUDDHA

୬. ODIA -ଏକ ଜଙ୍ଗଲୀ ପଶୁର ତୁଳନାରେ ଏକ କପଟୀ ଆଉ ଦୁଷ୍ଟ ବନ୍ଧୁକୁ  ବେଶୀ ଡରିବା ଉଚିତ ;ଏଇ ଜଙ୍ଗଲୀ ପଶୁ ଆପଣଙ୍କ  ଶରୀରର କ୍ଷତି ପହୁଞ୍ଚାଇ ପାରେ ,କିନ୍ତୁ ଏକ ଦୁଷ୍ଟ ମିତ୍ର ଆପଣଙ୍କୁ ମାନସିକ ଆଘାତ ଦେବ . -LORD BUDDHA

କବିତା- ୩ (ବନ୍ଧୁ )

ଭଗବାନଙ୍କ ରାଣ ! ମୁଁ ବଡ଼ ଭାଗ୍ୟବାନ

ତୋ ପରି ବନ୍ଧୁ ହିଁ ଦେଇ ପାରିବ ବନ୍ଧୁଙ୍କୁ ସମ୍ମାନ ଓ ଯତନ

ଲୋକମାନେ ବହୁତ ଇର୍ଷା କରୁଛନ୍ତି ଆମକୁ ପ୍ରତ୍ୟେକ ଦିନ

ଚିନ୍ତା ନାହିଁ -ତୋ ପରି ବନ୍ଧୁ ଅଛି ମୋ ପାଖରେ ବିଦ୍ୟମାନ .

-0-0-

QUOTATION IN ODIA ON BANDHU / BANDHUTWA

7. English-Friendship is a single soul dwelling in two bodies.-ARISTOTLE

୭.  ODIA -ବନ୍ଧୁତ୍ୱ ହେଉଛି କେବଳ ଗୋଟିଏ ଆତ୍ମା ଯିଏ ଦୁଇଟି ଶରୀରରେ ବାସ କରେ . -ARISTOTLE

8. English-Be slow in choosing a friend, slower in changing . –BENJAMIN FRANKLIN

୮. ODIA -ଧୀର ହୁଅନ୍ତୁ ବନ୍ଧୁ ବାଛିବାରେ ,ଅତି ଧୀର ହୁଅନ୍ତୁ ବନ୍ଧୁ ବଦଳେଇବାରେ .  –BENJAMIN FRANKLIN

9. English-Don’t walk behind me ; I may not lead. Don’t walk in front of me; I may not follow. Just walk besides me and be my friend. -ALBERT CAMUS

୯. ODIA -ମୋ ପଛରେ ଚାଲ ନାହିଁ ,ପ୍ରାୟ ମୁଁ ନେତୃତ୍ୱ ଦେଇ ପାରିବି ନାହିଁ. ମୋର ଆଗେ ଚାଲ ନାହିଁ ;ପ୍ରାୟ ମୁଁ ତୁମ ପଛେ ପଛେ ଚାଲି ପାରିବି ନାହିଁ , କେବଳ ମୋ ପାଖେ ପାଖେ ଚାଲ ଏବଂ ମୋର ବନ୍ଧୁ ହୁଅ. -ALBERT CAMUS

କବିତା- ୪ (ବନ୍ଧୁ )

(ଅଟକୁ , ଲଟକୁ, ଭଟକୁ, ଖଟକୁ  ଏବଂ  ଗୁରୁ ଜ୍ଞାନେଶ୍ବର ଜି ସିଂହ ଙ୍କ ବିଷୟରେ କବିତା)

ଅଟକୁ ସିଂହ ଅଟକି ଅଟକି ଯାଏ .

ବହୁତ ଜିନିଷ ଉପରେ ରିସର୍ଚ୍ଚ  କରିବା ପାଇଁ

ଆହୁରି ଅଧିକ ଜ୍ଞାନ ବଢେଇବା ପାଇଁ .

ଲଟକୁ ସିଂହ ଲଟକି ଲଟକି ଯାଏ .

ଯେ କୌଣସି ଜିନିଷକୁ ଧ୍ୟାନ ପୂର୍ବକ ବୁଝିବା ପାଇଁ .

ଡାଉଟ ସବୁକୁ କ୍ଳିଅର କରିବା ପାଇଁ .

ଭଟକୁ  ସିଂହ ଭଟକି ଭଟକି ଯାଏ .

ଦେଶ ବିଦେଶର ଖବର ନେବା ପାଇଁ

ଭ୍ରମଣରେ ରୁଚି ରଖେ ସେ ଖବର ତାଜା ଜାଣିବା ପାଇଁ .

ଖଟୁକୁ  ସିଂହ ଚକ୍ଷୁଶୀଳ ହୋଇଥାଏ ଅନ୍ୟମାନଙ୍କର

କାରଣ -ଜାଣେ ସେ ନିୟମ କାନୁନ ଓ ଅଦାଲତର କାମ .

କଟୁ ସତ୍ୟ କହି ସେ ବଢେଇଛି ତାର ଦାମ .

ଗୁରୁ ଜ୍ଞାନେଶ୍ବର ଜି ଜ୍ଞାନର ଭଣ୍ଡାର .

ସରଳ , ସୁମଧୁର ଗଭୀର ଲୋକ ସେ

ଗୁରୁତୁଲ୍ୟ ,ପରୋପକାରୀ ଓ ଦିବ୍ୟ ଦୃଷ୍ଟି ଅଛି ତାଙ୍କର .

 

ମୋର ବନ୍ଧୁ ସବୁ…….

ତଥ୍ୟ ଆଧାରିତ କଥା କହନ୍ତି .

ସତ କହିବାକୁ ନ ଡରନ୍ତି

ସେମାନେ ହେଲେ- “ଏକ ସେ ବଢକର ଏକ .

ମୁଁ ରତିକାନ୍ତ ସିଂହ (ରାକା) ଅଛି ମୋର ବି ପ୍ରତିଭା ଅନେକ .

ଆମେ ବନ୍ଧୁ ସବୁ …..

ସମୟର ତାଳେ ତାଳେ ଚାଲୁ

ସମସ୍ତଙ୍କର ଉର୍ନ୍ନତି କଥା ଭାବୁ

ଯାହା ଆମ ଦ୍ୱାରା ହୋଇ ପରେ

ମନ ଦେଇ ତାକୁ କରୁ .

 

QUOTATION IN ODIA ON BANDHU / BANDHUTWA

10. English-Friends and good manners will carry you where many won’t go .- MARGARET WALKER

୧୦. ODIA -ବନ୍ଧୁ ଏବଂ ଶିଷ୍ଟାଚାର ନେଇଯିବେ ତୁମକୁ ଯେଇଁ ଠାକୁ ଅନେକ ଯାଇ ପାରିବେ ନାହିଁ . – MARGARET WALKER

11. English-Friends show their love in times of trouble.-EURIPIDES

୧୧. ODIA -ବନ୍ଧୁ ମାନେ ଦେଖIନ୍ତି ତାଙ୍କ ଭଲ ପାଇବା ଆପଣଙ୍କ ଖରାପ ସମୟରେ. -EURIPIDES

12. English-Be true to your work, your word, and your friend. -HENRY DAVID THOREAU

୧୨. ODIA -ରୁହ ସତ୍ୟ ତୁମର କାମ ପ୍ରତି ତୁମର ବଚନ ପ୍ରତି ଏବଂ ତୁମର ବନ୍ଧୁ ପ୍ରତି . -HENRY DAVID THOREAU

13. English-No friendship is an accident.-O. HENRY

୧୩. ODIA -କୌଣସି ବନ୍ଧୁତ୍ୱ ନୁହେଁ ଏକ ଦୁର୍ଘଟଣା . -O. HENRY

-0-0-

ମୋର ବନ୍ଧୁ ମାନେ ଯଦିଓ  ସମାଜ ସେବକ ନୁହନ୍ତି , କିନ୍ତୁ ସେମାନେ କୌଣସି ଗୁଣରେ ସମାଜ ସେବକ ଠାରୁ କମ ନୁହନ୍ତି . ଏଇଟା ହୋଇପାରେ ଏକ ବିଚିତ୍ର କଥା .ସତରେ ଏଇଟା ବିଚିତ୍ର . ମୋର ବନ୍ଧୁ  ମାନେ ବିଚିତ୍ର ଧରଣର ଭଲ, ସେମାନେ ସମାଜର  ମଂଗଳ ପାଇଁ କାମ  କରନ୍ତି . ସେମାନେ ହେଲେ Multi -talented , multi -tasker ଏବଂ All – rounder . ସବୁଠୁ ବଡ଼ କଥା ହେଲା ସେମାନଙ୍କର ବହୁତ Self – Confidence ଏବଂ Self – Control ଅଛି .

ସେମାନେ ବହୁତ କିଛି କରନ୍ତି କିନ୍ତୁ ଭାବିଚିନ୍ତି. କେବେବି ସମାଜର ନିୟମ ଭାଙ୍ଗନ୍ତି ନାହିଁ ବା ସମାଜର ଲକ୍ଷ୍ମଣ ରେଖା ବି ପାର କରନ୍ତି ନାହିଁ . ସେମାନେ ମୋର ଖାଲି ନୁହଁ , ସମସ୍ତଙ୍କର ବନ୍ଧୁ ଓ ଶୁଭ ଚିନ୍ତକ . ମୁଁ ତାଙ୍କୁ ମୋର ପ୍ରିୟ ଏବଂ ଅସଲି ବନ୍ଧୁ (True  Friend )  ବୋଲି ମାନେ.  ଚାଲନ୍ତୁ ଜାଣିବା True Friendship ଟା କଅଣ.

TRUE FRIENDSHIP ( ଅସଲି / ସଚ୍ଚୋଟ ବନ୍ଧୁତ୍ୱ ):-

ଅସଲି/ ସଚ୍ଚୋଟ ବନ୍ଧୁ ବା ସାଥି ତାଙ୍କୁ କୁହାଯାଏ ଯିଏ ଆପଣଙ୍କୁ ଆପଣଙ୍କ ଠାରୁ ଅଧିକ ଭଲ ଭାବେ ଜାଣେ .ସେ ଆପଣଙ୍କ ପାଖେ ପାଖେ ଥାଏ ଓ  ଆପଣଙ୍କ ରୁଚିର ସର୍ବଦା ଧ୍ୟାନ ଦେଇ ଥାଏ.ଆପଣଙ୍କ ସଙ୍କଟ ସମୟରେ ସାହାଯ୍ୟ କରେ ଓ ସଠିକ  ପରାମର୍ଶ ଦିଏ .ବନ୍ଧୁର ଅର୍ଥ ନୁହେଁ ସମୟ ଏକ ସହିତ ବିତେଇବା . ଏହାର ଅର୍ଥ ବହୁତ ଗଭୀର .ବନ୍ଧୁତ୍ୱ ବହୁତ ଦିନ ପର୍ଯ୍ୟନ୍ତ ଚଳିବା ଏକ ଆଶ୍ଚର୍ଯ୍ୟ ଜନକ ବନ୍ଧନ . ଯାହାଙ୍କୁ ଅସଲି / ସଚ୍ଚୋଟ ସାଥି /ବନ୍ଧୁ ମିଳିଯାଏ , ତାଙ୍କୁ ଜୀବନରେ ଅମୁଲ୍ୟ ସମ୍ପଦ ମିଳିଯାଏ .

ମୋର ଉପରୋକ୍ତ ପାଞ୍ଚ ଜଣ ହେଲେ ଖାସ ବନ୍ଧୁ.. ତାଙ୍କ ବିଷୟରେ ତ ଜଣେଇ ସାରିଛି .ଏଇ ପାଞ୍ଚ ଜଣ ପଞ୍ଚୁପାଣ୍ଡଵଙ୍କ  ଠୁ ବି କମ ନୁହନ୍ତି . ମୋତେ ମିଶେଇ ଆମେ ଛ ଜଣ . ଆମେ ହେଇ ଯାଉ ସିକ୍ସର (SIXER ). ଆମେ ସମସ୍ତେ ଆଶାବାଦୀ.  ଜୀବନକୁ ହସ ଖୁସିରେ ବିତେଇବାକୁ ଚାହୁଁ . ଅନ୍ୟକୁ  ଖୁସି ବାଣ୍ଟୁ. ମୁଁ ଆଉ ଥରେ ଆପଣଙ୍କୁ ଜଣେଇବାକୁ ଚାହେଁ ଯେ ମୋର ଏଇ ବନ୍ଧୁମାନେ ମୋ ଭଳି ପଢା ପଢି ଓ ଲେଖା ଲେଖି  କରିବା ସହିତ ଜୀବନରେ ସବୁ ପ୍ରକାର ଅଭିଜ୍ଞତା  ନେବାକୁ ଚାହାନ୍ତି . ଆମେ ମାନେ ବହୁତ କିଛି କରୁଛୁ ଏବଂ ଆଗକୁ ବହୁତ କିଛି କରିବାର ବାକି ଅଛି. ହିନ୍ଦୀରେ କହିବାକୁ ଗଲେ (ଅଭି ତ ଏ ଅଂଗାଡ଼ାଇ ହେ , ଆଗେ ଔର ଲଢ଼iଇ ହେ…./ अभी तो ये अंगड़ाई है, आगे और लढाई है )

ଓଡ଼ିଆରେ କହିବାକୁ ଗଲେ-( ବର୍ତମାନ ତ ଆରମ୍ଭ ମାତ୍ର ,ଆଗକୁ ବହୁତ ଯୁଦ୍ଧ ବାକି ଅଛି …….)

ଚାଲନ୍ତୁ ଶେଷ କରିବା ମହମ୍ମଦ ଅଲି (MUHAMMAD ALI ) ଙ୍କ ଏକ କୋଟେସନ ସହିତ –

“If you haven’t learned the meaning of friendship, you have not learned anything .”- MUHAMMAD ALI

ଓଡ଼ିଆ ଅନୁବାଦ -“ଯଦି ଆପଣ ବନ୍ଧତ୍ବର ଅର୍ଥ ଜାଣି ନାହାନ୍ତି ,ତI ହେଲେ କିଛି ବି ଜାଣନ୍ତି ନାହିଁ “ – MUHAMMAD ALI

 

ଲାଗୁଛି -ବନ୍ଧୁ ଓ ବନ୍ଧୁତ୍ୱ ଉପରେ ବହୁତ କିଛି କହି ଗଲି .

ତଥାପି ଲାଗୁଛି ବେଶୀ ତ କହି ନାହିଁ ପ୍ରାୟ !

ଯାହାବି ହେଉ … ଏଇ ବନ୍ଧୁ ଓ ବନ୍ଧୁତ୍ୱର ଯାତ୍ରା କେମିତି ଲାଗିଲା .

ଜଣେଇବେ ……

ରହିଲି .

ରତିକାନ୍ତ ସିଂହ                     

RATIKANTA SINGH