ନମସ୍କାର ,
ଆଜିର ତିନୋଟି ଲଘୁ କବିତା ଆପଣ ମାନଙ୍କ ପାଇଁ ………
ଲଘୁ କବିତା – ନୂଆବର୍ଷ
ବଡ଼ଦିନ ପରେପରେ ନୂଆ ବର୍ଷ ଆସିବ
ଭାବନ୍ତୁ ଟିକେ – ନୂଆ ବର୍ଷ ଟାକୁ ନୂଆ କରିବାର ଦାଇତ୍ୱ କାହାର ହେବ ?
ମାନେ ରଖନ୍ତୁ- ବ୍ୟସ୍ତ ରହି ଖାସ କିଛି ଯଦି ନ କରିବେ
ଏ ନୂଆ ବର୍ଷ ଧୀରେ ଧୀରେ ନିଶ୍ଚୟ ପୁରୁଣା ହେବ ।
—————————————
ଲଘୁ କବିତା – ସମୟ
ସମୟକୁ ଖର୍ଚ ନ କରିଲେ ବି ଖର୍ଚ୍ଚ ହୋଇଯାଏ
ସେ ଆସେ ଆଉ ଚାଲି ଯାଏ ।
ସମୟର କେହି କିଛି ବିଗାଡି ପାରିବେନି
ସେ ଆସେ ଆଉ ଚାଲି ଯାଏ ।
—————————————–
ଲଘୁ କବିତା- ନାମ
ଏଠି ସବୁ ଜିନିଷ ହଜି ଯାଏ
ରହି ଯାଏ କେବଳ ନାମ ।
ନାମ ରଖିବା ସହଜ ନୁହେଁ
କରିବାକୁ ପଡିବ ଭଲ -ଭଲ କାମ ।
———————————
ବଡ ଦିନ ଓ ନବ ବର୍ଷର ଶୁଭେଚ୍ଛା ଆପଣ ମାନଙ୍କୁ ରହିଲା ।
ଜଣାଇବେ କବିତା କେମିତି ଲାଗିଲା ।
ରତିକାନ୍ତ ସିଂହ