ନମସ୍କାର ,

ଆଜିର  ତିନୋଟି ଲଘୁ କବିତା ଆପଣ ମାନଙ୍କ ପାଇଁ ………

ଲଘୁ କବିତା –  ନୂଆବର୍ଷ

ବଡ଼ଦିନ ପରେପରେ ନୂଆ ବର୍ଷ ଆସିବ

ଭାବନ୍ତୁ ଟିକେ – ନୂଆ ବର୍ଷ ଟାକୁ ନୂଆ କରିବାର ଦାଇତ୍ୱ କାହାର ହେବ ?

ମାନେ ରଖନ୍ତୁ- ବ୍ୟସ୍ତ ରହି ଖାସ କିଛି ଯଦି ନ କରିବେ

ଏ ନୂଆ ବର୍ଷ ଧୀରେ ଧୀରେ ନିଶ୍ଚୟ ପୁରୁଣା ହେବ

—————————————

ଲଘୁ କବିତା – ସମୟ

ସମୟକୁ ଖର୍ଚ ନ କରିଲେ ବି ଖର୍ଚ୍ଚ ହୋଇଯାଏ

ସେ ଆସେ ଆଉ ଚାଲି ଯାଏ

ସମୟର କେହି କିଛି ବିଗାଡି ପାରିବେନି

ସେ ଆସେ ଆଉ ଚାଲି ଯାଏ

—————————————–

 

ଲଘୁ କବିତା- ନାମ

ଏଠି ସବୁ ଜିନିଷ ହଜି ଯାଏ

ରହି ଯାଏ କେବଳ ନାମ

ନାମ ରଖିବା ସହଜ ନୁହେଁ

କରିବାକୁ ପଡିବ ଭଲ -ଭଲ କାମ

   ———————————

ବଡ ଦିନ ଓ ନବ ବର୍ଷର ଶୁଭେଚ୍ଛା ଆପଣ ମାନଙ୍କୁ ରହିଲା

ଜଣାଇବେ କବିତା କେମିତି ଲାଗିଲା

                                                                   ରତିକାନ୍ତ ସିଂହ