ओडिया में संत कबीर के दोहे की छ्क्का (SIXER)

Odia dohas’ of saint kabir

==========================

 ପ୍ରିୟ ବନ୍ଧୁ ,

ଆପଣ ମାନଙ୍କ ପାଇଁ ସନ୍ଥ କବିର ଙ୍କର କିଛି ମୂଲ୍ୟବାନ ଦୋହା ଓଡ଼ିଆ ରେ ଅନୁବାଦ କରିବି . ପ୍ରତ୍ୟେକ ଭାଗରେ ଛଅଟି କରି ଦୋହା ରହିବ. ଏହାକୁ ମୁଁ ନାମ ଦେଇଛି ଓଡ଼ିଆ ରେ ସନ୍ଥ  କବିରଙ୍କର  ଦୋହାର ସିକ୍ସର. ଏହି ସିକ୍ସର କ୍ରମଶଃ ଆପଣ ମାନଙ୍କୁ ଆନନ୍ଦ ଦେବା ସଂଗେ ସଂଗେ  ଜ୍ଞାନ ଦେବାରେ ସାହାଯ୍ୟ କରିବ . ଏଇ ସିକ୍ସର ର ପ୍ରଥମ ଭାଗ ଟି ଅର୍ପଣ କଲି . ଚେଷ୍ଟା କରିବି ପ୍ରତ୍ୟେକ ମାସ କିଛି ଦୋହାର ଅନୁବାଦ  ଆପଣ ଙ୍କୁ ଭେଟି ଦେବା ପାଇଁ …..

==================================================

हिन्दी  दोहा -1
काल करे सो आज कर, आज करे सो अब ।

पल में प्रलय होएगी,बहुरि करेगा कब ॥

ଓଡ଼ିଆ ଦୋହା -1

କାଲିର କାମ ଆଜି କରଆଜିର କାମ ଏବେ ।

ଯଦି ଏ ମୁହୂର୍ତ୍ତ ଚାଲିଯିବ , କୁହ କେମିତି ଏ କାମ ହେବ ॥

================================================

हिन्दी  दोहा -2
बुरा जो देखन मैं चला, बुरा न मिलिया कोय ।

जो दिल खोजा आपना, मुझसे बुरा न कोय ॥

ଓଡ଼ିଆ ଦୋହା-2

ଖରାପ ଲୋକକୁ ଖୋଜିବାକୁ   ଯେବେ ମୁଁ  ଗଲି ,ଖରାପ ମିଳିଲେ ନାହିଁ କେହି ।

ଯେତେବେଳେ ନିଜ ମନ ଭିତରେ ଖୋଜିଲି , ଦେଖିଲି ମୋଠୁ ଖରାପ ଆଉ ନାହିଁ କେହି ॥

===============================================

हिन्दी  दोहा -3
ऐसी वाणी बोलिए,मन का आपा खोए  ।

औरन को शीतल करै, आपहुं शीतल होए

ଓଡ଼ିଆ ଦୋହା-3

କୁହନ୍ତୁ ଏମିତି ବାଣୀ ଯାହା କରୁ ଅନ୍ୟର  ମନକୁ ବିଭୋର

ଶାନ୍ତ ରହୁ ନିଜର ମନ ଓ ଅନ୍ୟକୁ କରୁ ପ୍ରସନ୍ନ

==========================================

हिन्दी  दोहा -4
बडा हुआ तो क्या हुआ जैसे पेड़ खजूर।

पंथी को छाया नही फल लागे अति दूर ॥

ଓଡ଼ିଆ ଦୋହା –4

ବଡ଼ ହେଲ ତ କଅଣ ହେଲା ଯେମିତି ଗଛ ଖଜୁର ।

ପଥିକକୁ ଛାୟା ଦିଏ ନାହିଁ ଫଳ ଲାଗେ ଅତି ଦୂର ॥

=================================================

हिन्दी  दोहा -5
साँई इतना दीजिए जामें कुटुंब समाय ।

मैं भी भूखा ना रहूँ साधु न भुखा जाय॥

 ଓଡ଼ିଆ ଦୋହା –5

ହେ ଭଗବାନ ମୋତେ  ଏତିକି ଦିଅନ୍ତୁ ଯେତିକିରେ  ମୋ କୁଟୁମ୍ବ ଚଳାଇ ନେଇ ପାରେ

ମୁଁ ବି  ଭୋକରେ ନ ରୁହେ  ଅତିଥି (ସାଧୁ )  ବି ନ ରହୁ ଭୋକରେ

====================================================

हिन्दी  दोहा –6

माटी कहे कुम्हार से, तु क्या रौंदे मोय । 
एक दिन ऐसा आएगा, मैं रौंदूगी तोय ॥

ଓଡ଼ିଆ ଦୋହା –6

ମାଟି କହେ କୁମ୍ଭାରକୁ ତୁ କଅଣ ଚକଟିବୁ ମୋତେ

ଏକ ଦିନ ଏମିତି ଆସିବ, ମୁଁ ଚକଟିବି  ତୋତେ

(କୁମ୍ଭାର ପାତ୍ର ତିଆରି କରିବା ପାଇଁ ମାଟିକୁ ଚକଟେ . କିନ୍ତୁ ଯେବେ ମଣିଷ ମୃତ୍ୟୁ ବରଣ କରେ ତାକୁ ମାଟି ତଳେ ପୋତି ଦିଆ  ଯାଏ ଓ   ମାଟି ତା ଉପରେ ପଡି  ତା ସହିତ ମିଶେଇ ଦିଏ )

====================================================

ଭୁଲ ଥିଲେ ସୁଧାରି ପଢିବେ .

କେମିତି ଲାଗିଲା ନିଶ୍ଚୟ ଜଣାଇବେ .

ଏମିତି ଦୋହାର ସିକ୍ସର କ୍ରମଶଃ ପାଇବେ ….

ରହିଲି .

ରତିକାନ୍ତ ସିଂହ

Ratikanta singh