(୧)

ଶ୍ରଦ୍ଧାଞ୍ଜଳି ଦେଉଛୁ ଆମେ ତୁମକୁ  ଭାଉଜ

ତୁମର ଅବଦାନ  ଚିରକାଳ ମନେ ରହିବ

ଅଜାଣତରେ ଆମେ ଯଦି କିଛି ଭୁଲ କରିଛୁ ତୁମ ପ୍ରତି

କ୍ଷମା କରିଦେବ ଆମକୁ ମନରେ କିଛି ନ ରଖି

ଉପରୁ ଥାଇ ଆମ  ମାନଙ୍କୁ ଶୁଭେଚ୍ଛା ଆଉ ଆଶୀର୍ବାଦ କରିବ

ଆମକୁ କେବେବି ଭୁଲି ନ ଯିବ .

(୨)

ଅପରାହ୍ନ ୨ଘଣ୍ଟା ୧୭ ମିନିଟ ଶନିବାର ଜୁଲାଇ ୨୮ ତାରିଖ .

ମୋବାଇଲ ରେ ବଡ଼ ଭାଇଙ୍କ ଆବାଜ ଭାରି ଲାଗିଲା

କାନ୍ଦି କାନ୍ଦି ସେ କହିଲେ

“ତୋର ଭାଉଜ ଆମମାନଙ୍କୁ ଛାଡି ଚାଲିଗଲେ”

ଆଜି ପର୍ଯ୍ୟନ୍ତ ତାଙ୍କ କାନ୍ଦ ଶୁଣି ନ ଥିଲି

ଚଡକ ପଡିଗଲା , ମୁଁ ମଧ୍ୟ କାନ୍ଦି ଦେଲି

ମୋର ବୁଦ୍ଧି ଭ୍ରଷ୍ଟ – ସବୁ ଅନ୍ଧକାର ଲାଗିଲା

ଭୁଲରେ ବି ଭାବି ନ ଥିଲି ଏ କଅଣ ହୋଇ ଗଲା

ଘରର ମୁରବି ସାହାଯ୍ୟକର୍ତ୍ତୀ ଏମିତି ଚାଲିଯିବେ

ଏସବୁ କଳ୍ପନାର ବାହାରେ ଥିଲା

ମୋ ମା, ମୋ ନାନୀ କେମିତି ସହୁ ଥିବେ

ମୋର ପୁତୁରା ମାନଙ୍କ ଅବସ୍ଥା କଅଣ ହେଉଥିବ

ମୁଁ ଭାବିତ ପାରୁନି, ସହିବି ପାରୁନି

ହେ ନିୟତି , ହେ ସ୍ରଷ୍ଟା ତୁମେ ଏକି କଲ

ଅକାଳରେ ଏକି କାଳ ଜଂଜାଳ ଦେଲ ?

ତୁମକୁ ତ କେହି  କିଛି କହି ପାରିବେ ନାହିଁ

ମୁଁ ଆଉ କଅଣ କହିବି, ଭାବ ଟିକେ ତୁମେ କଅଣ କଲ

ଆମ ସୁଖର ସଂସାର ଉପରେ କାହିଁକି ଏତେ ଯନ୍ତ୍ରଣା ଦେଲ

ତୁମର ଲୀଳା ଖେଳା କେହି ଜାଣନ୍ତି ନାହିଁ

ହେ ପ୍ରଭୁ, ତୁମର ଆଶୀର୍ବାଦ ବିନା ଆମେ ବଂଚି ପାରିବୁ ନାହିଁ

ସତ ସାହସ , ସତ ବୁଦ୍ଧି ଦିଅ ସମସ୍ତଙ୍କୁ

ଏଇ ଜୀବନରେ ନୂଆ ରାସ୍ତା ଦେଖାନ୍ତୁ ଆମ ସମସ୍ତଙ୍କୁ .

(୩)

ଛୁଆ ମାନେ ତ କାନ୍ଦିବେ

ଆମେ ବଡ଼ ମଧ୍ୟ ନିଜକୁ ରୋକି ପାରୁ ନାହୁଁ

ସବୁ କିଛି ଅନ୍ଧକାର ହୋଇ ଯାଇଛି

ତୁମର ସ୍ଥାନ କେହି ନେଇ ପାରିବେ ନାହିଁ

(୪)

ତୁମ ସହିତ ବହୁତ ଲୋକଙ୍କ ଆଶା ଭରସା ଜଡିତ ଥିଲା

ତୁମେ ଅସମୟରେ ଚାଲିଗଲ କୁହତ ଆମ ମାନଙ୍କର କଅଣ ଭୁଲ ଥିଲା ?

(୫)

ସ୍ନେହ ଶ୍ରଦ୍ଧାର ମୂଲ୍ୟ ବୁଝିବା କେବେବି କଠିନ ନୁହେଁ

ବୁଝିବାଟା ସହଜ ଓ କଠିନ  ହୋଇଯାଏ

ଯେତେବେଳେ କେହି ଅତି ନିଜର ଓ ମୂଲ୍ୟବାନ

ଏ ଦୁନିଆରୁ ଚାଲି ଯାଏ

-୦-୦-

ଭାଉଜ ତୁମ ଆତ୍ମାର ସଦଗତି  କାମନା କରି ରହିଲୁ .

 

ରତିକାନ୍ତ ସିଂହ

RATIKANTA SINGH