Odia re akbar o birbal nka kahani
Kua ra pani kahara
ଓଡ଼ିଆରେ ଆକବର ଓ ବିରବଲ ଙ୍କ କାହାଣୀ
କୂଅ ର ପାଣି କାହାର
ଏକଦା ଏକ ବ୍ୟକ୍ତି ନିଜର କୂଅକୁ ଗ୍ରାମର ଏକ ଚାଷୀ କୁ ବିକ୍ରି କରି ଦେଲା . ତା ପର ଦିନ ଚାଷୀ କୂଅରୁ ପାଣି କାଢୁ ଥିବା ବେଳେ କୂଅ ବିକ୍ରି କରିଥିବା ବ୍ୟକ୍ତି ଜଣକ କୂଅରୁ ପାଣି କାଢ଼ିବI ପାଇଁ ମନା କରି ଦେଲା . ସେ କହିଲା ମୁଁ କୂଅ ବିକ୍ରି କରିଛି କିନ୍ତୁ କୂଅର ପାଣି ବିକ୍ରି କରି ନାହିଁ . ଚାଷୀ ବିଚରା ଦୁଃଖି ହୋଇ ବାଦଶାହ ଆକବରଙ୍କ ଦରବାରକୁ ଯାଇ ନ୍ୟାୟ ପାଇଁ ଗୁହାରି ଜଣେଇଲା. ବାଦଶାହ ଆକବର କିଛି ସମୟ ଚିନ୍ତା କରିବା ପରେ ଦରବାରକୁ ତାଙ୍କର ମନ୍ତ୍ରୀ ବିରବଲ କୁ ଡକେଇ ପଠେଇଲେ ଓ ଏ ସମସ୍ୟାର ସମାଧାନ କରିବା ପାଇଁ କହିଲେ .
ସମସ୍ୟା ଶୁଣିବା ପରେ ବିରବଲ ସେଇ ବ୍ୟକ୍ତିକୁ ଦରବାର କୁ ଡକେଇଲେ ଯିଏ ଚାଷୀକୁ କୂଅ ବିକ୍ରି କରି ଥିଲେ . ବିରବଲ ତାଙ୍କୁ ପଚାରିଲେ ତୁମେ କାହିଁକି ଚାଷୀକୁ କୂଅରୁ ପାଣି କାଢ଼ିବାକୁ ଦେଉ ନାହଁ . ସତରେ କଅଣ ତୁମେ ଏଇ କୂଅକୁ ବିକ୍ରି କରିଛ ?
ବ୍ୟକ୍ତି ଜଣକ ଜବାବ ଦେଲା – ହଜୁର ମୁଁ ଚାଷୀକୁ କୂଅ ବିକ୍ରି କରିଛି କିନ୍ତୁ ପାଣି ତ ବିକ୍ରି କରି ନାହିଁ . ତେଣୁ ଚାଷୀର ପାଣି ଉପରେ କୌଣସି ଅଧିକାର ନାହିଁ .
ବିରବଲ ହସି ହସି ବ୍ୟକ୍ତି ଜଣକୁ କହିଲେ ତୁମେ ପ୍ରକୃତରେ କୂଅ ବିକ୍ରି କରିଛ କିନ୍ତୁ କୂଅ ଭିତରେ ଥିବା ପାଣି ବିକ୍ରି କରି ନାହଁ . ତେଣୁ ତୁମର ପାଣିକୁ କୂଅ ଭିତରେ ରଖିବାର କୌଣସି ଅଧିକାର ନାହିଁ . ଏବେ ତୁମେ ତୁମର ପାଣିକୁ କୂଅରୁ ବାହାର କରି ନେଇଯାଅ .ନଚେତ କୂଅ ଭିତରେ ପାଣି ରଖିବାର ଭଡା ତୁମକୁ ଦେବାକୁ ହେବ.
ଏବେ କୂଅ ବିକ୍ରି କରିଥିବା ବ୍ୟକ୍ତି ଜଣକ ବୁଝି ପାରିଲା ଯେ ବିରବଲ ଙ୍କ ପାଖରେ ତାଙ୍କର ଚାଲାଖି ଚଳିବ ନାହିଁ . ତେଣୁ ସେ ଚଷିଠୁ କ୍ଷମା ମାଗିଲେ ଓ ବ୍ୟବହାର କରିବାର ପାଣିର ଭଡା ମଧ୍ୟ ଦେଲେ .
ପ୍ରିୟବନ୍ଧୁ ,
ଏଇ କାହାଣୀଟି ଆପଣ ମାନଙ୍କୁ କିପରି ଲାଗିଲା ? ଏଥିରୁ କି ଶିକ୍ଷା ଆମକୁ ମିଳୁଛି ? ନିଶ୍ଚୟ କାହାଣୀର ସାରାଂଶ ଆପଣ ମାନେ ବୁଝି ସାରି ଥିବେ . ତଥାପି ମୁଁ ଗୋଟିଏ ଧାଡି ଏଠାରେ ଉଲ୍ଲେଖ କରିବି ଯେ କୌଣସି ବ୍ୟକ୍ତି ଯେତେ ଚତୁର ହେଲେବି ନ୍ୟାୟ ପାଖରେ ତାଙ୍କୁ ହାର ମାନିବାକୁ ପଡିବ . ଆଶା କରେ କାହାଣୀଟି ନିଶ୍ଚୟ ଭଲ ଲାଗି ଥିବ . କିନ୍ତୁ ମୁଁ ଆପଣ ମାନଙ୍କ ସ୍ୱଚିନ୍ତିତ କମେଣ୍ଟ କୁ ସ୍ୱାଗତ କରି ରହୁଛି .
ରହିଲି.