16 ODIA QUOTES OF LORD MAHAVIRA & MY TWO POEMS

…………………………………………………………………………………………

ନାମ- ଭଗବାନ ମହାବୀର                                           Name- Lord Mahavira

ଆବିର୍ଭାବ  -୬୦୦ ଖ୍ରୀ . ପୂ.(ବୈଶାଳୀ)                         Birth- 600 B.C.

ମହା ପ୍ରୟାଣ  -୫୨୮ ଖ୍ରୀ . ପୂ.(ପାୱାପୁରୀ )                   Salvation-528 B.C.

ଭଗବାନ ମହବୀରଙ୍କୁ ଆମେ ବର୍ଦ୍ଧମାନ ନାମରେ ମଧ୍ୟ ଜାଣୁ . ସେ ଜୈନ ଧର୍ମର ୨୪ତମ ତୀର୍ଥଙ୍କର ଥିଲେ . ତାଙ୍କ ଦ୍ୱାରା ପ୍ରସ୍ତାବିତ ପଞ୍ଚ ବ୍ରତ ଜୈନ ଧର୍ମର ପଞ୍ଚଶୀଳ ଭାବେ ଖ୍ୟାତ.

ହିଂସା , ପଶୁବଳି , ଜାତିର ଭେଦଭାବ ଯେଉଁ  ଯୁଗରେ ବେଶୀ ହୋଇ ଯାଇ ଥିଲା ସେଇ ଯୁଗରେ ହିଁ ଭଗବାନ ମହାବୀରଙ୍କ ଜନ୍ମ .ସେ ଦୁନିଆଁକୁ ସତ୍ୟ ଓ ଅହିଂସାର ପାଠ ପଢ଼େଇ ଥିଲେ.  ସ୍ୱାମୀ ତୀର୍ଥଙ୍କର ମହାବୀର ଅହିଂସାକୁ   ଉଚ୍ଚତମ ନୈତିକ ଗୁଣ ଭାବେ ପ୍ରଚାରିତ କରି ଥିଲେ.ସେ ଦୁନିଆଁକୁ ଜୈନ ଧର୍ମର ପଞ୍ଚଶୀଳ ସିଦ୍ଧାନ୍ତ/ ବ୍ରତ ର   ଜ୍ଞାନ ପ୍ରଦାନ କରିଥିଲେ ଯାହା –

ଅହିଂସା ,    ସତ୍ୟ ,     ଅଃସ୍ତେୟ ,    ବ୍ରହ୍ମଚର୍ଯ୍ୟ   ଓ     ଅପରିଗ୍ରହଃ

ମହାବୀର ନିଜର ଉପଦେଶ ଏବଂ ପ୍ରବଚନ ମାଧ୍ୟମରେ ସଠିକ ରାସ୍ତାରେ ପରିଚାଳିତ ହେଵା ପାଇଁ ମାର୍ଗ ଦର୍ଶନ କରି ଥିଲେ . ଜୈନ ସମାଜ ଦ୍ୱାରା ସ୍ୱାମୀ ମହାବୀର ଙ୍କ ଜନ୍ମ ଦିନକୁ ମହାବୀର ଜୟନ୍ତୀ ତଥା ତାଙ୍କର ମୋକ୍ଷ ଦିବସ (ମୃତ୍ୟୁ ଦିବସ )କୁ ଦୀପାବଳି ରୂପରେ ଧୂମଧାମ ସହକାରେ ପାଳନ କରନ୍ତି . ଆସନ୍ତୁ ଆମେ ସେହି ମହାପୁରୁଷ ଙ୍କର ଅମୁଲ୍ୟ ବାଣୀ ରୁ କିଛି ପଢିବା .

1.ENGLISH-Silence and self- control is non-violence . –Lord Mahavira

୧.ODIA –ଶାନ୍ତି ଏବଂ ଆତ୍ମ ସଂଯମ ହିଁ ଅହିଂସା .Lord Mahavira

2.ENGLISH-Have compassion towards all living beings. Hatred leads destruction. –Lord Mahavira

୨.ODIA –ଦେଖାଅ ଦୟା ପ୍ରତ୍ୟେକ ଜୀବଜନ୍ତୁଙ୍କ ପ୍ରତି . ଘୃଣା ନେଇଯାଏ ବିନାଶର ରାସ୍ତାରେ .Lord Mahavira

3.ENGLISH-Respect for all living beings is non-violence. –Lord Mahavira

୩.ODIA –ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ହିଁ ଅହିଂସା .Lord Mahavira

4.ENGLISH-It is better to win over self than to win over a million enemies. –Lord Mahavira

୪.ODIA –ଲକ୍ଷେ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବା ଠାରୁ ନିଜ ଉପରେ ବିଜୟ ପ୍ରାପ୍ତ କରିବାଟା ବହୁ ଗୁଣରେ ଭଲ .Lord Mahavira

5.ENGLISH-Kill not, cause no pain. Non-violence is the greatest religion. –Lord Mahavira

୫.ODIA –ଜୀବହତ୍ୟା କର ନାହିଁ , କଷ୍ଟର କାରଣ ହୁଅ ନାହିଁ .ଅହିଂସା ହେଉଛି ସବୁଠୁ ମହାନ ଧର୍ମLord Mahavira

6.ENGLISH-Do not ,injure,abuse, oppress, enslave, insult, torment, torture or kill any creature or living being. –Lord Mahavira

୬.ODIA –ଯେ କୌଣସି ପ୍ରାଣୀ ଅଥବା ଜୀବଜନ୍ତୁ ଙ୍କୁ ଆହତ କର ନାହିଁ , ଖରାପ ବ୍ୟବହାର କର ନାହିଁ , ଅତ୍ୟାଚାର କର ନାହିଁ , ଦାସ ବନାଅ ନାହିଁ  ,  ଅପମାନ  କର ନାହିଁ, ଦୁଃଖ  ଦିଅ ନାହିଁ , ଯନ୍ତ୍ରଣା ଦିଅ ନାହିଁ କିମ୍ବା ହତ୍ୟା କର ନାହିଁ.Lord Mahavira

7. ENGLISH- Non-violence is the highest religion. –Lord Mahavira

୭.ODIA  –ଅହିଂସା ସବୁଠୁ ବଡ଼ ଧର୍ମ .Lord Mahavira

8. ENGLISH-The soul comes alone and goes alone, no one companies it and no one become it’s mate. –Lord Mahavira

୮..ODIA  –ଆତ୍ମା ଆସେ ଏକଲା, ଏବଂ ଯାଏ ଏକଲା ,କେହିବି ତା ସହିତ ସଂଗତ ଦିଅନ୍ତି ନାହିଁ ଏବଂ କେହି ତାଙ୍କ ମିତ୍ର ହୁଅନ୍ତି ନାହିଁ .Lord Mahavira

9. ENGLISH-There is no enemy out of your soul. The real enemy live inside yourself, they are anger,grief, attachment and hate. –Lord Mahavira

୯.ODIA  –ତୁମ  ଆତ୍ମାରୁ  କେହି ଶତ୍ରୁ ବାହାରି ନାହାନ୍ତି  .ଅସଲି ଶତ୍ରୁ ତୁମ ଭିତରେ ହିଁ ରହନ୍ତି. ସେମାନେ ହେଲେ ରାଗ ,ଲୋଭ , ବନ୍ଧନ(ଆସକ୍ତି ) ଏବଂ ଘୃଣା. –Lord Mahavira

10.ENGLISH-Every soul is independent. None depends on another. –Lord Mahavira

୧୦.ODIA  –ପ୍ରତ୍ୟେକ ଆତ୍ମା ସ୍ୱତନ୍ତ୍ର .କେହି ଅନ୍ୟ ଉପରେ ନିର୍ଭର କରନ୍ତି ନାହିଁ. –Lord Mahavira

11.ENGLISH- There is no separate existence of God. Everybody can attain God-hood by making supreme effort in the right direction. –Lord Mahavira

୧୧.ODIA  –ଭଗବାନଙ୍କର ଅଲଗା କିଛି ଅସ୍ତିତ୍ୱ ନାହିଁ .ସମସ୍ତେ ସଠିକ ଦିଶାରେ ସର୍ବୋତ୍ତମ  ପ୍ରୟାସ କରି ଦେବତ୍ୱ ପ୍ରାପ୍ତ କରି ପାରିବେ .Lord Mahavira

12.ENGLISH- Every soul in itself absolutely omniscient and blissful. The bliss does not come from outside. –Lord Mahavira

୧୨.ODIA  –ପ୍ରତ୍ୟେକ ଆତ୍ମା ନିଜେ ନିଜେ ପୁର୍ଣ ରୂପେ ସର୍ବଜ୍ଞ ଏବଂ ଆନନ୍ଦମୟ. ପରମ ଆନନ୍ଦ ଆସେ ନାହିଁ ବାହାରରୁLord Mahavira

13.ENGLISH- All human beings are miserable due to their own faults,  and they themselves can be happy by correcting these faults. –Lord Mahavira

୧୩.ODIA –ପ୍ରତ୍ୟେକ ମନୁଷ୍ୟର ଦୟନୀୟ ଅବସ୍ଥାର କାରଣ ତାଙ୍କ ନିଜର ଦୋଷ , ଏବଂ ସେମାନେ ସେମାନଙ୍କର ଭୁଲ ସବୁକୁ ସୁଧାରି ଖୁସି ହୋଇ ପାରିବେ.

Lord Mahavira

14. ENGLISH- A man is seated on top of a tree in the midst of a burning forest. He sees all living being perish. But he doesn’t realize that  the same fate is soon to overtake him also. That man is fool. –Lord Mahavira

୧୪.ODIA –ଏକ ଲୋକ ଜଳୁଥିବା ଜଙ୍ଗଲ ମଝିରେ ଏକ ଗଛର ଉପର ଭାଗରେ ବସିଛି .ସେ ଦେଖୁଛି ସବୁ ଜୀବିତ ପ୍ରାଣୀ ମାରି ଯାଉଛନ୍ତି .କିନ୍ତୁ ସେ ଅନୁଭବ କରି ପାରୁ ନାହିଁ ଯେ ସେଇ ଦୁର୍ଭାଗ୍ୟ ତାର ବି ହେବ .ସେଇ ଲୋକ ଏକ ମୂର୍ଖ Lord Mahavira

15.ENGLISH-Fight with yourself , why fight with external force ? He, who conquers himself, through himself, will obtain happiness. –Lord Mahavira

୧୫.ODIA –ନିଜ ସହିତ ଲଢ଼ , କାହିଁକି ଲଢ଼ିବ ବାହ୍ୟ ଶତ୍ରୁଙ୍କ ସହିତ ? ସେ ,ଯିଏ ଜିତି ପIରେ ନିଜକୁ ନିଜ ଦ୍ୱାରା , ତାକୁ ମିଳିବ ଆନନ୍ଦ .Lord Mahavira

16.ENGLISH- In happiness and suffering, in joy and grief, we should regard all creatures as we regard our ownself. –Lord Mahavira

୧୬.ODIA –ଖୁସିରେ ଏବଂ ଦୁଃଖରେ , ଆନନ୍ଦରେ ଏବଂ ବ୍ୟଥାରେ , ଆମେ ନିଶ୍ଚୟ ସବୁ ପ୍ରାଣୀଙ୍କ ଆଦର ଯତ୍ନ ଏମିତି ନେବା ଯେମିତି ଆମେ ନିଜର ନେଉ .Lord Mahavira

ଶେଷରେ ମୋର ସ୍ୱରଚିତ ଚାରି ଧାଡ଼ିର ଦୁଇଟି କବିତା ଆପଣଙ୍କୁ ସମର୍ପିତ କଲି  …………………

କବିତା-୧  (ଅହିଂସା ପଥ )

ଅହିଂସା ପଥରେ ଆମେ ଚାଲିବା

ମହାବୀରଙ୍କ  ଉପଦେଶ ମାନିବା

ଜୀବ ଓ ଜୀବନର ମୂଲ୍ୟ ବୁଝିବା

ଦେଶରେ ଶାନ୍ତି ଓ ସମୃଦ୍ଧି ଆଣିବା .

-0-0-

କବିତା-୨  (ପଞ୍ଚ ବ୍ରତ )

ମହାବୀର ଦେଇ ଯାଇଛନ୍ତି ପଞ୍ଚ ବ୍ରତ

ଅହିଂସା , ସତ୍ୟ ,ଅଃସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହଃ

ନିଷ୍ଠା ର ସହ ତାକୁ କଲେ ପାଳନ

ସୁଖମୟ ହେବ  ଆମ ଜୀବନ.

-0-0-

ଶେଷରେ……………

କେମିତି ଲାଗିଲା ……….

ଭୁଲ ଯଦି ଅଛି ଜଣାଇବେ

ସୁଧାରିବା ପାଇଁ ମୌକା ଦେବେ

ଏତିକିରେ ରହିଲି  ମୁଁ ଆଜି ପାଇଁ

ଅପେକ୍ଷା କରନ୍ତୁ ପରବର୍ତ୍ତୀ ଲେଖା ପାଇଁ…..

ଆପଣଙ୍କ ପ୍ରିୟ ରତିକାନ୍ତ ସିଂହ

                RATIKANTA SINGH