ODIA POST ON HEALTH  –ଓଡ଼ିଆ ରେ ସ୍ୱାସ୍ଥ୍ୟ ଉପରେ ଲେଖା  

ODIA POEMS ON HEALTH –ଓଡ଼ିଆ ରେ ସ୍ୱାସ୍ଥ୍ୟ ଉପରେ କବିତା

ODIA QUOTES ON HEALTH –ଓଡ଼ିଆ ରେ ସ୍ୱାସ୍ଥ୍ୟ ଉପରେ ସୁଵିଚାର

 

ଆଜିକାଲି ସମସ୍ତେ ନିଜର ଜୀବନକୁ ଭରପୁର ଉତ୍ସାହ , ଆନନ୍ଦ ଓ ସୁଖ ଶାନ୍ତି ରେ କଟେଇବାକୁ ଚାହୁଁ ଛନ୍ତି .ଏ ସବୁ ପାଇବେ କୋଉଠୁ ? ପାଇବେ ବା କେମିତି ?? ଯଦି ପାଇ ଗଲେ- ଭଲ କଥା . କିନ୍ତୁ  ସବୁ ପାଇକି ବି ଯଦି ସ୍ୱାସ୍ଥ୍ୟ  ଭଲ ନାହିଁ , ଭାବନ୍ତୁ ତ ଟିକେ କେମିତି ହେବ ଆପଣ ଙ୍କ ଦଶା ???

 ମୁଁ ଆପଣ ଙ୍କୁ ଡରଉ ନାହିଁ ତ ! ମୁଁ କିଏ ମ ଆପଣ କୁ ଡରେଇବା ଵାଲା . ସତ କଥା -ଆମେ ନିଜେ ନିଜ ପାଇଁ ଡର ,ଭୟ ଏବଂ ବହୁତ କିଛି ସମସ୍ୟା ନେଇ ଆସୁ . ଆମେ ଅନ୍ୟ ମାନଙ୍କୁ ଦୋଷ ଦେଇ ପାରିବା ନାହିଁ .ଦୋଷ ଦେଇ ବି ଲାଭ କିଛି ହେବ ନାହିଁ . ଯାହା ବି ହେଉ -ଜୀବନ ରେ ଆନନ୍ଦ ଓ ଉର୍ନ୍ନତି କରି ବାକୁ ହେଲେ ଭଲ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ କଲ୍ୟାଣ ର ଧ୍ୟାନ ଦେବାକୁ ହିଁ ପଡିବ .

            ଆମେ ସମସ୍ତେ  ଜାଣୁ -ସ୍ୱାସ୍ଥ୍ୟ ହିଁ ସମ୍ପଦ .କିନ୍ତୁ ,ଏଇଟା ଆମେ ବୁଝୁଛେ କି, ଏଇ ସମ୍ପଦ କୁ ଗଢିବା ଓ ତାର ଯତ୍ନ ନେବା ଦରକାର ?  ଆଜି କାଲି ସ୍ୱାସ୍ଥ୍ୟ ଓ Self Wellness ର ଦରକାର ଅନେକ ବଢି ଯାଇଛି . କାରଣ ହେଲା -ଆମର Life Style . ତେଣୁ   ଆମ ଜୀବନ ରେ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ର ମଧ୍ୟ ଯତ୍ନ ନେବା ଜରୁରୀ ଅଛି .

ଭଲ ଲାଗେ -ଆଜି କାଲି ସମୟ ର ତାଳେ ତାଳେ ଲୋକ ମାନେ  ନିଜର ସ୍ୱାସ୍ଥ୍ୟ ଓ ନିଜର କଲ୍ୟାଣ ପାଇଁ ଜାଗରୁକ ହେଉ ଛନ୍ତି  . ସେମାନେ ନିରୋଗ ରହିବା ପାଇଁ ଯଥେଷ୍ଟ ଚେଷ୍ଟା କରୁଛନ୍ତି . ଦେଖା ଯାଇଛି ଯେ ପୁରୁଷ ମାନେ ଶରୀର ର ସୁଢଳ ମାଂସପେଶୀ ଉପରେ ଧ୍ୟାନ ଦେଉ ଛନ୍ତି ଓ ମହିଳା ମାନେ ନିଜର ଓଜନ ଘଟେଇ ପତଳା ଓ ସ୍ଫୁର୍ତ୍ତି ଭରା ଶରୀର ପାଇ ବାକୁ ଚେଷ୍ଟା ଚଳେଇ ଛନ୍ତି .

ମନେ ରଖନ୍ତୁ -ଆପଣ ଙ୍କର ସ୍ୱାସ୍ଥ୍ୟ ର ଯତ୍ନ ଆପଣ ଙ୍କୁ ହିଁ ନେବାକୁ ପଡିବ . ସମୟ ଦେବାକୁ ପଡିବ . ଶୃଙ୍ଖଳିତ ଜୀବନ ଯାପନ , Balanced Diet ଓ ଯଥେଷ୍ଟ ପାଣି ପିଇଲେ ସ୍ୱାସ୍ଥ୍ୟ ଭଲ ରହେ . ଏହା ହେଉଛି ସୁସ୍ଥ ଜୀବନ ର ମୂଳ ମନ୍ତ୍ର. ଆପଣ ଦୀର୍ଘାୟୁ ହୁଅନ୍ତୁ , ଜିଇବାର ଆନନ୍ଦ ନିଅନ୍ତୁ .କାହିଁକି କେଜାଣି ହିନ୍ଦୀ Film ର ଗୋଟିଏ ଗୀତ ମାନେ ପଡି ଯାଉଛି ……

” कल क्या होगा किसको पता                    “Kal kya hoga kisko pata

अभी जिंदेगी का ले लो मजा …….”              Abhi jindegi ka le lo maja …..”

ଖାଲି ହିନ୍ଦୀ ଗୀତ ର ମଜ଼ା ନେଲେ ହେବ ନାହିଁ . ସ୍ୱାସ୍ଥ୍ୟ ଉପରେ ମୋର ସ୍ୱରଚିତ ଲଘୁ କବିତା ର ମଜ଼ା ମଧ୍ୟ ନିୟନ୍ତୁ . କବିତା  ପରେ ପରେ ସ୍ୱାସ୍ଥ୍ୟ ଉପରେ ଅମୁଲ୍ୟ ବଚନ ର ତଡକା ଟା ଦେବା ପାଇଁ  ଭୁଲିବି ନାହିଁ .ଚାଲନ୍ତୁ ସ୍ୱାସ୍ଥ୍ୟ ଉପରେ ପଢିବା , ଜାଣିବା ,ସ୍ୱାସ୍ଥ୍ୟ କୁ ଗଢିବା ଓ ସୁଧାରିବା .

 

ODIA POEM -1 ସ୍ୟସ୍ଥ୍ୟ ହିଁ ସମ୍ପଦ  (କବିତା ୧ )

ଯଦି ତୁମେ ଭଲ ସ୍ୱାସ୍ଥ୍ୟ ରଖି ପାରିବ ନାହିଁ

ଜୀବନ ର ମଜା ସବୁ କମି କମି ଯିବ

ବୁଝ ତୁମେ – ସ୍ୟସ୍ଥ୍ୟ ହିଁ ସମ୍ପଦ- ଓ ତାର ଯତ୍ନ ନିଅ

ସତ କହୁଛି – ଜୀବନ ରେ ସୁଖ ,ଶାନ୍ତି ,ବଳ ଓ ଉତ୍ସାହ  ବଢି ବଢି ଯିବ .

-0-0-

ODIA -ENGLISH HEALTH QUOTES

1 . ENGLISH-The greatest wealth is health.- VIRGIL

୧.  ODIA     -ସବୁଠୁ ବଡ଼ ଧନ ସମ୍ପତି ହେଲା ସ୍ୱାସ୍ଥ୍ୟ . -VIRGIL

2 .ENGLISH- Health is the greatest gift , contentment the greatest wealth, Faithfulness the best relationship. BUDDHA

୨.ODIA       – ସ୍ୱାସ୍ଥ୍ୟ ସବୁଠୁ ବଡ଼ ଉପହାର , ସନ୍ତୋଷ ସବୁଠୁ ବଡ଼ ଧନ ସମ୍ପତ୍ତି, ବିଶ୍ଵସନୀୟତା ସବୁଠୁ ବଡ଼ ସମ୍ବନ୍ଧ . -BUDDHA

3 . ENGLISH – Take care of your body. It is the only place you have to live . – JIM ROHN

୩ . ODIA        -ନିଜ ଶରୀର ର ଯତ୍ନ ନିଅ . ଏଇ ଟା କେବଳ ଗୋଟିଏ ଜାଗା ଯେଉଁଠି ତୁମକୁ ରହି ବାକୁ ପଡିବ . -JIM ROHN

4 .ENGLISH –He who enjoys good health is rich , though he knows it not . ITALIAN PROVERB

୪ .ODIA        -ଯିଏ ଭଲ ସ୍ୱାସ୍ଥ୍ୟ ର ଆନନ୍ଦ ନେଇ ପାରୁଛି ସିଏ ଧନୀ / ସମୃଦ୍ଧ , ଯଦି ବି ସେ ଏଇ କଥା ଜଣେ ନାହିଁ . ITALIAN PROVERB

-0-0-0-

ODIA POEM –2  HEALTH ଏବଂ FITNESS   (କବିତା ୨ )

HEALTH ଏବଂ FITNESS  ହେଲା  ଚାବି କାଠି

ଲମ୍ବା ଓ ସକ୍ରିୟ ଜୀବନ  ର  ମାପ କାଠି

ଆନନ୍ଦ ପାଇବେ ଆପଣ ଏଇଠି

ନିଜ ଦେହର ଭଲ ଭାବେ ଯତ୍ନ ନିଅନ୍ତୁ

ଏକ ସ୍ୱାସ୍ଥ୍ୟବାନ ବୁଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପାଆନ୍ତୁ

ନିଜକୁ ସୁଖୀ ଏବଂ, ଉଲ୍ଲସିତ ରଖନ୍ତୁ .

-0-0-0-

ODIA -ENGLISH HEALTH QUOTES 

5 . ENGLISH -Health is like money .We never have a true idea of it’s value until we lose it. – GOSH BILLINGS

୫ .ODIA        –  ସ୍ୱାସ୍ଥ୍ୟ ଧନ ପରି ସମାନ ଅଟେ , ଆମେ ଏହାର ଅସଲି ମୂଲ୍ୟ ର ବିଚାର କେବେବି କରି ପାରୁ ନାହୁଁ ଯେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କୁ ହରାଇ ନ  ଦେଉ .   -GOSH BILLINGS

6 . ENGLISH – Early to bed and early to rise, makes a man Healthy, Wealthy and Wise. – BENJAMIN FRANKLIN

୬ .ODIA        -ଜଲଦି ଶୋଇବା ଏବଂ ସକାଳେ ଜଲଦି ଉଟିବା , ମନୁଷ୍ୟ କୁ ସୁସ୍ଥ , ସମ୍ପନ୍ନ ଏବଂ ବୁଦ୍ଧିମାନ ବନାଏ . BENJAMIN FRANKLIN

7 . ENGLISH- If you don’t take care of your body , where are you going to live ? -OLD SAYING

୭ . ODIA       -ଯଦି ଆପଣ ଙ୍କର  ଶରୀର ର ଯତ୍ନ ନ ନେବେ, ତା ହେଲେ ଆପଣ କେମିତି ବଞ୍ଚିବେ ?.- OLD SAYING

8 . ENGLISH-Those who think they no time for exercise will sooner or later have to find time for illness. – EDWARD STANLEY

୮ .ODIA        -ଯେଉଁ ମାନେ ଭାବୁ ଛନ୍ତି ତାଙ୍କ ପାଖରେ କସରତ କିରିବା ପାଇଁ ସମୟ ନାହିଁ ସେମାନ ଙ୍କୁ  ଆଜି ନ ହେଲେ କାଲି ବେମାର ପଡିବ  ପାଇଁ ସମୟ ବାହାର କରି ବାକୁ ପଡିବ . – EDWARD STANLEY

-0-0-0-

ODIA POEM –3 ଜୀବନ ହେବ ସୁଖମୟ , ସରଳ ଓ ସମୃଦ୍ଧ   (କବିତା ୩  )

କସରତ କରି ଝାଳ ବୁହାଅ

ଭଲ ଖାଦ୍ୟ ଖାଇ ବଳ ବଢ଼ାଅ

ଭଲ ସ୍ୱାସ୍ଥ୍ୟ ସହ ସୁସ୍ଥ ବୁଦ୍ଧି

ଆଣି କର ତୁମେ ନିଜର ସିଦ୍ଧି

Good Health with Healthy Mind

Will keep you Healthy ,Wealthy and Wise

ଶରୀର ସହିତ ତୁମେ ମନକୁ ବି ରଖ ନିରୋଗ

ଜୀବନ ହେବ ସୁଖମୟ , ସରଳ ଓ ସମୃଦ୍ଧ .

-0-0-0-

ODIA -ENGLISH HEALTH QUOTES 

  1. ENGLISH – Diseases start from the kitchen . A PROVERB

୯ . ODIA       – ସବୁ ରୋଗ ରୋଷେଇ ଘରୁ ଆରମ୍ଭ ହୁଏ .  A  PROVERB

  1. ENGLISH- All the money in the world can’t buy you back good health. – REBA Mc ENTIRE

୧୦ . ODIA      -ଦୁନିୟା  ସାରା ର  ଧନ ଖର୍ଚ୍ଚ କରିଲେ ବି ଆପଣ ଙ୍କ ସୁସ୍ୱାସ୍ଥ୍ୟ ଫେରାଇ  ଆଣି ପାରିବେ ନାହିଁ .-REBA Mc ENTIRE

11 ENGLISH-The only way to keep your health is to eat what you don’t want, drink what you don’t like and do what you’d rather not . MARK  TWAIN

୧୧. ODIA- କେବଳ ଏକ ଉପାୟ ଆପଣଙ୍କୁ  ସୁସ୍ଥ ରଖିବାର ହେଉଛି ଆପଣ ସେଇ ଜିନିଷ ଖାଆନ୍ତୁ ଯାହାକୁ ଆପଣ ଖାଇବାକୁ ଚାହାନ୍ତି ନାହିଁ , ସେଇଆ ପାନ କରନ୍ତୁ ଯାହା ପିଇବା ଆପଣ ଙ୍କର ପସନ୍ଦ ନୁହେଁ  ଏବଂ ତାହା କରନ୍ତୁ ଯାହା ଆପଣ ଅନ୍ୟଥା କରନ୍ତି ନାହିଁ . MARK  TWAIN

12 .ENGLISH – It is health that is real wealth and not pieces of gold and silver. -MAHATMA GANDHI

୧୨ . ODIA        -ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ ଏବଂ ସୁନା ଓ ରୁପା ର ଟୁକୁଡା ପ୍ରକୃତ ସମ୍ପଦ ନୁହେଁ . MAHATMA GANDHI

13 . ENGLISH -To enjoy the glow of good health , you must exercise. –GENE TURNEY

୧୩ . ODIA       -ଭଲ ସ୍ୱାସ୍ଥ୍ୟ ର ଚମକ ର ଆନନ୍ଦ ନେବାକୁ ହେଲେ , ଆପଣ ଙ୍କୁ କସରତ କରିବା ଅତି ଆବଶ୍ୟକ. –GENE TURNEY

-0-0-0-

ଆମେ ପ୍ରାୟ ଶେଷ ରେ  ପହଂଚି ଗଲେଣି , ଯାଉ ଯାଉ ଶେଷ କବିତାଟି ଶୁଣେଇ ଦେବି .

ODIA POEM –4  ଖାଅ- ଖେଳ -ପଢ଼ -ଘୁର   (କବିତା୪  )

ଖାଅ – ଖେଳ -ପଢ଼ -ଘୁର

ଏସବୁ ର ଆନନ୍ଦ ନେଇ ଜୀବନ ଯାପନ କର

କିନ୍ତୁ ସ୍ୱାସ୍ଥ୍ୟ ଠିକ ଠାକ ନ ଥିଲେ ରେ  ଭାଇ

ଏସବୁ ବେକାର ଯିବ ହୋଇ

କଥା ତୁମେ ସବୁ ଜାଣ ରେ ଭାଇ

କସରତ କରି ବାକୁ ଇଛା ତୁମର ନାହିଁ

ଯଦି ଅଳସକୁ ଜୟ  କରି ନ ପାରିବ

ମରଣ ତୁମର ଜଲଦି ଆସିବ

ଦୁଃଖ କଷ୍ଠ ର ଦିନ ତୁମେ ନିଶ୍ଚୟ ଦେଖିବ

ଜୀବନ ଜିଇ ବାରେ ଆଉ ମଜା ନ ମିଳିବ

-0-0-

ନିଜ ବିଷୟ ରେ ଟିକେ କହି ଦେଉଛି . ଖରାପ ଭାବିବେ ନାହିଁ .କିନ୍ତୁ ମୁଁ ସତ  କହୁଛି . ମୁଁ ପ୍ରତ୍ୟେକ ଦିନ ୪୦ ମିନିଟ ଚାଲେ .ଆପଣ ମାନେ ମଧ୍ୟ କିଛି ନା କିଛି କସରତ କରୁଥିବେ . ଯଦି କରୁ ନାହାନ୍ତି ଆଜି ଠୁ ଆରମ୍ଭ କରନ୍ତୁ .କାଲି ପାଇଁ କିଛି ରଖନ୍ତୁ ନାହିଁ . ଯୋଗ ପ୍ରାଣାୟାମ କରି ଶରୀର କୁ ଆହୁରି ସୁସ୍ଥ କରନ୍ତୁ . ମୁଁ କିଛି ଭୁଲ କଥା କହି ଡେ଼ଲିକି ? ମୋତେ ଭୁଲ ବୁଝିବେ ନାହିଁ .ଆପଣ ମଧ୍ୟ ଚାଲିବା ଏବଂ କସରତର ଆନନ୍ଦ ନିଅନ୍ତୁ ଆଉ ମୋତେ ବି ମାନେ ରଖନ୍ତୁ .

ରହିଲି ରେ ଭାଇ ରହିଲି …….ରତିକାନ୍ତ ସିଂହ 

         RATIKANTA SINGH