ओडिया में संत कबीर के दोहे की छ्क्का (SIXER)
Odia dohas’ of saint kabir
==========================
ପ୍ରିୟ ବନ୍ଧୁ ,
ଆପଣ ମାନଙ୍କ ପାଇଁ ସନ୍ଥ କବିର ଙ୍କର କିଛି ମୂଲ୍ୟବାନ ଦୋହା ଓଡ଼ିଆ ରେ ଅନୁବାଦ କରିବି . ପ୍ରତ୍ୟେକ ଭାଗରେ ଛଅଟି କରି ଦୋହା ରହିବ. ଏହାକୁ ମୁଁ ନାମ ଦେଇଛି ଓଡ଼ିଆ ରେ ସନ୍ଥ କବିରଙ୍କର ଦୋହାର ସିକ୍ସର. ଏହି ସିକ୍ସର କ୍ରମଶଃ ଆପଣ ମାନଙ୍କୁ ଆନନ୍ଦ ଦେବା ସଂଗେ ସଂଗେ ଜ୍ଞାନ ଦେବାରେ ସାହାଯ୍ୟ କରିବ . ଏଇ ସିକ୍ସର ର ପ୍ରଥମ ଭାଗ ଟି ଅର୍ପଣ କଲି . ଚେଷ୍ଟା କରିବି ପ୍ରତ୍ୟେକ ମାସ କିଛି ଦୋହାର ଅନୁବାଦ ଆପଣ ଙ୍କୁ ଭେଟି ଦେବା ପାଇଁ …..
==================================================
हिन्दी दोहा -1
काल करे सो आज कर, आज करे सो अब ।
पल में प्रलय होएगी,बहुरि करेगा कब ॥
ଓଡ଼ିଆ ଦୋହା -1
କାଲିର କାମ ଆଜି କର, ଆଜିର କାମ ଏବେ ।
ଯଦି ଏ ମୁହୂର୍ତ୍ତ ଚାଲିଯିବ , କୁହ କେମିତି ଏ କାମ ହେବ ॥
================================================
हिन्दी दोहा -2
बुरा जो देखन मैं चला, बुरा न मिलिया कोय ।
जो दिल खोजा आपना, मुझसे बुरा न कोय ॥
ଓଡ଼ିଆ ଦୋହା-2
ଖରାପ ଲୋକକୁ ଖୋଜିବାକୁ ଯେବେ ମୁଁ ଗଲି ,ଖରାପ ମିଳିଲେ ନାହିଁ କେହି ।
ଯେତେବେଳେ ନିଜ ମନ ଭିତରେ ଖୋଜିଲି , ଦେଖିଲି ମୋଠୁ ଖରାପ ଆଉ ନାହିଁ କେହି ॥
===============================================
हिन्दी दोहा -3
ऐसी वाणी बोलिए,मन का आपा खोए ।
औरन को शीतल करै, आपहुं शीतल होए ॥
ଓଡ଼ିଆ ଦୋହା-3
କୁହନ୍ତୁ ଏମିତି ବାଣୀ ଯାହା କରୁ ଅନ୍ୟର ମନକୁ ବିଭୋର ।
ଶାନ୍ତ ରହୁ ନିଜର ମନ ଓ ଅନ୍ୟକୁ କରୁ ପ୍ରସନ୍ନ ॥
==========================================
हिन्दी दोहा -4
बडा हुआ तो क्या हुआ जैसे पेड़ खजूर।
पंथी को छाया नही फल लागे अति दूर ॥
ଓଡ଼ିଆ ଦୋହା –4
ବଡ଼ ହେଲ ତ କଅଣ ହେଲା ଯେମିତି ଗଛ ଖଜୁର ।
ପଥିକକୁ ଛାୟା ଦିଏ ନାହିଁ ଫଳ ଲାଗେ ଅତି ଦୂର ॥
=================================================
हिन्दी दोहा -5
साँई इतना दीजिए जामें कुटुंब समाय ।
मैं भी भूखा ना रहूँ साधु न भुखा जाय॥
ଓଡ଼ିଆ ଦୋହା –5
ହେ ଭଗବାନ ମୋତେ ଏତିକି ଦିଅନ୍ତୁ ଯେତିକିରେ ମୋ କୁଟୁମ୍ବ ଚଳାଇ ନେଇ ପାରେ
ମୁଁ ବି ଭୋକରେ ନ ରୁହେ ଅତିଥି (ସାଧୁ ) ବି ନ ରହୁ ଭୋକରେ
====================================================
हिन्दी दोहा –6
माटी कहे कुम्हार से, तु क्या रौंदे मोय ।
एक दिन ऐसा आएगा, मैं रौंदूगी तोय ॥
ଓଡ଼ିଆ ଦୋହା –6
ମାଟି କହେ କୁମ୍ଭାରକୁ ତୁ କଅଣ ଚକଟିବୁ ମୋତେ
ଏକ ଦିନ ଏମିତି ଆସିବ, ମୁଁ ଚକଟିବି ତୋତେ
(କୁମ୍ଭାର ପାତ୍ର ତିଆରି କରିବା ପାଇଁ ମାଟିକୁ ଚକଟେ . କିନ୍ତୁ ଯେବେ ମଣିଷ ମୃତ୍ୟୁ ବରଣ କରେ ତାକୁ ମାଟି ତଳେ ପୋତି ଦିଆ ଯାଏ ଓ ମାଟି ତା ଉପରେ ପଡି ତା ସହିତ ମିଶେଇ ଦିଏ )
====================================================
ଭୁଲ ଥିଲେ ସୁଧାରି ପଢିବେ .
କେମିତି ଲାଗିଲା ନିଶ୍ଚୟ ଜଣାଇବେ .
ଏମିତି ଦୋହାର ସିକ୍ସର କ୍ରମଶଃ ପାଇବେ ….
ରହିଲି .
ରତିକାନ୍ତ ସିଂହ