a poem by – rabindranath tagore

ଓଡ଼ିଆ ଅନୁବାଦ :ରବିନ୍ଦ୍ରନାଥ ଟାଗୋରଙ୍କର ଇଂରାଜୀ କବିତା

(where the mind is without fear)

ଜନ୍ମ – 07.05.1861

ଜନ୍ମ ସ୍ଥାନ – ଜୋରାଶଙ୍କ , Bengal  residency , ବ୍ରିଟିଶ ଇଣ୍ଡିଆ

ମୃତ୍ୟୁ – 07.08.1941 ବୟସ -80, କଲିକତା

ପେଶା – ଲେଖକ , ଚିତ୍ରକାର , କବି ,ଦାର୍ଶନିକ

ଜାତୀୟତା – ଭାରତୀୟ

ଭାଷା – ବଙ୍ଗାଳି , ହିନ୍ଦୀ , ଇଂରାଜୀ

ଶିକ୍ଷା – ୟୁନିଭର୍ସିଟି କଲେଜ ଲଣ୍ଡନ

ବିଶେଷ ଯୋଗଦାନ – ଗିତୀଞ୍ଜଳି , ଗୋରା , ଘରେ ବାଇରେ , ଜନଗଣ ମନ , ରବୀନ୍ଦ୍ର ସଂଗୀତ ,ଆମାର ସୋନାର ବାଙ୍ଗଲା

ବିଶେଷ ପୁରସ୍କାର – ସାହିତ୍ୟରେ ନୋବେଲ ପୁରସ୍କାର

WHERE THE MIND IS WITHOUT FEAR

Where the mind is without fear and the head is held high
Where knowledge is free
Where the world has not been broken up into fragments
By narrow domestic walls
Where words come out from the depth of truth
Where tireless striving stretches its arms towards perfection
Where the clear stream of reason has not lost its way
Into the dreary desert sand of dead habit
Where the mind is led forward by thee
Into ever-widening thought and action
Into that heaven of freedom, my Father, let my country awake.

-0-0-0-

ଯେଉଁଠି ବୁଦ୍ଧି ନିର୍ଭୟ ଆଉ ମସ୍ତକ ଅଛି  ଉଚ୍ଚରେ ,
ଯେଉଁଠି ଜ୍ଞାନ ଅଛି ମୁକ୍ତ
ଯେଉଁଠି  ପୃଥିବୀ ବିଭାଜିତ ହୋଇ ଯାଇ  ନାହିଁ  ଛୋଟ ଛୋଟ ଖଣ୍ଡରେ
ସଂକୀର୍ଣ୍ଣ  ସ୍ୱଦେଶୀ ମାନସିକତାର କାନ୍ଥ  ଓ ବାଡ଼ରେ
ଯେଉଁଠି ଶବ୍ଦ ସବୁ ବାହାରେ ସତ୍ୟର ଗଭୀରତାରୁ
ଯେଉଁଠି ଅବିଶ୍ରାନ୍ତ ପ୍ରୟାସ ତାର ହାତ ବଢାଏ ପରି ପୂର୍ଣ୍ଣତାର ଦିଗରେ
ଯେଉଁଠି ସ୍ପଷ୍ଟ ନ୍ୟାୟର ଝରଣା ହଜାଇ ନେଇନି ତାର ରାସ୍ତା
ନିର୍ଜନ ମରୁଭୂମି ବାଲିର ମୃତ ଅଭ୍ୟାସରେ
ଯେଉଁଠି ବୁଦ୍ଧିକୁ ନେତୃତ୍ୱ ଦେଉଛ ତୁମେ
ନେଇ ଯାଉଛ ନିରନ୍ତର ବିସ୍ତାରିତ  ଚିନ୍ତା ଆଉ ଗତିର ମାର୍ଗକୁ
ନେଇ ଯାଉଛ ସେଇ  ସ୍ୱତନ୍ତ୍ରତାର ସ୍ୱର୍ଗକୁ ,ହେ ମୋର ପିତା, ମୋର ଦେଶକୁ ଜାଗୃତ ହେବାକୁ ଦିଅ

-0-0-0-

 

ପ୍ରିୟ ବନ୍ଧୁ !

ଏହି କବିତାଟି କବି ରବିନ୍ଦ୍ରନାଥ ଟାଗୋର ଙ୍କର ଭଗବାନ ଙ୍କୁ ପ୍ରାଥନା ରୂପେ ଲେଖା ଯାଇଛି . ତାଙ୍କର ନୋବେଲ ପୁରସ୍କାର ପ୍ରାପ୍ତ ବହି ଗୀତଞ୍ଜଳିର ଏହା ଏକ ଅମୁଲ୍ୟ କବିତା . କବିତାରେ କବି ପରାଧୀନତାର ବନ୍ଧନରୁ ମୁକ୍ତି ପାଇଁ ଭଗବାନଙ୍କୁ ପ୍ରାଥନା କରି ଛନ୍ତି . ସେ ବ୍ରିଟିଶ ଶାସକଙ୍କର ଭାରତୀୟ ମାନଙ୍କ ପ୍ରତି ବ୍ୟବହାରରେ ବ୍ୟଥିତ ହୋଇ ସର୍ଵମୁକ୍ତିଦାତା ଭଗବାନଙ୍କୁ  ଜଣାଇବା ସଂଗେ ସଂଗେ ସମସ୍ତ ଭାରତୀୟମାନେ ଜାଗ୍ରତ ହେବା  ପାଇଁ ଆହ୍ୱାନ କରିଛନ୍ତି . ସେଇ ସମୟର ଆବଶ୍ୟକତାକୁ ନେଇ ତାଙ୍କ ଦ୍ୱାରା ଉତ୍ସର୍ଗୀକୃତ ଏ  ଚିରଞ୍ଜିବୀ  କବିତା ପ୍ରକୃତରେ କାଳଜୟୀ . ତାଙ୍କର ଅମର ଲିଖନୀ ରୁ ପ୍ରସ୍ତୁତ  ଏ କବିତା ର ଓଡ଼ିଆ ଭାଷାନ୍ତର ଆଶାକରେ ଆପଣ ମାନଙ୍କୁ  ଭରପୁର ଉତ୍ସାହ  ଦେବା ସଂଗେ ସଂଗେ ନିଶ୍ଚୟ ପ୍ରଭାବିତ କରିବ.

ରହିଲି.

 

ରତିକାନ୍ତ ସିଂହ

Ratikanta singh